ପୁରୀ,(ବି.ବି.ନୁ୍ୟଜ୍): ମାଲେସିଆର କାର୍ଗୋବାହୀ ଜାହାଜକୁ ଉଦ୍ଧାର କରିଛି ସିଙ୍ଗାପୁରର ଏମ୍ଭି ଚିତ୍ତା ନାମକ ସ୍ୱତନ୍ତ୍ର ଜାହାଜ । ରବିବାର ସକାଳ ୭ଟା ୨୦ ମିନିଟରେ ଏହି ଜାହାଜ ସମୁଦ୍ର ଭିତରୁ ରଶି ବାନ୍ଧି ବାଲିରେ ଲଟକି ରହିଥିବା କାର୍ଗୋବାହୀ ଜାହାଜକୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରିଥିଲା । ହେଲେ ପୋତି ହୋଇଥିବା ଜାହାଜ ଇଞ୍ଚେ ବି ଘୁଞ୍ଚିନଥିଲା । ଏହାପରେ ଡ୍ରୋଜର ଜାହାଜ ତଳରୁ ବାଲି ଖୋଳିବା ଆରମ୍ଭ କରିଥିଲା । ଜାହାଜର ମୁଖ୍ୟ ଇଞ୍ଜିନ ପଙ୍ଖା ବାଲି ତଳେ ସମ୍ପୂର୍ଣ୍ଣ ପୋତି ରହିଥିଲା । ସିଙ୍ଗାପୁରରୁ ଆସିଥିବା ଜାହାଜ ରଶିରେ ଫସିଥିବା ଜାହାଜକୁ ଟାଣିଥିଲା । ରାତିରେ ବଡ଼ ଜୁଆର ଆସିବାରୁ ମାଲେସିୟା ଜାହାଜ ଗଭୀର ଜଳ ଭିତରକୁ ଯାଇଛି । ଏଠାରେ ଲାଗିବାର ଏକ ମାସ ଦଶ ଦିନ ପରେ ମାଲେସିୟା ଜାହାଜ ଉଦ୍ଧାର ହୋଇଛି ।
ସିଙ୍ଗାପୁର ଜାହାଜ ରାଜହଂସ ପାଖ ଖିରିସାହି ନିକଟ ସମୁଦ୍ରରେ ଲଙ୍ଗର ପକାଇ ରହିଥିଲା ।
Comments are closed, but trackbacks and pingbacks are open.