ଉପାନ୍ତ ଅଞ୍ଚଳମୁହାଁ ପ୍ରଶାସନିକ ଅଧିକାରୀ: ଲୋକଙ୍କ ନିକଟରେ ପହଞ୍ଚିବାକୁ ପ୍ରୟାସ

Get real time updates directly on you device, subscribe now.

ପାତ୍ରପୁର, (ବି.ବି.ନୁ୍ୟଜ୍): ସ୍ୱାଧୀନତାର ଦୀର୍ଘ ୭୦ ବର୍ଷ ପରେ ବି ଦୁର୍ଗମ ଇଲାକା ହୋଇ ରହିଯାଇଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ର ଆଦିବାସୀବହୁଳ ପାହାଡ଼ିଆ ଅଞ୍ଚଳ । ଏଠିକାର ଆଦିବାସୀଙ୍କ ନିକଟରେ ମୌଳିକ ସୁବିଧା ଏଯାବତ୍ ଅପହଞ୍ଚ । ସରକାରୀ ଯୋଜନାର ସୁଫଳ ସେମାନଙ୍କ ଠାରୁ ବେଶ୍ ଦୂରରେ । ଯେଉଁଠି ଯିବାକୁ ପକ୍କା ସଡ଼କ କଥା ଛାଡ଼ନ୍ତୁ, ରାସ୍ତାଟିଏ ବି ନାହିଁ । ପାହାଡ଼ିଆ ନାଳ ଓ ଝରଣା ସେମାନଙ୍କ ପାଇଁ ପାଣିର ଉତ୍ସ । ଶିକ୍ଷା ଓ ସ୍ୱାସ୍ଥ୍ୟ କଥା ନକହିଲେ ଭଲ । ତେବେ ଗଞ୍ଜାମ ଜିଲ୍ଲା ପ୍ରଶାସନର ତୃଣମୂଳସ୍ତରରେ ପହଞ୍ଚିବାର ପ୍ରୟାସକ୍ରମେ ଏଭଳି ଅଗମ୍ୟ, ଉପାନ୍ତ ଇଲାକାରେ ପହଞ୍ଚିବାରେ ଲାଗିଛନ୍ତି ପଦସ୍ଥ ପ୍ରଶାସନିକ ଅଧିକାରୀ । ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ଅସୁବିଧା, ସମସ୍ୟା ଜାଣିବା ସହ ତାହାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଆଗଭର ହୋଇଛନ୍ତି ଆଇଏଏସ୍ ଅଧିକାରୀମାନେ । ପାତ୍ରପୁର ବ୍ଲକ୍ ବୁରାତାଳ ପଞ୍ଚାୟତର ପାହାଡ଼ ଉପରେ ଥିବା ଗ୍ରାମଗୁଡ଼ିକୁ ଗତ ତିନି ବର୍ଷ ମଧ୍ୟରେ ୨ ଆଇଏଏସ୍ ଉପଜିଲ୍ଲାପାଳ, ରାଜ୍ୟ ଖାଦ୍ୟ କମିଶନର୍ ବହୁ କଷ୍ଟ ସ୍ୱୀକାର କରି ପହଞ୍ଚିବା ଏହାର ନଜିର ।
ବୋଟ୍ରେ ବସି ଜଳଭଣ୍ଡାର ପାର୍ ହୋଇଥିଲେ । ଚାଲି ଚାଲି ପାହାଡ଼ିଆ ରାସ୍ତାରେ ଉପରକୁ ଉଠିଥିଲେ । ପାଦରୁ ଯୋତା ବାହାର କରି ପାହାଡ଼ିଆ ଝରଣା ପାର ହୋଇଥିଲେ । ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବାକୁ ଏଭଳି କଷ୍ଟ ସ୍ୱୀକାର କରିଥିଲେ ଆଇଏଏସ୍ ଅଧିକାରୀମାନେ । ୨୦୧୭ ସେପ୍ଟେମ୍ବର ୨ରେ ବୁରାତାଳ ପଞ୍ଚାୟତର ବାଦୁଆ ଗ୍ରାମକୁ ପ୍ରଥମ ଆଇଏଏସ୍ ଅଧିକାରୀ ଭାବେ ଗସ୍ତ କରିଥିଲେ ବର୍ତ୍ତମାନର ଡିଆର୍ଡିଏ ପ୍ରକଳ୍ପ ନିଦେ୍ର୍ଧଶକ ତଥା ତକ୍ରାଳୀନ ବ୍ରହ୍ମପୁର ଉପଜିଲ୍ଲାପାଳ ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ପାହାଡ଼ିଆ ରାସ୍ତାରେ ଚାଲି ଉପାନ୍ତ ଆଦିବାସୀ ଗାଁରେ ପହଞ୍ଚô ଜନଶୁଣାଣି କରିଥିଲେ । ଶତାଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ବଣ୍ଟାଯାଇଥିଲା । ବିଦ୍ୟାଳୟ ଗୃହ ନିର୍ମାଣ ଆଦେଶ ସହ ଅଙ୍ଗନବାଡ଼ି ଗୃହ ଜାଗା ଚିହ୍ନଟ କରିଥିଲେ । ସୌରଶକ୍ତି ଆଲୁଅ ଓ ଅନ୍ୟ ଉନ୍ନୟନ କାର୍ଯ୍ୟ ବିଷୟରେ ଆଲୋଚନା ସହ ବାଦୁଆ ସ୍କୁଲରେ ପିଲାଙ୍କୁ ପୁସ୍ତକ, ପୋଷାକ ଓ ଚପଲ ବାଣ୍ଟିଥିଲେ । ଜଣେ ଆଇଏଏସ୍ଙ୍କ ଦୁର୍ଗମ ଅଞ୍ଚଳରେ ପାଦ ପଡ଼ିଥିବାରୁ ପାହାଡ଼ ଶିଖରର ଆଦିବାସୀମାନେ ପାରମ୍ପରିକ ବାଜା ବଜାଇ ନାଚି ଗାଇ ତାଙ୍କୁ ପାଛୋଟି ନେଇଥିଲେ ।
୭ ଏପ୍ରିଲ୍ ୨୦୧୮ ଓ ପୁଣି ସେପ୍ଟେମ୍ବର ପହିଲାରେ ଅବସରପ୍ରାପ୍ତ ଆଇଏଏସ୍ ତଥା ଓଡ଼ିଶା ରାଜ୍ୟ ଖାଦ୍ୟ କମିଶନ୍ ଅଧ୍ୟକ୍ଷ ରଙ୍ଗଲାଲ୍ ଜାମୁଡ଼ା ବୁରାତାଳ ପଞ୍ଚାୟତର ଧୋବାଲିଙ୍ଗି ଗ୍ରାମରେ ପହଞ୍ଚôଥିଲେ । ଭିନ୍ନ ଏକ ନଗଡ଼ା ଧୋବାଲିଙ୍ଗି ବୋଲ ଗଣାମାଧ୍ୟମରେ ଖବର ପ୍ରକାଶ ପରେ ତଦନ୍ତ କରି ବାସ୍ତବ ତଥ୍ୟ ଜାଣିବାକୁ ଆଦିବାସୀଙ୍କ ନିକଟରେ ପହଞ୍ଚିଥିଲେ ସେ । ଫେରିବା ବେଳେ ଗଜପତି ଜିଲ୍ଲା ଦେଇ ପ୍ରାୟ ଦୁଇ କିମି ପାହାଡ଼ିଆ ରାସ୍ତାରେ ଚାଲିଥିଲେ । ଏହାପରେ ଅପପୃଷ୍ଟିର ଶିକାର ଶିଶୁଙ୍କୁ ବ୍ରହ୍ମପୁର ପୁଷ୍ଟି ସହାୟକ କେନ୍ଦ୍ରକୁ ପଠାଯାଇଥିଲା । ଆଙ୍କୁଲି ପଞ୍ଚାୟତର ବହୁ ଆଦିବାସୀ ପରିବାରକୁ ବୁରାତାଳ ଓ ଜରଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ଖାଉଟୀ ସାମଗ୍ରୀ ଦେବାର ବ୍ୟବସ୍ଥା ହୋଇଥିଲା ।
ପ୍ରଶାସନକୁ ଆଦିବାସୀଙ୍କ ନିକଟତର କରିବା ଦିଗରେ ଆଉ ପାଦେ ଆଗେଇଛନ୍ତି ବର୍ତ୍ତମାନର ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଧ ଦତ୍ତାତ୍ରେୟ ଭାଓସାହେବ୍ । ଦାୟିତ୍ୱ ଗ୍ରହଣର ମାସେ ନପୁରୁଣୁ ସେ ବାରମ୍ବାର ବାତ୍ୟା ଓ ବନ୍ୟାର ସମ୍ମୁଖୀନ ହେଉଥିବା ଆଙ୍କୁଲି ପଞ୍ଚାୟତର ଅପହଞ୍ଚ ଗାଁ ବେହେରାପୁଟୁ, ବାଣିଆବସା, ଶିରିଶିଗସ୍ତ ଓ ଏଲଗଲ ଭଳି ଛଅଟି ଗ୍ରାମର ବିସ୍ଥାପନ ଓ ଥାଇଥାନ ସମସ୍ୟାର ସମାଧାନ ପାଇଁ ପହଞ୍ଚିଥିଲେ ସେ । ରବିବାର ଡଙ୍ଗା ଯୋଗେ ବାଘଲଟି ଜଲଭଣ୍ଡାର ପାର ହେବା ସହ ପାହାଡ଼ିଆ ରାସ୍ତାରେ ଖରସ୍ରୋତା ନାଳ ପାର ହୋଇ ଚାଲି ଚାଲି ପହଞ୍ଚିଥିଲେ । ଗ୍ରାମବାସୀଙ୍କ ସହ ବୈଠକ କରି ପାହାଡ଼ ତଳକୁ ଆସିବା ପାଇଁ ପରାମର୍ଶ ଦେଇଛନ୍ତି । ବାରମ୍ବାର ବରିÂ ପ୍ରଶାସନିକ ଅଧିକାରୀଙ୍କ ଏଭଳି ଗସ୍ତ ଫଳରେ ଆଦିବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ନୂତନ ଆଶାର କିରଣ । ବିଭିନ୍ନ କ୍ଷେତ୍ରରେ ସୁଧାର ଆସିବାରେ ଲାଗିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons