ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ): ଗଜପତି ଜିଲ୍ଲା କାଶୀନଗରରୁ ଅପହୃତ ହୋଇଥିବା ନାବାଳକକୁ ୩୬ ଘଣ୍ଟା ପରେ ପାରିବାର ଲୋକ ଖୋଜି ପାଇଛନ୍ତି । ପୁଅକୁ ଅପହରଣ କରାଯାଇଥିବା ନେଇ କାଶୀନଗର ଥାନାରେ ଅଭିଯୋଗ କରିଥିଲେ ବାପା । ହେଲେ ପୁଲିସ ଖୋଜି ବାହାର କରିବା ପୂର୍ବରୁ ପରିବାର ଲୋକ ପୁଅକୁ ଖୋଜି ପାଇଛନ୍ତି ।
ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାର ଘଟଣା । କାଶୀନଗର ମର୍ଣ୍ଣିଙ୍ଗିି ସାହିର କାଜୁ ବ୍ୟବସାୟୀ ଜାମି ଗୋପୀଙ୍କ ୭ ବର୍ଷର ପୁଅ ଜାମି ହାର୍ଦ୍ଧିକଙ୍କୁ ୨ ଜଣ ବାଇକରେ ଆସି ଅପହରଣ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ତେବେ ପୁଲିସ ସମ୍ପୃକ୍ତ ପିଲାକୁ ଖୋଜି ପାଇବା ପୂର୍ବରୁ ପରିବାର ଲୋକ ହାର୍ଦ୍ଧିକ୍କୁ ଖୋଜି ପାଇଛନ୍ତି । ତଥାପି ପୁଲିସ ଓ ଚାଇଲ୍ଡଲାଇନ୍ ଘଟଣାର ତଦନ୍ତ ଜାରି ରଖିଛନ୍ତି । ହାର୍ଦ୍ଧିକ କେତେକ ପିଲାଙ୍କ ସହ ମିସି ଖେଳୁଥିଲେ । ଏ ସମୟରେ ଦୁଇଜଣ ବ୍ୟକ୍ତି ବାଇକ୍ରେ ଆସି ହାର୍ଦ୍ଧିକକୁ ତୋ ବାପାଙ୍କ କାଜୁ ଗୋଦାମ ଦେଖାଇଦିଅ କହି ତାକୁ ସାଙ୍ଗରେ ନେଇଥିଲେ । ଅନେକ ରାତି ପର୍ଯ୍ୟନ୍ତ ପୁଅ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିବା ସହ ହାର୍ଦ୍ଧିକ ସହ ଖେଳୁଥିବା ପିଲାଙ୍କଠୁ ଘଟଣା ସମ୍ପର୍କରେ ଜାଣି କାଶୀନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ନିଖୋଜର ୩୬ ଘଣ୍ଟା ପରେ ହାର୍ଦ୍ଧିକକୁ ପରିବାର ଲୋକ ଉଦ୍ଧାର କରିଛନ୍ତି । ତେବେ ଏ ପର୍ଯ୍ୟନ୍ତ ଅପହରଣକାରୀକୁ ଧରିବାକୁ ପୁଲିସ ପ୍ରୟାସ ଜାରି ରଖିଥିବା କହିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ । ଶୁକ୍ରବାର ଗଜପତି ଏସ୍ପିଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଆଜି ଏହା କହିଛନ୍ତି । ଉଦ୍ଧାର ପରେ ପୁଲିସ ହାର୍ଦ୍ଧିକକୁ ନିଜ ହେପାଜତକୁ ନେଇ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛି । ଏହାସହ ଘଟଣାସ୍ଥଳରେ ପହଞ୍ଚô ଛାନ୍ଭିନ୍ କରୁଛି ।
ଗୋପୀଙ୍କ ଦୁଇ ପୁଅ ମଧ୍ୟରୁ ହାର୍ଦ୍ଧିକ ବଡ । ତେବେ ହାର୍ଦ୍ଧିକ ନିଖୋଜ ପରେ ସାରା ପରିବାର ଆଶା ଓ ଆଶଙ୍କାରେ ରହିଥିଲେ । ଏତଲା ଦେବା ପରେ ବି ପରିବାର ଲୋକ ଖୋଜାଖୋଜି ଚଳାଇଥିଲେ । ତେବେ କାଶୀନଗରଠୁ ୩ କିମି ଦୂର କଇଠପଦର ଠାରେ ଗୋପୀଙ୍କର ଏକ ଘର ନିର୍ମାଣ କାମ ଚାଲିଛି । ତେବେ ଏହି ସ୍ଥାନରେ ଥିବା ଏକ ଅସ୍ଥାୟୀ ଗୋଦାମ ଘରେ ହାର୍ଦ୍ଧାକ୍ ଶୋଇଥିବା ବେଳେ ଗୋପୀଙ୍କ ସଢ଼ୁ ତାକୁ ଦେଖିଥିଲେ । ପରେ କବାଟ ଭାଙ୍ଗି ତାକୁ ଉଦ୍ଧାର କରାଯାଇଥିଲା । ସେହି ସ୍ଥାନରେ ଖାଦ୍ୟ ପୁଡ଼ିଆ ପଡ଼ିଥିବାରୁ ଅପହରଣକାରୀ ଖାଇବାକୁ ଏଠାକୁ ଆଣିଥିବା କୁହିଛନ୍ତି ଗୋପୀଙ୍କ ସଢୁ । ହାର୍ଦ୍ଧିକ୍ ଉଦ୍ଧାର ବେଳେ ତା ଦେହରେ କୌଣସି କ୍ଷତ ହୋଇନଥିବା ଦେଖିବାକୁ ମିଳିଛି ।


Comments are closed, but trackbacks and pingbacks are open.