ଉପକୂଳରେ ବିଦେଶୀ ଜାହାଜ :ଇଞ୍ଜିନ୍ରୁ ତେଲ ଲିକ୍

Get real time updates directly on you device, subscribe now.

ପୁରୀ,(ବି.ବି.ନ୍ୟୁଜ୍): କୃଷ୍ଣପ୍ରସାଦ ବ୍ଳକର ଖିରିସାହି ଗ୍ରାମ ନିକଟ ସମୁଦ୍ର ତଟରେ ଅଟକି ରହିଥିବା ମାଲେସିଆର ପଣ୍ୟବାହୀ ଜାହାଜ ନୂତନ ବିପଦ ସୃଷ୍ଟି କରିଛି । ଏହି ଜାହାଜ ଇଞ୍ଜିନରୁ ତେଲ ଲିକ୍ କରି ସମୁଦ୍ରରେ ଭାସୁଛି । ଜାହାଜରେ କେତେ ଶହ ଲିଟର ତେଲ ରହିଛି ତାହା ଜଣାପଡିନାହିଁ । ଏହା ସମୁଦ୍ର ପ୍ରଦୂଷଣର କାରଣ ହେବା ଆଶଙ୍କା କରୁଛନ୍ତି ପରିବେଶବିତ । ଇତିମଧ୍ୟରେ ଏହି ଜାହାଜ ବେଳାଭୂମି ବାଲିରେ ଦବିବାରେ ଲାଗିଛି । ମୂଳ ଜାହାଜଟି ପାଖାପାଖି ପାଞ୍ଚ ଫୁଟ ବାଲିରେ ଦବିଗଲାଣି । ସେହିଭଳି ଜାହାଜର କାର୍ଗୋ କଣ୍ଟେନର୍ଟି ମଧ୍ୟ ସମୁଦ୍ର ବାଲିରେ ପୋତି ହୋଇରହିଛି । ବାଲିରେ ପୋତି ହେବା କାରଣରୁ ମରାମତିରେ ଅସୁବିଧା ସୃଷ୍ଟି ହୋଇଛି । ମୁଖ୍ୟତଃ ଜାହାଜର ଫ୍ୟାନ୍ଟି ବାଲିରେ ପୋତିହୋଇଯାଇଛି । ଏହା ହିଁ ମରାମତିରେ ପ୍ରତିବନ୍ଧକ ସୃଷ୍ଟି କରିଛି । ଏହି ଜାହାଜଟି ଗୁରୁବାର ରାତିରୁ ଆସି କୃଷ୍ଣପ୍ରସାଦ ରାଜହଂସ ରିସୋର୍ଟ ନିକଟ ଉପକୂଳରେ ଅଟକି ରହିଛି । ଜାହାଜ ଉଠାଇବାକୁ ଆଜି ବି କ୍ରେନ୍ ଆସିନାହିଁ । ଏହି କାରଣରୁ ସମୁଦ୍ର ଜୁଆର ପ୍ରଭାବରେ ଜାହାଜ ଏବଂ କାର୍ଗୋ କଣ୍ଟେନର ତଳୁ ଧୀରେ ଧୀରେ ବାଲି ଖସି ଖସି ଯାଉଛି । ଏହି ଜାହାଜ ଏବଂ କଣ୍ଟେନରକୁ ଉଦ୍ଧାର କରାନଗଲେ ଆହୁରି ତଳକୁ ବାଲିରେ ଦବିବା ଆଶଙ୍କା ଜାତ ହୋଇଛି । ପାରାଦୀପରୁ ଆସିଥିବା ଦୁଇ ମେକାନିକ୍ ପ୍ରତିକୂଳ ପରିସ୍ଥିତି କାରଣରୁ ଜାହାଜ ମରାମତିରେ ସଫଳ ହୋଇନାହାନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons