ଉନ୍ନୟନ କାର୍ଯ୍ୟର ତଦାରଖ କଲେ ଜିଲ୍ଲାପାଳ

Get real time updates directly on you device, subscribe now.

ଜୟପୁର: ସହରର ଉନ୍ନୟନମୂଳକ କାର୍ଯ୍ୟ ଓ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କୋଠା ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତର । ଶୁକ୍ରବାର ସଂଧ୍ୟାରେ ଉପଜିଲ୍ଲାପାଳ ହେମକାନ୍ତ ସୟ, ଭାରପ୍ରାପ୍ତ ପୌରଯନ୍ତ୍ରୀ ପ୍ରଭାକର ଦାଶ, କନିÂ ଯନ୍ତ୍ରୀ ଅଜୟ କୁମାର ଆଚାର୍ଯ୍ୟ ଓ ଅନ୍ୟ ଅଧିକାରୀଙ୍କ ସହ ଉନ୍ନତିମୂଳକ କାର୍ଯ୍ୟ ଦେଖିଥିଲେ । ଅଗଷ୍ଟ ୧୫ ତାରିଖ ସୁଦ୍ଧା ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କୋଠା ମରାମତି କାମ ସମ୍ପୂର୍ଣ୍ଣ କରିବାକୁ ପୌରଯନ୍ତ୍ରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ । ସେହିପରି କଂକ୍ରିଟ ରାସ୍ତା ବଦଳରେ ପେଭର୍ ବ୍ଲକ ବ୍ୟବହାର କରି ରାସ୍ତା ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ବୈଠକରେ ଆଜି ଯୋଗଦେଇଥିଲେ ଜିଲ୍ଳାପାଳ । ପରେ ଏୟାରଷ୍ଟ୍ରିପ୍ କାମ କେତେଦୂର ଆଗେଇଛି, ତାହା ଦେଖିବାକୁ ଯାଇଥିଲେ । ସେଠାରୁ ଫେରି ଜୟନଗର ଓ ରାଜୁସାହି ରାସ୍ତା କଡରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦେଖିଥିଲେ । ଏହାପରେ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କୋଠା ମରାମତି କାର୍ଯ୍ୟ ଦେଖିଥିଲେ । ଏ ସମ୍ପର୍କରେ ପୌରଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଅଗଷ୍ଟ ୧୫ ତାରିଖ ଭିତରେ ମରାମତି କାମ ଶେଷ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଶେଷରେ ହାଟପଦା ଅଞ୍ଚଳର ଭାନଭୀ ଟାଉନସିପ୍ର ପିଚୁରାସ୍ତା ଓ ପେଭର ବ୍ଲକ ରାସ୍ତା ବୁଲିଦେଖିଥିଲେ । କଂକ୍ରିଟ ରାସ୍ତା ଅପେକ୍ଷା ପେଭର ବ୍ଲକ ରାସ୍ତାରେ କମ ଖର୍ଚ୍ଚ ହେଉଥିବାରୁ ପୌରପାଳିକା ପକ୍ଷରୁ ପେଭର ବ୍ଲକ ରାସ୍ତା ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons