ଇ-ଯାନ କ୍ଷେତ୍ରରେ ବିଡ଼ମ୍ବନା:ଫ୍ରାନ୍ସ, ଜର୍ମାନିରୁ ଲୋଡ଼ାଯାଉଛି ମାନବସମ୍ବଳ

Get real time updates directly on you device, subscribe now.

ନୂଆଦିଲ୍ଲୀ:ଇ-ଯାନ ବଜାରକୁ ଆଗକୁ ବଢ଼ାଇବା ପାଇଁ ସରକାର ଜୋର୍ସୋର ଉଦ୍ୟମ ଚଳାଇଛନ୍ତି । ଏପରିକି ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇ-ଯାନ ଉପରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍ଟି)କୁ ୧୨ଧରୁ ୫ଧକୁ ଖସାଇଛନ୍ତି । ଭାରତକୁ ଇଲେକ୍ଟ୍ରିକ୍ ଯାନର ଦେଶ ଭାବେ ତୋଳିବା ପାଇଁ ନରେନ୍ଦ୍ର ମୋଦି ସରକାରଙ୍କ ସ୍ୱପ୍ନ ପୂରଣ ହେବା ବାଟରେ ଏବେ ଅନେକ ବାଧକ । ପ୍ରଥମତଃ ଧାର୍ଯ୍ୟ ସମୟ ମଧ୍ୟରେ ଲକ୍ଷ୍ୟ ହାସଲ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇନାହିଁ । ଏବେ ଆଉ ଏକ ଶକ୍ତ ଝଟ୍କା ହେଉଛି ଦକ୍ଷ ମାନବସମ୍ବଳର ଅଭାବ ।
ଦେଶରେ ଦକ୍ଷ ଟେକ୍ନୋଲୋଜି ପ୍ରଫେସନାଲଙ୍କ ଅଭାବ ଯୋଗୁ ଏଭଳି ବିଡ଼ମ୍ବନା ଉପୁଜିଛି ଯେ, କମ୍ପାନିଗୁଡିକ ଫ୍ରାନ୍ସ, ଜର୍ମାନି, ଜାପାନ ଏବଂ ଚୀନ ଭଳି ରାଷ୍ଟ୍ରରୁ ମାନବସମ୍ବଳ ଲୋଡୁଛନ୍ତି । ଡିଜାଇନ୍, ଉତ୍ପାଦ, ଭିତ୍ତିଭୂମି ଏବଂ ଷ୍ଟୋରେଜ୍ ଆଦି କ୍ଷେତ୍ରରେ ଇ-ଯାନ ବିଶେଷଜ୍ଞଙ୍କ ଅଭାବ ରହିଛି । ଟାଟା ମୋଟର୍ସ, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ଟିଭିଏସ୍ ମୋଟର, କଣ୍ଟିନେଣ୍ଟାଲ, ମାରୁତି ସୁଜୁକି ଭଳି କମ୍ପାନିଗୁଡିକ ବ୍ୟତୀତ ଟର୍କ ଏବଂ ଏଥର ଏନର୍ଜି ଭଳି ଷ୍ଟାର୍ଟଅପ୍ କମ୍ପାନି ଇଲେକ୍ଟ୍ରିକ୍ ଯାନର ର‌୍ୟାଙ୍କିଙ୍ଗ୍ରେ ଆଗୁଆ ହେବା ପାଇଁ ଶ୍ରେଷ୍ଠ ଟେକ୍ନୋଲୋଜି ପ୍ରତିଭାମାନଙ୍କୁ ନିଯୁକ୍ତି ଦେବାକୁ ଚାହୁଁଛନ୍ତି । ଏଥିପାଇଁ ସେମାନେ ମୋଟା ପ୍ୟାକେଜ୍ ମଧ୍ୟ ଅଫର୍ କରୁଛନ୍ତି । ତଥାପି ଦକ୍ଷ କର୍ମଚାରୀ ମିଳିବା କଷ୍ଟକର ହେଉଛି । ଟ୍ରାନ୍ସର୍ଚ୍ଚ, ଇଏମ୍ଏ ପାର୍ଟନର, ହଣ୍ଟ୍ ପାର୍ଟନର୍ସ, ଫେନୋ ଏବଂ ମାଇକେଲ ପେଜ୍ ନିଜ କ୍ଲାଏଣ୍ଟମାନଙ୍କ ପାଇଁ ଦକ୍ଷ ମାନବସମ୍ବଳ ଖୋଜୁଛନ୍ତି । ବର୍ଷକୁ ୫ ଲକ୍ଷ ଡଲାର ପ୍ୟାକେଜ୍ ଦେବା ପାଇଁ ମଧ୍ୟ କମ୍ପାନିଗୁଡିକ ରାଜି । ହଣ୍ଟ ପାର୍ଟନର ଗ୍ଲୋବାଲ ଓଇଏମ୍ ପାଇଁ ଭାରତରେ ମୁଖ୍ୟ ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ଅନ୍ୱେଷଣରେ ଅଛି । ବର୍ଷକୁ ୬.୮ କୋଟି ଟଙ୍କା ପ୍ୟାକେଜ୍ ଦେବାକୁ ବି କ୍ଲାଏଣ୍ଟ ରାଜି । କିନ୍ତୁ ଦକ୍ଷ ପ୍ରାର୍ଥୀ ଥିଲେ ସିନା ନିଯୁକ୍ତି ଦିଆଯିବ । ଏହା ଆଗକୁ ବଡ଼ ସମସ୍ୟା ଆଣିବା ବୋଲି ଶିଳ୍ପ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ହଣ୍ଟ ପାର୍ଟନର୍ସର ପାର୍ଟନର ସୁରେଶ ରାଇନା କହିଛନ୍ତି ଯେ, ଦେଶରେ ଦକ୍ଷ ମାନବ ସମ୍ବଳ ନ ଥିବାରୁ ବାହାରୁ ପ୍ରଫେସନାଲ ଟେକ୍ନୋଲୋଜି ଏକ୍ସପର୍ଟ ଯୋଗାଡ କରିବା ପାଇଁ ଆମେ ବାଧ୍ୟ ହେଉଛୁ । ମାରୁତି ସୁଜୁକି ଇଣ୍ଡିଆର ବରିଷ୍ଠ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଇଞ୍ଜିନିୟରିଂ) ସି.ଭି. ରମଣ ମଧ୍ୟ ରାଇନାଙ୍କ କଥାରେ ଏକମତ । ସେ କହିଛନ୍ତି ଯେ, ଭାରତରେ ଇଲେକ୍ଟ୍ରିକ୍ ଯାନର ବିକାଶ ନବଜାତ ଅବସ୍ଥାରେ ଅଛି । ପାଖାପାଖି ସବୁ କମ୍ପାନି ଇଲେକ୍ଟ୍ରିକ୍-ଯାନ ପାଇଁ ପ୍ରତିଭା ଅନ୍ୱେଷଣ କ୍ଷେତ୍ରରେ ଚ୍ୟାଲେଞ୍ଜ୍୍ର ସାମ୍ନା କରୁଛନ୍ତି । ଟାଟା ମୋଟର୍ସ, କାଇନାଟିକ୍ ମୋଟର୍ସ, ଅଡି, ଏମ୍ଜି ମୋଟର୍ସ, ଭଲ୍ଭୋ ଏବଂ ନିସାନ ସହିତ ମାରୁତି ସୁଜୁକି ବି ଆଗାମୀ ଦୁଇ ବର୍ଷରେ ନିଜର ଇଲେକ୍ଟ୍ରିକ ଯାନକୁ ବଜାରକୁ ଆଣିବା ପାଇଁ ଜୋରସୋର ଉଦ୍ୟମ ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons