
ନବରଙ୍ଗପୁର (ଗଗନ ଗନ୍ତାୟତଙ୍କ ରିପୋର୍ଟ):ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ ଦ୍ବାରା ୪ ଗଞ୍ଜେଇ ଚାଲାଣ କାରୀ ଙ୍କ ସହ ୪ ଟି ବାଇକ ଧରିବାରେ ସଫଳ ହୋଇଛି।ଗଞ୍ଜେଇ ଚାଲାଣ କାରୀ ବାରମ୍ବାର ନବରଙ୍ଗପୁର ପୋଲିସ ହାତରେ ଧାରା ପଡିଲେ ମଧ୍ୟ ଚାଲାଣ କାରୀଙ୍କ ମନରେ ଛନକା ପସିବାର ନା ନେଉନାହିଁ । ପ୍ରତି ଦୁଇ ଦିନ ରେ ଗୋଟିଏ ଗଞ୍ଜେଇ ଚାଲାଣ କାରୀ ଗୋଷ୍ଠି ବା ବ୍ୟକ୍ତି ପୋଲିସ ହାତରେ ଧରା ପଡୁଥିବା ଦେଖୁକୁ ମିଳୁଛି । ସୂଚନା ଅନୁଯାୟୀ ଗତ ରାତି ରେ କୌଣସି ସୂତ୍ର ରୁ ଖବର ପାଇ ଉମରକୋଟ ଉପାଖଣ୍ଡିୟ ଅଧୂକାରୀ ଡ଼ . ଦିନେଶ କୁମାର ନାୟକ ଓ ଥାନା ଅଧୁକାରୀ ନରେଶ କୁମାର ପ୍ରଧାନ ଙ୍କ ତତ୍ତ୍ଵାବଧାନ ରେ ଉମରକୋଟ ବ୍ଲକ ଚାନ୍ଦିୟା ବେଡା ଗ୍ରାମ ରବି ନାରାୟଣ ସମରଥ ଙ୍କ ଘରେ ଅଚାନକ ଚଢ଼ାଉ କରି ୭ କ୍ଲିଣ୍ଟାଲ ୧୨ କେଜି ଓଜନର ଗଞ୍ଜେଇ ଜବତ କରିବା ସହ ମବଗ୍ଦର ଦ୍ଭକ୍ଟ ୮୨ / ୨୦୨୧ , ରୁଜୁ କରି ୪ ଅଭିଯୁକୁ ଧରିବାରେ ସଫଳ ହୋଇଛନ୍ତି । ଏହି ଅଭିଯୁକ୍ତ ଙ୍କ ମଧ୍ୟରେ ଦୁଇ ଜଣ ସରକାରୀ କର୍ମଚାରୀ ବୋଲି ସୂଚନା ମିଳିଛି । ଏହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ହୋଇପାରେ ବୋଲି ସୂଚନା ଦେଇଛନ୍ତି ଉପାଖଣ୍ଡିୟ ଅଧୁକାରୀ ଡା . ଦିନେଶ କୁମାର ନାୟକ । ଏବଂ ଏହା ପଛରେ ଥିବା କାର୍ପଟ ଦାର ଙ୍କୁ ଧରିବାରେ ତଦନ୍ତ କରୁଥିବା କହିଛନ୍ତି । ନୂତନ ଭାବେ ଉପଖଣ୍ଡିୟ ଅଧୁକାରୀ ଦିନେଶ କୁମାର ନାୟକ ଯୋଗ ଦେବା ପରେ ଉମରକୋଟ ପୋଲିସ ପ୍ରଶାସନ ତତ୍ପର ହୋଇ ଅନେକ ଅସାମାଜିକ ବ୍ୟକ୍ତି ଙ୍କୁ ଧରିବାରେ ସଫଳତା ହାସଲ କରିଥିବା ଦେଖବାକୁ ମିଳୁଛି ।
Comments are closed, but trackbacks and pingbacks are open.