ଉଦ୍ଧାର ହେଲା ୩ କେଜି ଓଜନର ବଜ୍ରକାପ୍ତା

Get real time updates directly on you device, subscribe now.

ଆଠଗଡ଼: ଆଠଗଡ଼ରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛାଡି ଦିଆ ଯାଇଛି। ଆଠଗଡ଼ ସବଡ଼ିଭିଜନ ବନଖଣ୍ଡର ଆଠଗଡ଼ ରେଞ୍ଜର ଲକ୍ଷ୍ମୀ ନାରାୟଣ ପୁର ( ଶୋଲଗାଡିଆ) ଗ୍ରାମର ପ୍ରଣୟ ପ୍ରଧାନଙ୍କ ବାରିପଟରେ ଏକ ବଜ୍ରକାପ୍ତା ବୁଲୁଥିବା ଦେଖିବାକୁ ମିଳିଥିଲା। ସେହି ଗ୍ରାମର ଯୁବକମାନେ ବଜ୍ରକାପ୍ତାଟିକୁ ଉଦ୍ଧାର କରି ଗାଁର ମଣ୍ଡପକୁ ଆଣି ବନବିଭାଗକୁ ଖବର ଦେଇଥିଲେ।
ଖବର ପାଇ ବନ ବିଭାଗର ମୋବାଇଲ ସ୍କ୍ୱାର୍ଡ ରେଞ୍ଜର ସୁରେଶ କୁମାର ଷଡଙ୍ଗୀଙ୍କ ସହ ବନ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ବଜ୍ରକାପ୍ତାଟିକୁ ଉଦ୍ଧାର କରି ବନ ବିଭାଗର କାର୍ୟ୍ୟାଳୟକୁ ଆଣିଥିଲେ। ଆଠଗଡ଼ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ତିନି କେଜି ଓଜନର ଉକ୍ତ ମାଈ ଵଜ୍ରକାପ୍ତାର ଡ଼ାକ୍ତରୀ ପରୀକ୍ଷା ପରେ ତାକୁ ବଡ଼ମ୍ବା ରେଞ୍ଜର ଗିରିମି ଖୋଲ ସଂରକ୍ଷିତ ଜଙ୍ଗଲରେ ଛଡ଼ା ଯାଇଥିବା ସୂଚନା ମିଳିଛି।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons