ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ ଲିମିଟେଡ୍ (ଇମ୍ଫା)ର ସୁକିନ୍ଦା ଓ ମହାଗିରି ଖଣି ପୁରସ୍କୃତ ହୋଇଛନ୍ତି । ଖଣି ପର୍ଯ୍ୟାବରଣ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳନ ଅବସରରେ ଇମ୍ଫାର ଏହି ଖଣିଦ୍ୱୟ ସମ୍ମାନିତ ହୋଇଛନ୍ତି । ସୁବ୍ୟବସ୍ଥିତ ତଥା ବୈଜ୍ଞାନିକ ପଦ୍ଧତିରେ ଖଣି ଖନନ ପାଇଁ ସୁକିନ୍ଦା କ୍ରୋମାଇଟ୍ ମାଇନ୍ସ ପ୍ରଥମ ପୁରସ୍କାର ଓ ପ୍ରସାର ବର୍ଗରେ ତୃତୀୟ ପୁରସ୍କାର ପାଇଛି । ଭୂତଳ ଖନନ ଓ ସାମଗ୍ରିକ ପ୍ରଦର୍ଶନ ବର୍ଗରେ ଇମ୍ଫା ମହାଗିରି ମାଇନ୍ସ ପ୍ରଥମ ପୁରସ୍କାର ହାତେଇଛି । ଏହାଛଡ଼ା ଇମ୍ଫା ମାଇନିଂ ବ୍ୟବସାୟ ୟୁନିଟ୍ ମୁଖ୍ୟ କୁଧାଂଶୁ ପଟନିଙ୍କୁ ଶ୍ରେଷ୍ଠ ପର୍ଯ୍ୟାବରଣ ବନ୍ଧୁ ପୁରସ୍କାର ମିଳିଛି । ଖଣି ପର୍ଯ୍ୟାବରଣ ଓ ଖଣିଜ ସଂରକ୍ଷଣ ସପ୍ତାହର ଉଦ୍ଯାପନୀ ଉତ୍ସବରେ କେନ୍ଦ୍ର ଯୁଗ୍ମ ଖଣି ସଚିବ ତଥା ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନିଂର କଣ୍ଟ୍ରୋଲର ଜେନେରାଲ ଡ. କେ ରାଜେଶ୍ୱର ରାଓ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।


Comments are closed, but trackbacks and pingbacks are open.