ଇ-ମୋବିଲିଟି :କେବଳ ବାଣିଜ୍ୟିକ ଯାନରେ ମିଳିବ ସବ୍ସିଡି

Get real time updates directly on you device, subscribe now.

ନୂଆଦିଲ୍ଲୀ:ଇ-ଯାନର ପ୍ରସାର ଦିଗରେ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିକି ଗ୍ରାହକଙ୍କୁ ପ୍ରୋତ୍ସାହନ ଦେଇ ଦେଶରେ ଇ-ମୋବିଲିଟିକୁ ଆଗକୁ ନେବା ପାଇଁ ସରକାର ଶତ ପ୍ରତିଶତ ପ୍ରଚେଷ୍ଠା ଚଳାଇଛନ୍ତି । ଏପରି କ୍ଷେତ୍ରରେ ଶୁକ୍ରବାର ସରକାର ସ୍ପଷ୍ଟ କରିଛନ୍ତି ଯେ, ଇ-ମୋବିଲିଟିର ପ୍ରସାର ନିମନ୍ତେ ଦିଆଯାଉଥିବା ସବ୍ସିଡି କେବଳ ବାଣିଜ୍ୟିକ ଯାନରେ ହିଁ ଯୋଗାଇ ଦିଆଯିବ । ବ୍ୟକ୍ତିଗତ ବ୍ୟବହାର ପାଇଁ କିଣାଯାଉଥିବା ଗାଡିରେ ଏହା ମିଳିବ ନାହିଁ ।
ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଭାରୀ ଶିଳ୍ପ ଏବଂ ସରକାରୀ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱଲ କହିଛନ୍ତି ଯେ, ଭାରତ ଇ-ଯାନକୁ ଖୁବ୍ଶୀଘ୍ର ଆଦରି ନେବ ସେଥିପାଇଁ ସରକାରଙ୍କ ଦୃଢ଼ଆଶା ରହିଛି । ଏହା ବାଇକ୍ ହେଉ କିମ୍ବା କାର, ଟ୍ରକ୍ ହେଉ ଅବା ବସ୍ ଅଥବା ଇ-ରିକ୍ସା ଲୋକେ ଏସବୁକୁ ଆଦରି ନେବେ । ପ୍ୟାରିସ ଚୁକ୍ତି ଅନୁସାରେ ପ୍ରଦୁଷଣ ହ୍ରାସ କରିବା ପାଇଁ ଏହା ନିତାନ୍ତ ଜରୁରୀ ।
ସେ ଆହୁରି କହିଛନ୍ତି ଯେ, କେବଳ ବାଣିଜ୍ୟିକ ଯାନ ଉପରେ ହିଁ ସବ୍ସିଡି ମିଳିବ । ୧୦,୦୦୦ କୋଟିର ଫେମ୍ ସ୍କିମ୍ ଅଧୀନରେ ତିନି ଏବଂ ୪ ଚକିଆ କମର୍ସିଆଲ ଭେଇକିଲ ପାଇଁ ହିଁ ସବ୍ସିଡି ଉଦ୍ଦିଷ୍ଟ । ବ୍ୟକ୍ତିଗତ ଯାନ ପାଇଁ ଏହା ମିଳିବ ନାହିଁ ବୋଲି ମେଘୱଲ ସ୍ପଷ୍ଟ କରିଛନ୍ତି ।
ବିଭିନ୍ନ କମ୍ପାନି ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରୁଛନ୍ତି ଯେ, ବ୍ୟକ୍ତିଗତ ବ୍ୟବହାର ପାଇଁ କିଣାଯାଉଥିବା ଇ-ଯାନ ଉପରେ ବି ସବ୍ସିଡି ମିଳୁ । ଏହା ଦ୍ୱାରା ସାଧାରଣ ଲୋକଙ୍କ ପାଇଁ ଏହାକୁ କିଣିବା ଖର୍ଚ୍ଚସାପେକ୍ଷ ହେବ ଏବଂ ପରିବେଶ ଅନୁକୂଳ ଟେକ୍ନୋଲୋଜିର ପ୍ରସାର ହେବ ।
ଇ-ଯାନ ଭିତ୍ତିଭୂମି ଉପରେ ମେଘୱଲ କହିଛନ୍ତି ଯେ, ଛୋଟ ବଡ଼ ସହରଗୁଡିକରେ ଚାର୍ଜିଂ ଷ୍ଟେସନ ସଂସ୍ଥାପନ ଲାଗି କମ୍ପାନିଗୁଡିକଠାରୁ ପ୍ରସ୍ତାବ ଆହ୍ୱାନ କରାଯାଇଛି ।
ଖାଲି ସେତିକି ନୁହେଁ ସରକାର ଇଲେକ୍ଟ୍ରିକ୍ ରାଜପଥ ଗଢ଼ିବା ପାଇଁ ମଧ୍ୟ ଚାହୁଁଥିବା ମେଘୱଲ କହିଛନ୍ତି । ୨୦୨୫ରୁ ଇଲେକ୍ଟ୍ରିକ୍ ଦୁଇଚକିଆ ଏବଂ ତିନିଚକିଆ ଯାନକୁ ବାଧ୍ୟତାମୂଳକ କରିବା ପାଇଁ ନୀତି ଆୟୋଗ ପ୍ରସ୍ତାବ ଦେଇଛି । ୨୦୨୬ ଏପ୍ରିଲ ସୁଦ୍ଧା ସମସ୍ତ ନୂଆ ଚାରିଚକିଆ ବାଣିଜ୍ୟିକ ଯାନ ଇଲେକ୍ଟ୍ରିକ୍ ମୋଡ୍ରେ ଚାଲିବ ବୋଲି ଆୟୋଗ ପ୍ରସ୍ତାବ ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons