ଉଡନ୍ତା ଗୁଣ୍ଡୁଚି ଉଦ୍ଧାର

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ):ଏକ ବିରଳ ପ୍ରଜାତିର ଗୋଟିଏ ଉଡନ୍ତା ଗୁଣ୍ଡୁଚି ମୂଷା ସୋମବାର ଏଠାରେ ଉଦ୍ଧାର ହୋଇଛି । ବନବିଭାଗ ପକ୍ଷରୁ ଏହାର ଚିକିତ୍ସା କରାଯାଇଛି । ମୂଷାଟି ଅଂଶୁଘାତର ଶିକାର ହୋଇଥିବା କୁହାଯାଉଛି ।
ମାଲକାନଗରି ଜିଲ୍ଲାଗଙ୍ଗାଲା ପଞ୍ଚାୟତ ବାପନପାଲ୍ଲୀ ଗ୍ରାମର କିଛି ଯୁବକ ଯାଉଥିବା ବେଳେ ଜଙ୍ଗଲ ରାସ୍ତାରୁ ଏହାକୁ ଉଦ୍ଧାର କରିଥିଲେ । ଖରାରେ ମୂଷାଟି ମୁମୂର୍ଷୁ ଅବସ୍ଥାରେ ପଡିଥିଲା । ଯୁବକମାନେ ତାକୁ ପାଣି ଦେଇ ଟିକେ ସୁସ୍ଥ କରିଥିଲେ । ପରେ ନିକଟସ୍ଥ ପାଣ୍ଡ୍ରିପାଣିସ୍ଥିତ ବନପାଳଙ୍କ ଜିମା ଦେଇଥିଲେ । ଜୀବଟି ବିରଳ ପ୍ରଜାତିର ଏକ ଗୁଣ୍ଡୁଚି ମୂଷା ବୋଲି ଚିହ୍ନଟ ହୋଇଥିଲା । ମୂଷାଟିର ଅବସ୍ଥା ଗୁରୁତର ଥିବାରୁ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀ ଜିଲ୍ଲା ପଶୁଧନ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିଥିଲେ । ମାଲକାନଗିରି ଜଙ୍ଗଲରେ ଏହି ପ୍ରଜାତିର ଜୀବ ଅଳ୍ପ ସଂଖ୍ୟାରେ ଥିବା ବିଭାଗ ପକ୍ଷରୁ କୁହାଯାଇଛି । ସୁସ୍ଥ ହେବା ପରେ ଏହାକୁ ଜଙ୍ଗଲରେ ଛାଡି ଦିଆଯିବ ବୋଲି ରେଞ୍ଜର ଶ୍ରୀ ବିଷୋୟୀ କହିଛନ୍ତି । ଅତିଶୟ ଗରମ ଯୋଗୁ ଏହା ଗଛ ଡାଳରୁ ଉଡି ତଳେ ପଡି ଯାଇଥିବା କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons