ପୋଇ ଶାଗ ସାଧାରତଃ ଦୁଇ ପ୍ରକାର ଦେଖିବାକୁ ଥାଏ । ଭିଏତ୍ନାମ, ଚୀନ୍, ଫିଲିପାଇନ୍ସ ଆଦି ଦେଶର ଲୋକ ପୋଇ ଶାଗକୁ ସାଲଡରେ କଞ୍ଚା ଖାଇବାକୁ ପସନ୍ଦ କରିଥାନ୍ତି । ପୋଇ ଶାଗରେ ଆଇରନ୍, ଭିଟାମିନ୍, କ୍ୟାଲସିୟମ୍ ଓ ଆଣ୍ଟିଅକ୍ସିଡେଣ୍ଟ ଭରପୂର ମାତ୍ରାରେ ରହିଥାଏ । ଏଣୁ ଏହାକୁ ପ୍ରତ୍ୟେକ ଦିନ ଖାଇଲେ ରକ୍ତହୀନତା ରୋଗ ଦୂର ହୁଏ । ଗର୍ଭାବସ୍ଥାରେ ପୋଇ ଶାଗକୁ ଖାଇବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । ପୋଇରେ ବେଟା କାରୋଟିନ୍, ଜେକ୍ସାଟିନ୍ଥିନ୍ ଓ ଲ୍ୟୁଟିନ୍ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ । ଏହି ସବୁ ଆଣ୍ଟିଅକ୍ସିଡେଣ୍ଟ ଆଖି ରେଟିନାର କୋଷକୁ ସୁସ୍ଥ ରଖିବା ସହ ମଜବୁତ୍ କରାଇଥାଏ । ପ୍ରାୟ ୧୦୦ ଗ୍ରାମ୍ ପୋଇ ପତ୍ରରେ ୯୨.୫ ପ୍ରତିଶତ ପାଣି ରହିଥାଏ । ଏଣୁ ଏହାକୁ ଖାଇଲେ ଭୋକ କମ୍ ଲାଗିବା ସହ ଶରୀରରେ ଥିବା ଅତ୍ୟଧିକ ଚର୍ବି କମିଥାଏ । ଏହାସହ ମୂତ୍ରାଶୟ ଜ୍ୱଳନ ଓ ସଂକ୍ରମଣରୁ ମୁକ୍ତି ମିଳେ । ପୋଇରେ ଆମିନୋ ଏସିଡ୍ ରହିଥାଏ, ଯାହା ଅବସାଦ ଦୂର କରେ । ଏଥିରେ ମ୍ୟାଗ୍ନେସିୟମ୍ର ପରିମାଣ ଅଧିକ ରହିଥାଏ । ମ୍ୟାଗ୍ନେସିୟମ୍ ମାଂସପେଶୀକୁ କାର୍ଯ୍ୟକ୍ଷମ କରାଇବା ସହ ଆରାମ ଦେଇଥାଏ । ଫଳରେ ରାତ୍ରିରେ ଭଲ ନିଦ ହୁଏ । ଏସିଆର ବହୁ ଲୋକ ପୋଇ ଶାଗ ସହ ତା’ର ନାଡ଼ ଓ ଫଳକୁ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି । ଶାଗ ଭଳି ଏହା ମଧ୍ୟ ସ୍ୱାଦିଷ୍ଟ ଲାଗେ ।
Comments are closed, but trackbacks and pingbacks are open.