ଉଡିଗଲା ମହାପ୍ରଭୁଙ୍କ ନୀଳଚକ୍ର ବାନା

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ବାତ୍ୟା ଅମ୍ଫାନ୍ ପୂର୍ବରୁ ପବନରେ ଉଡ଼ିଗଲା ଶ୍ରୀମନ୍ଦିର ପତିତପାବନ ବାନା । ତେବେ ନୀଳଚକ୍ରରେ ଅନ୍ୟ ବାନା ଥିବାରୁ ମହାପ୍ରଭୁଙ୍କର ନୀତିକାନ୍ତିରେ କୌଣସି ଅସୁବିଧା ହୋଇନାହିଁ । ବାନା ଉଡ଼ିବାର କଛି ସମୟ ପରେ ଚୂନରା ସେବାୟତ ତୁରନ୍ତ ବାନା ଲଗାଇ ଦେଇଥିଲେ । ତେବେ ଚୂନରା ସେବକଙ୍କ ମତରେ ମହାପ୍ରଭୁ ବିପଦ ଟାଳିବା ପାଇଁ ଏଭଳି ତାଙ୍କ ବାନା ଉଡାଇ ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ ଅନେକ ଥର ପବନରେ ପତିତପାବନ ବାନା ଉଡ଼ିଥିବାର ନଜିର ରହିଛି । ଚୂନରା ସେବକ ଡାକ୍ତର ଶରତ ମହାନ୍ତି କହିଛନ୍ତି- ବାତ୍ୟା ଅମ୍ଫାନ୍ର ଦିଗ ପରିବର୍ତ୍ତନ ପାଇଁ ମହାପ୍ରଭୁ ନିଜ ବାନାକୁ ଉଡ଼ାଇ ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି ବାତ୍ୟା ଆସିବା ଆଗରୁ ବାନା ଉଡ଼ି ଯାଇଛି । ତେଣୁ ଏହାକୁ ଏକ ଶୁଭ ସଙ୍କେତ ଭାବେ ନେଇପାରିବା । ମହାପ୍ରଭୁଙ୍କ ନିଦେ୍ର୍ଧଶରେ ବାତ୍ୟା ତା ବାଟରେ ଚାଲିଯିବ । ଓଡ଼ିଶାରେ କିଛି କ୍ଷତି କରିବ ନାହିଁ ବୋଲି ଭାବିବା । ଫାଇଲିନ୍ ଓ ଫୋନି ଆରମ୍ଭ ପୂର୍ବରୁ ମଧ୍ୟ ବାନା ଉଡ଼ି ଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons