ଉଦଳା , (ବି.ବି.ନୁ୍ୟଜ୍): ଉଦଳା ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟେରା ପୁଣି ଚଲାଇଲେ ରାଜୁତି । ସ୍ପଷ୍ଟ ଦିବାଲୋକରେ ଦୁଇ ଘଣ୍ଟା ମଧ୍ୟରେ ଦୁଇ ଗୋଟି ସ୍ଥାନରୁ ପାଖାପାଖି ନଗଦ ୩ ଲକ୍ଷ ଟଙ୍କା ଏବଂ ୧ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଯାହାକୁ ନେଇ ଉଦଳା ଥାନାରେ ଦୁଇଟି ଭିନ୍ନ ଭିନ୍ନ ଅଭିଯୋଗ ହୋଇଛି ।
ଅଭିଯୋଗ ଅନୁସାରେ, ମଙ୍ଗଳବାର ଦିନ ଉଦଳା ଥାନା ଅଧୀନ ଦୁଗୁଧା ପଞ୍ଚାୟତରେ ବିଧବା, ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ବାରି ରହିଥିଲା । ଏଣୁ ଭତ୍ତା ପ୍ରଦାନ ନିମନ୍ତେ ଭିଏଡବ୍ଲୁ୍ୟ ପ୍ରଦୁ୍ୟମ୍ନ ନାୟକ ଉଦଳା ଆଇସିଆଇସିଆଇ ବ୍ୟାଙ୍କରୁ ୨ ଲକ୍ଷ ୮୬ ହଜାର ଟଙ୍କା ଉଠାଇଥିଲେ । ନଗଦ ଟଙ୍କା ନିଜ ସ୍କୁଟି ଡିକିରେ ଭର୍ତ୍ତି କରି ଦିନ ୧୨ଟାରେ ପଞ୍ଚାୟତ ଅଭିମୁଖେ ଯାଉଥିଲେ । ଏହି ସମୟରେ ଉଦଳା-ଦୁଗୁଧା ରାସ୍ତାର କେନାଲ ନିକଟରେ ତିନି ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ପ୍ରଦୁ୍ୟମ୍ନଙ୍କୁ ଜବରଦସ୍ତ ଅଟକାଇଥିଲେ । ତାଙ୍କୁ ମାଡ଼ ମାରିବା ସହିତ ଗାଡ଼ି ଚାବି ଛଡ଼ାଇ ନେଇଥିଲେ । ସେମାନେ ଡିକି ଖୋଲି ଟଙ୍କାତକ ନେଇ ସେଠାରୁ ପାର୍ ମାରିଥିଲେ । ଗଲାବେଳେ ପ୍ରଦୁ୍ୟମ୍ନଙ୍କ ମୋବାଇଲ୍ ମଧ୍ୟ ଲୁଟି ନେଇଥିଲେ । ଭିଏଡବ୍ଲୁ୍ୟ ପ୍ରଦୁ୍ୟମ୍ନ ନାୟକ ଏ ନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଉଦଳା ପୁଲିସ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଏହି ଲୁଟ୍ ସମ୍ପର୍କରେ ପୁଲିସ ତନାଘନା ଚଳାଇଥିବାବେଳେ ଉକ୍ତ ଘଟଣାର ମାତ୍ର ଦୁଇ ଘଣ୍ଟା ବ୍ୟବଧାନରେ ନାଗପାଳ ଜ୍ୟୋତିନଗରରେ ସୁନାଚେନ୍ ଲୁଟ୍ ହୋଇଥିଲା । ଜ୍ୟୋତିନଗର ଅଞ୍ଚଳରେ ରହୁଥିବା ଉଦଳା କଲେଜର ଇଂରାଜୀ ବିଭାଗର ଅଧ୍ୟାପିକା ରେହେନା ସୁଲତାନା ଅପରାହ୍ନରେ ସ୍କୁଟି ଯୋଗେ ଘରକୁ ଫେରୁଥିଲେ । ତେବେ ଘର ପାଖ ରାସ୍ତାର ଏକ ମୋଡ଼ ନିକଟରେ ହଠାତ୍ ପଛ ପାଖରୁ ଗୋଟିଏ ବାଇକ୍ରେ ଦୁଇ ଜଣ ଦୁର୍ବୃତ୍ତ ଆସି ଅଧ୍ୟାପିକାଙ୍କୁ ଅଟକାଇଥିଲେ ଏବଂ ଆାଖି ପିଛୁଳାକେ ତାଙ୍କ ବେକରୁ ସୁନାଚେନ୍ ଛିଣ୍ଡାଇ ନେଇ ପଳାଇଥିଲେ । ଅଧ୍ୟାପିକାଙ୍କ ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚô ଛାନଭିନ୍ ଆରମ୍ଭ କରିଥିଲା । ଏହି ସମୟରେ ରାସ୍ତାରୁ ଚେନ୍ର ସୁନା ଲକେଟ୍ଟି ମିଳିଥିବା ଜଣାପଡ଼ିଛି । ଲୁଟ ଚେନ୍ର ଓଜନ ୩ ଭରିରୁ ଅଧିକ ହୋଇଥିବାର ଅଧ୍ୟାପିକା ଦର୍ଶାଇଛନ୍ତି । ବର୍ତ୍ତମାନ ସୁନା ଦର ଅନୁଯାୟୀ ଯାହାର ମୂଲ୍ୟ ୧ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ହେବ ।
ତେବେ ସ୍ପଷ୍ଟ ଦିବାଲୋକରେ ମାତ୍ର ଦେଢ଼ ଘଣ୍ଟା ମଧ୍ୟରେ ଦୁଇ ଦୁଇଟି ଲୁଟ୍ ଘଟଣା ଘଟିବା ଏବଂ ଅପରାଧୀମାନେ ଆରାମରେ ଖସି ଯିବାକୁ ସକ୍ଷମ ହେବା ସ୍ଥାନୀୟ ପୁଲିସର ପାରିବାପଣିଆକୁ ନେଇ ପ୍ରଶ୍ନ ଉଠାଇଛି ।
Comments are closed, but trackbacks and pingbacks are open.