ଉକ୍ରର୍ଷର ଶୀର୍ଷରେ ଡ. ତପନ କୁମାର ଚାନ୍ଦ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଡ. ତପନ କୁମାର ଚାନ୍ଦ କାର୍ଯ୍ୟଦକ୍ଷତା ବଳରେ ପହଞ୍ଚôଛନ୍ତି ଉକ୍ରର୍ଷର ଶୀର୍ଷରେ । ନଭେମ୍ବର ୩୦ ତାରିଖ ଅର୍ଥାତ୍ ଶନିବାର ସେ ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଧଶକ ପଦବିରୁ ଅବସର ନେବେ । ନିଜ ୪ବର୍ଷରୁ ଉଦ୍ଧ୍ୱର୍ କାର୍ଯ୍ୟକାଳ ମଧ୍ୟରେ ସେ ନାଲ୍କୋର ବ୍ୟବସାୟ ସଂସ୍କୃତିରେ ଆଣିଛନ୍ତି ଉଲ୍ଲେଖନୀୟ ପରିବର୍ତ୍ତନ । କମ୍ପାନୀକୁ ଏକ ନୂଆ ଉଚ୍ଚତାରେ ପହଞ୍ଚାଇଛନ୍ତି । ଉକ୍ରଳ ବିଶ୍ୱବିଦ୍ୟାଳୟରୁ ସ୍ୱର୍ଣ୍ଣ ପଦକ ଓ ଅଷ୍ଟେ୍ରଲିଆର କ୍ୱିନ୍ସଲ୍ୟାଣ୍ଡ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିରୁ ଆଡଭାନ୍ସଡ ମ୍ୟାନେଜମେଣ୍ଟ ଟ୍ରେନିଂରେ ଉଚ୍ଚ ଶିକ୍ଷାଲାଭ କରିଥିବା ଡ. ଚାନ୍ଦ ପୁରୀ ଜିଲ୍ଲା ଗୋପର ଏକ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଖଣି ଓ ଧାତବ କ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି ତାଙ୍କର । ନାଲ୍କୋର ସିଏମ୍ଡି ଭାବେ ଯୋଗଦେବା ପୂର୍ବରୁ ସେ ସେଣ୍ଟ୍ରାଲ କୋଲ୍ଫିଲ୍ଡର ମାନବସମ୍ବଳ ନିଦେ୍ର୍ଧଶକ ଓ ଭାଇଜାଗ୍ ଷ୍ଟିଲ୍ର ବାଣିଜି୍ୟକ ନିଦେ୍ର୍ଧଶକ ଭାବେ ୮ ବର୍ଷ କାର୍ଯ୍ୟ କରିଛନ୍ତି । ଭାଇଜାଗ୍ ଷ୍ଟିଲ୍ର ବାଣିଜି୍ୟକ ନିଦେ୍ର୍ଧଶକ ଭାବେ ନିଜର ଦକ୍ଷ ବିପଣନ ରଣନୀତି ଦ୍ୱାରା ସେ ଏହି ଇସ୍ପାତ ପିଏସ୍ୟୁର ବ୍ୟବସାୟକୁ ୧୦,୦୦୦ କୋଟି ଟଙ୍କାରୁ ୧୪,୦୦୦ କୋଟି ଟଙ୍କାରେ ପହଞ୍ଚାଇଛନ୍ତି ।
୨୦୧୫ ଜୁଲାଇରେ ନାଲ୍କୋର ସର୍ବୋଚ୍ଚ ପଦବିରେ ଯୋଗଦେବା ବେଳକୁ ବିଶ୍ୱର ଧାତବ କ୍ଷେତ୍ରରେ ଚାଲିଥିବା ମାନ୍ଦାବସ୍ଥା । ଏଭଳି ଏକ ସମୟରେ ନାଲ୍କୋରେ ଯୋଗଦେଇ ଅଭିଜ୍ଞତା, ଦକ୍ଷତା ଓ ଅଭିନବ ରଣନୀତି ଜରିଆରେ ସେ କମ୍ପାନୀକୁ ଦେଇଥିଲେ ଏକ ନୂଆ ବ୍ୟବସାୟିକ ସଂସ୍କୃତି । କମ୍ପାନୀର ଭବିଷ୍ୟତ ଚାହିଦା ପାଇଁ ସୁନିଶ୍ଚିତ କରିଛନ୍ତି କଞ୍ଚାମାଲ ନିରାପତ୍ତା । ତାଙ୍କ ନେତୃତ୍ୱରେ ନାଲ୍କୋ ରେକର୍ଡ ବ୍ୟବସାୟ ଓ ଲାଭ କରିଛି । ସବୁଠୁ ଶସ୍ତା ତଥା ଉତ୍ତମ ମାନର ଆଲୁମିନା ଉପôାଦକ ଓ ବକ୍ସାଇଟ୍ ଖନନକାରୀ ଭାବେ ଗତ ୨ ବର୍ଷ ହେଲା ଲଗାତର ଏହି ନବରତ୍ନ ଉଦ୍ୟୋଗ ବିଶ୍ୱର ଶ୍ରେÂ କମ୍ପାନୀର ଆଖ୍ୟା ପାଇଛି । ଏହାର ଶ୍ରେୟ ମଧ୍ୟ ଯାଏ ଡ. ଚାନ୍ଦଙ୍କୁ । ଡ. ଚାନ୍ଦଙ୍କ ନେତୃତ୍ୱରେ ନାଲ୍କୋ ଏକ ଗତିଶୀଳ କର୍ପୋରେଟ୍ ପ୍ଲାନ୍ ବିକାଶ କରିଛି । ଏହି ପ୍ଲାନ୍ ଅନୁସାରେ ୨୦୩୨ ସୁଦ୍ଧା କମ୍ପାନୀ ନିଜର ଆଲୁମିନିୟମ ଉପôାଦନ କ୍ଷମତାକୁ ୧ ନିୟୁତ ଟନ୍କୁ ପହଞ୍ଚାଇବା ସହ ବ୍ୟବସାୟକୁ ୩୧,୦୦ କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି । ତାଙ୍କ ନେତୃତ୍ୱରେ ନାଲ୍କୋ ବହୁ ଆଖିଦୃଶିଆ ସି,ସ୍ଆର୍ କାର୍ଯ୍ୟକ୍ରମ ହାତକୁ ନେଇଛି । ‘ନାଲ୍କୋ କି ଲାଡ୍ଲୀ’ କାର୍ଯ୍ୟକ୍ରମ ଜରିଆରେ ଛାତ୍ରୀମାନଙ୍କୁ ପାଠପଢ଼ା ପାଇଁ ପ୍ରୋତ୍ସାହିତ କରୁଛି । ଏହା ବ୍ୟତୀତ ଇନ୍ଦ୍ରଧନୁଷ, ସମନ୍ୱିତ ସ୍ୱାସ୍ଥ୍ୟ ପରିଚାଳନା, ପୁରୀ ଆଇକନିକ୍ ସ୍ଥଳୀ ଭଳି ଅନେକ କାର୍ଯ୍ୟକ୍ରମ ଜରିଆରେ କମ୍ପାନୀ ଜନମଙ୍ଗଳକୁ ଗୁରୁତ୍ୱ ଦେଇଛି । ଏହି କାରଣରୁ ଭାରତର ରାଷ୍ଟ୍ରପତିଙ୍କଠାରୁ ଉକ୍ରର୍ଷ ସିଏସ୍ଆର୍ ପୁରସ୍କାର ପାଇଛନ୍ତି ଡ. ଚାନ୍ଦ ।
କେବଳ ସେତିକି ନୁହେଁ ଡ. ଚାନ୍ଦ ଜଣେ ଦୟାଳୁ , ସହାନୁଭୂତିଶୀଳ , ସରଳ ଓ ନମ୍ର ସ୍ୱଭାବର ଅଧିକାରୀ ଭାବେ କର୍ମଚାରୀ ମହଲରେ ଜଣାଶୁଣା । ଆଲୁମିନିୟମ କ୍ଷେତ୍ରରେ ଉଦେ୍ଧଶ୍ୟରେ ସେ ‘ଆଲୁମିନିୟମ : ଦ ଷ୍ଟ୍ରଟେଜିକ୍ ମେଟାଲ୍’ ଓ ‘ଆଲୁମିନିୟମ : ଦ ଫୁ୍ୟଚର ମେଟାଲ’ ନାମରେ ୨ଟି ପୁସ୍ତକ ରଚନା କରିଛନ୍ତି । ତେବେ ନାଲ୍କୋର ଏହି ବିକାଶ ଓ ସଫଳତା ପଛରେ କମ୍ପାନୀର ଅଧ୍ୟକ୍ଷ ଓ ପରିଚାଳନା ନିଦେ୍ର୍ଧଶକ ଡ. ତପନ କୁମାର ଚାନ୍ଦଙ୍କ ଅବଦାନ ଉଲ୍ଲେଖନୀୟ ଓ ଅବିସ୍ମରଣୀୟ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons