ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନୟାପଲ୍ଳୀ ଥାନା ଅଧିନରେ ଥିବା ଇସ୍କନ ମନ୍ଦିର ପରିସରରୁ ରବିବାର ସକାଳୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଜବତ କରିଛି ପୁଲିସ୍ । ଯୁବକ ଜଣଙ୍କ ହେଉଛନ୍ତି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ବାଲିସାହି ଗାଁର ବାବୁ ସାହୁ(୪୯) । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ ପହଞ୍ଚି ଘଟଣାର ତଦନ୍ତ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛନ୍ତି । ପା୍ରଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୁଲିସ୍ କହୁଥିବା ବେଳେ ପରିବାର ଲୋକ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ।
ପୁଲିସ୍ ଠାରୁ ମିଳିଥିବା ସୂଚନା ମୁତାବକ, ବାବୁ ଦୀର୍ଘ ଦିନ ହେବ ଇସ୍କନ ମନ୍ଦିର ଗୋବିନ୍ଦ ଭୋଜନାଳୟରେ କାମ କରୁଥିଲେ । ୧୦ ଦିନ ତଳେ ବାବୁ ନିଜ ଗାଁ ବାଲିସାହିକୁ ଯାଇଥିଲେ । କୌଣସି କାରଣକୁ ନେଇ ଘରେ ଝଗଡା ହେବାରୁ ସେ ଶନିବାର ଅପରାହ୍ଣରେ ଭୁବନେଶ୍ୱର ଫେରି ଆସିଥିଲେ । ଇସ୍କନ ପରିସରରେ ଥିବା ୫ ନମ୍ବର ବାଥରୁମରୁ ଆଜି ସକାଳୁ ତାଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଥିଲା । ଏହା ଦେଖି ଭୋଜନାଳୟର କର୍ମଚାରୀମାନେ ନୟାପଲ୍ଳୀ ଥାନା ପୁଲିସ୍କୁ ଜଣାଇଥିଲେ । ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ସେଠାରେ ପହଞ୍ଚି ଆରମ୍ଭ କରିଥିଲେ ତଦନ୍ତ । ବାବୁଙ୍କ ଆଣ୍ଠୁ ତଳେ ଲାଗି ଥିବାରୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକ ସନେ୍ଦହ କରୁଛନ୍ତି । ସେପଟେ ପୁଲିସ୍ ଗୋବିନ୍ଦ ଭୋଜନାଳୟରେ ଥିବା ଅନ୍ୟ କର୍ମଚାରୀମାନଙ୍କୁ ପଚରାଉଚରା କରିବା ସହ ଇସ୍କନ ମନ୍ଦିରରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ପୁଲିସ ଜବତ କରି ଛାନଭିନ କରୁଛି ।
Comments are closed, but trackbacks and pingbacks are open.