ଉଗ୍ରରୂପ ନେଲା ଜନ୍ତାପାଇ ଘଟଣା ; ଉତ୍ତ୍ୟକ୍ତ ଜନତା ଓ ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ

Get real time updates directly on you device, subscribe now.

ଚିତ୍ରକୋଣ୍ଡା: ଉଗ୍ରରୂପ ନେଇଛି ମାଲକାନଗିରି ଜନ୍ତାପାଇ ଘଟଣା। ଉତ୍ତ୍ୟକ୍ତ ଜନତା ଓ ପୁଲିସ ମଧ୍ୟରେ ଏକ ପ୍ରକାର ଖଣ୍ଡଯୁଦ୍ଧ। ଉଭୟ ପକ୍ଷ ମୁହାଁମୁହିଁ ହୋଇଛନ୍ତି। ପୁଲିସକୁ ଲୋକେ ଗୋଡ଼େଇ ଗୋଡ଼େଇ ପିଟିଛନ୍ତି।
ଏଥିରେ ଆହତ ହୋଇଛନ୍ତି ୨ ପୁଲିସ୍ କର୍ମଚାରୀ ଗତକାଲି ଜନ୍ତାପାଇ ଅଙ୍ଗନଓ୍ୱାଡ଼ି କେନ୍ଦ୍ରରୁ ରାଜୁ ହନ୍ତାଳ ନାମକ ଜଣେ ଯୁବକଙ୍କ ମୃତଦେହ ମିଳିବା ପରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ପୋଷ୍ଟମର୍ଟମ ପରେ ମଧ୍ୟ ପରିବାର ଲୋକେ ମୃତଦେହ ନେଉନାହାନ୍ତି। ସେମାନେ ଅଭିଯୋଗ କରିଛନ୍ତି, ରାଜୁ ହନ୍ତାଳଙ୍କୁ ଯବାନମାନେ ହତ୍ୟା କରିଛନ୍ତି।
ଏହାକୁ ନେଇ ଆଜି ପାପରମେଟଲା ଥାନା ଆଗରେ ମୃତଦେହ ରଖି ଧାରଣା ଦେଇଥିଲେ ଗାଁ ଲୋକେ। ମଧ୍ୟାହ୍ନରେ ଉତ୍ତେଜନା ବୃଦ୍ଧି ପାଇ ତାହା ଉଗ୍ର ରୂପ ଧାରଣ କରିଛି। ଶୁକ୍ରବାର ଯନ୍ତାପାଇ ସାପ୍ତାହିକ ହାଟରୁ ରାଜୁ ନିଖୋଜ ଥିଲେ। ହାଟରୁ କେହି ଦୁଇ ଜଣ ବ୍ୟକ୍ତି ତାଙ୍କୁ ଡାକି ନେଇଯାଇଥିବା ଅଭିଯୋଗ ହୋଇଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons