ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ବରଗାଁରେ ୧୫୦୦ ଟଙ୍କା ଉଠାଣ ପାଇଁ ଜଣେ ଅସହାୟ ଝିଅ (୬୦ ବର୍ଷ) ନିଜ ୧୨୦ ବର୍ଷର ମା’କୁ ଖଟିଆରେ ଅଧ କିଲୋମିଟର ବାଟ ଟାଣି ଟାଣି ନେବା ଘଟଣାରେ ସରକାର କାର୍ଯ୍ୟାନୁÂାନ ନେଇଛନ୍ତି । ନିର୍ଦ୍ଧୟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପାଇଁ ଜଣେ ଝିଅ ଏଭଳି କରିବାକୁ ବାଧ୍ୟ ହୋଇଥିଲା । ଏହି ଘଟଣାରେ ଖଡ଼ିଆଳ ବ୍ଲକ ବରଗାଁସ୍ଥିତ ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କର ବ୍ରାଞ୍ଚ୍ ମ୍ୟାନେଜର ଅଜିତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁÂାନ ପାଇଁ ନିଦେ୍ର୍ଧଶ ଦିଆଯାଇଛି ।
ଏହି ଘଟଣାକୁ ଗୁରୁତ୍ୱର ସହ ବିଚାରକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କ ଅଧ୍ୟକ୍ଷଙ୍କୁ ଏହାର ତଦନ୍ତ କରି ତୁରନ୍ତ ଦୃଢ଼ କାର୍ଯ୍ୟାନୁÂାନ ନେବା ଲାଗି ଅନୁରୋଧ କରାଯାଇଥିଲା । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରି ବ୍ରାଞ୍ଚ୍ ମ୍ୟାନେଜର ଶ୍ରୀ ପ୍ରଧାନଙ୍କୁ ନିଲମ୍ବନ କରିଛନ୍ତି ।
ନୂଆପଡ଼ା ଜିଲ୍ଲାର ଏହି ଅଭାବନୀୟ ଘଟଣାର ଭିଡିଓ ଭାଇରାଲ୍ ପରେ ଜାତୀୟ ସ୍ତରରେ ବି ଚର୍ଚ୍ଚାକୁ ଆସିଥିଲା । ପୂରା ଘଟଣାଟି ଏଭଳି ଥିଲା । ବରଗାଁର ଲବେ ବାଗ୍ (୧୨୦ ବର୍ଷ) ନିଜ ଝିଅ ପୁଞ୍ଜିମତି (୬୦) ଓ ଜ୍ୱାଇଁ ପବନ ଶିକାଙ୍କ ସହିତ ରୁହନ୍ତି । ସେମାନଙ୍କ ଜମିବାଡ଼ି ବୋଲି କିଛି ନାହିଁ । ଶାରୀରିକ ଦୁର୍ବଳତାରୁ କେହି କାମଧନ୍ଦା କରିପାରୁନାହାନ୍ତି । ପୂରା ପରିବାର ବାର୍ଦ୍ଧକ୍ୟ ଭତ୍ତା ଉପରେ ନିର୍ଭରଶୀଳ । ଲବେ ବାଗଙ୍କ ଜନଧନ ଆକାଉଣ୍ଟରେ ୧୫ ଶହ ଟଙ୍କା ଜମା ଥିଲା । ଏହି ଟଙ୍କା ଉଠାଇବା ପାଇଁ ଝିଅ ପୁଞ୍ଜିମତି ବ୍ୟାଙ୍କ ଯାଇଥିଲେ । ହେଲେ ହିତାଧିକାରୀ ନିଜେ (ଲବେ ବାଗ୍) ବ୍ୟାଙ୍କକୁ ନ ଆସିବା ପର୍ଯ୍ୟନ୍ତ କୌଣସି ଟଙ୍କା ମିଳିବ ନାହିଁ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହିିଥିଲେ ।
ପୁଞ୍ଜିମତି ନେହୁରା ହୋଇ କହିଥିଲେ, ୧୨୦ ବର୍ଷର ବୃଦ୍ଧା ମା’ । ଜରାଜୀର୍ଣ୍ଣ ଅବସ୍ଥାରେ ଖଟିଆରେ ପଡ଼ିଛି । ଚଲାବୁଲା ତ ଦୂରର କଥା, ଉଠିବସି ପାରୁନି । ଏ ଅବସ୍ଥାରେ ମା’ କେମିତି ବ୍ୟାଙ୍କ ଆସିପାରିବ? ତଥାପି ବ୍ୟାଙ୍କ କର୍ତ୍ତୃପକ୍ଷ ଶୁଣିନଥିଲେ । ଶେଷରେ ଅସହାୟ ପୁଞ୍ଜିମତି ବାଧ୍ୟ ହୋଇଥିଲେ ଖଟିଆରେ ପଡ଼ିଥିବା ଜରାଜୀର୍ଣ୍ଣ ମା’କୁ ଖଟିଆ ସହ ବ୍ୟାଙ୍କ ଯାଏଁ ଟାଣି ଟାଣି ନେବାକୁ । କଂକ୍ରିଟ୍ ରାସ୍ତାରେ ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ଖଟିଆକୁ ଟାଣି ଟାଣି ନେଇଥିଲେ ସେ । ଏହି ଦୃଶ୍ୟ ସଭିଙ୍କୁ ବିଚଳିତ କରିଥିଲା । ଏଭଳି କଷ୍ଟ ସହି ବ୍ୟାଙ୍କରୁ ଟଙ୍କା ଉଠାଣ କରିଥିଲେ ଏହି ପରିବାର । ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ମାନବିକତା ଉପରେ ଆଙ୍ଗୁଠି ଉଠିଥିଲା । ରାଜ୍ୟ ସରକାର ତକ୍ରାଳ ଏ ଦିଗରେ କାର୍ଯ୍ୟାନୁÂାନ ପାଇଁ ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କ ଅଧ୍ୟକ୍ଷଙ୍କୁ ଚିଠି କରିଥିଲେ । ପରିଣାମ ସ୍ୱରୂପ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜରଙ୍କ ବିରୋଧରେ କାର୍ଯ୍ୟାନୁÂାନ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons