ଇମୋସନାଲ ହେଲେ କ୍ରିତି

Get real time updates directly on you device, subscribe now.

ଡିଜ୍ନୀ ହଟ୍ଷ୍ଟାରରେ ରିଲିଜ ହୋଇଥିବା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ସିନେମା ‘ଦିଲ୍ ବେଚାରା’ ତାଙ୍କର ଫ୍ୟାନମାନଙ୍କ ବ୍ୟତୀତ ବଲିଉଡ ଅଭିନେତା ଅଭିନେତ୍ରୀଙ୍କୁ ମଧ୍ୟ ଇମୋସନାଲ କରିଦେଇଛି । ଅଭିନେତ୍ରୀ କ୍ରିତି ସାନନ୍ ଦିଲ୍ ବେଚାରା ଫିଲ୍ମ ଦେଖିବା ପରେ ଭାବ ବିହ୍ୱଳ ହୋଇ ପଡିଥିବା ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ଯୋଗେ ଜଣାଇଛନ୍ତି । କ୍ରିତି ଫିଲ୍ମର କିଛି ଭାଗର ଭିଡିଓ ଇନ୍ଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, ‘ଏହି ଫିଲ୍ମ ପୁଣିଥରେ ମୋ ହୃଦୟ ଭାଙ୍ଗିଦେଲା । ମୁଁ ମ୍ୟାନି ରୂପରେ ସୁଶାନ୍ତଙ୍କୁ ପୁଣି ଜୀବନ୍ତ ଦେଖିଲି । ଏହି ଫିଲ୍ମରେ ତମେ ଯେତେବେଳେ ନିରବ ଥିଲ ଏହା ସବୁଥର ଭଳି ତମର ସବୁଠାରୁ ଭଲ ମୁହୂର୍ତ୍ତ ଥିଲା । ଯେଉଁଥିରେ ତମେ କିଛି ନ କହି ବହୁତ କିଛି କହିଦେଲ’ । ଅଭିନେତା ରାଜକୁମାର ରାଓ ମଧ୍ୟ ଏହି ଫିଲ୍ମ ଦେଖିବା ପରେ ଖୁବ୍ ଇମୋସନାଲ ହୋଇଯାଇଥିବା ଇନ୍ଷ୍ଟାଗ୍ରାମରେ ଜଣାଇଛନ୍ତି । ସେ ଲେଖିଛନ୍ତି, ଏହା ଏକ ବହୁତ ଭଲ ଫିଲ୍ମ । କିନ୍ତୁ ମୁଁ ଫିଲ୍ମ ଦେଖିବା ପରେ ଭାଙ୍ଗି ପଡିଲି । ସୁଶାନ୍ତ ଏଥିରେ ଭଲ ଅଭିନୟ କରିଛନ୍ତି । ତାଙ୍କର ଏନର୍ଜିକୁ ତୁଳନା କରିହେବ ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons