ଉଚ୍ଚ ରକ୍ତଚାପକୁ ହ୍ରାସ କରେ ଅଲିଭ୍ ତେଲ

Get real time updates directly on you device, subscribe now.

ଭୂମଧ୍ୟ ସାଗରୀୟ ଅଞ୍ଚଳ ଲୋକ ପୂର୍ବେ ଖାଦ୍ୟରେ ଅଲିଭ୍ ତେଲ ବ୍ୟବହାର କରୁଥିଲେ । ପରବର୍ତ୍ତୀ କାଳରେ ତେଲର ସ୍ୱାଦ ଓ ସୁଗନ୍ଧ କାରଣରୁ ବହୁ ଦେଶରେ ଏହାର ଚାହିଦା ବଢ଼ିଥିଲା । ଅଲିଭ୍ ତେଲରେ ଭିଟାମିନ୍-କେ ଏବଂ ଭିଟାମିନ୍-ଇ ପ୍ରଚୁର ପରିମାଣରେ ରହିଥାଏ । ଏହାଛଡ଼ା ଏଥିରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରିହିଛି । ଉକ୍ତ ଆଣ୍ଟିଅକ୍ସିଡାଣ୍ଟପେଟ ଯନ୍ତ୍ରଣା ଓ ପ୍ରଜ୍ଜ୍ୱଳନ ଉପଶମ କରିଥାଏ । ଅଲିଭ୍ ତେଲରେ ଅନ୍ସାଚୁରେଟେଡ୍ ଫ୍ୟାଟ୍ ରହିଥାଏ । ସବୁଜ ପନିପରିବା, ମଞ୍ଜି ଜାତୀୟ ଆଦି ନାଇଟ୍ରାଇସ୍ ଖାଦ୍ୟରେ ଅନ୍ସାଚୁରେଟେଡ୍ ଫ୍ୟାଟ୍ ମିଶିଲେ ନାଇଟ୍ରୋ ଫ୍ୟାଟି ଏସିଡ୍ ଗଠିତ ହୁଏ । ଏହି ଏସିଡ୍ ଉଚ୍ଚ ରକ୍ତଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଣୁ ପାଳଙ୍ଗ, ଗାଜର, ମୂଳା, ଏଭୋକାଡୋ, ବ୍ରୋକୋଲି, ବନ୍ଧାକୋବି, ଆପ୍ସାରାଗସ୍ ଭଳି ସବୁଜ ପନିପରିବା ସହ ଏହି ତେଲକୁ ମିଶାଇ ଖାଇବା ଉଚିତ୍ । ଅଲିଭ୍ ତେଲକୁ ପ୍ରତିଦିନ ଖାଦ୍ୟ ରୂପେ ଗ୍ରହଣ କଲେ ଶରୀରରେ ଥିବା କୋଲେଷ୍ଟେରୋଲ୍ କମିଥାଏ । ଏଣୁ ମୋଟା ହ୍ରାସ କରୁଥିବା ବ୍ୟକ୍ତିଙ୍କୁ ବିଶେଷଜ୍ଞମାନେ ଅଲିଭ୍ ତେଳକୁ ଖାଦ୍ୟରେ ମିଶାଇ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥାନ୍ତି । ସୁସ୍ଥ ଶରୀର ପାଇବା ସହ ଅଲିଭ୍ ତେଳକୁ ରୂପଚର୍ଯ୍ୟାରେ ମଧ୍ୟ ବ୍ୟବହାର କରାଯାଏ । ଏହି ତେଲରେ ଭିଟାମିନ୍ ଏ, ଭିଟାମିନ୍ ଡି,ଭିଟାମିନ୍ ଇ ଏବଂ ଭିଟାମିନ୍ କେ ଭରପୂର ହୋଇ ରହିଥାଏ । ଯାହା ଚର୍ମ ଓ କେଶ ପାଇଁ ଉପଯୋଗୀ । ଏହି ଭିଟାମିନ୍ ମୁଖ୍ୟତଃ ସୋରାୟସିସ୍ ଏବଂ ଏକ୍ଜିମା ଆଦି ଚର୍ମ ରୋଗକୁ ଭଲ କରିବାରେ ସାହାଯ୍ୟ କରିଥା । ଏଣୁ କୁଫିଆ ହେଉଥିବା ସ୍ଥାନ କିମ୍ବା ନାଲି ହୋଇ ଫଳି ଯାଇଥିବା ସ୍ଥାନରେ ଏହି ତେଲକୁ ମାଲିସ କରାଯାଏ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons