ଜଗମୋହନପୁର,(ବି.ବି.ନୁ୍ୟଜ୍): ବାପା ବ୍ୟାଙ୍କ୍ କର୍ମଚାରୀ ଓ ମା’ ବ୍ଲକ୍ ପ୍ରାଣୀ ଚିକିତ୍ସାଳୟର ଅଧିକାରୀ । ହେଲେ ଶିଶୁ ପୁତ୍ର ସହ କରିଛନ୍ତି ଅକଥନୀୟ ଅତ୍ୟାଚାର । ଶିକ୍ଷିତ ହୋଇ ମଧ୍ୟ ଅଶିକ୍ଷିତର ସୀମାକୁ ଲଙ୍ଘି ବାପା,ମା’ରୁ ପାଲଟିଛନ୍ତି ଜହ୍ଲାଦ । ପାଠ ନପଢ଼ିବାରୁ ଶିଶୁ ପୁତ୍ରକୁ ପିଟି ପିଟି ନୋଳା ଫଟାଇ ଦେଇଛନ୍ତି । ଆଣ୍ଠୁ ଗଣ୍ଠିକୁ ପିଟି ଫୁଲାଇ ଦେଇଛନ୍ତି । ଏତିକିରେ ମନ ବୁଝିଲାନି ଯେ, ପୁଅର ପିଠିସାରା ଗଧ ଗଧ ଗଧ ଲେଖି ଉଲଗ୍ନ କରିବା ସହ ତାକୁ ଘରୁ ବାହାର କରି ଦେଇଛନ୍ତି । ଶିଶୁ ପୁତ୍ରଟି ଅତ୍ୟାଚାରରେ ଭୟଭୀତ ହୋଇ ଉଲଗ୍ନ ଅବସ୍ଥାରେ କାନ୍ଦି କାନ୍ଦି ଘର ଠାରୁ ପ୍ରାୟ ୧କିମି ରାସ୍ତା ଚାଲିଚାଲି ଆସି ବଜାର ଅଞ୍ଚଳରେ ପହଞ୍ଚôବା ପୂର୍ବରୁ ସ୍ଥାନୀୟ ପୁଲିସ୍ ଖବର ପାଇ ଶିଶୁକୁ ଉଦ୍ଧାର କରିଛି । ପୁଲିସ୍ ନିଜ ଆଡୁ ୨୫/୨୦ରେ ଆଇପିସି ଧାରା ୭୫ ଶିଶୁ ସୁରକ୍ଷା ଆଇନ୍ ୨୦୧୫ ଅନୁଯାୟୀ ଦଫା ୩୪୧/୨୯୪/୫୦୬/୩୨୩/୩୨୫ ଦଫାରେ ମାମଲା ରଜୁ କରିଛି । ଘଟଣାରେ ଶିଶୁର ବାପା ଅଶ୍ୱିନୀ କୁମାର ପାତ୍ରକୁ ଗିରଫ କରାଯାଇଛି ।
ତେଲକୋଇ ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ଅଧିକାରୀ ଦିପ୍ତିମୟୀ ବଢେଇ ପୁଅ ସୋମ୍ୟରଞ୍ଜନ ଓ ସ୍ୱାମୀ ଅଶ୍ୱିନୀ କୁମାର ପାତ୍ରଙ୍କ ସହିତ ପ୍ରାଣୀ ଚିକିତ୍ସା କେନ୍ଦ୍ର ପାଖରେ ଥିବା ସରକାରୀ କ୍ୱାର୍ଟର୍ସରେ ରୁହନ୍ତି । ଅଶ୍ୱିନୀ କୁମାର ପାତ୍ର ବିହାର ସ୍ଥିତ ୟୁନିୟନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଚାକିରି କରନ୍ତି । ମଝିରେ ମଝିରେ ଛୁଟିରେ ଆସି ପରିବାର ସହିତ ଦିନ ବିତାଇବା ସହିତ ପୁଅର ପାଠ ପଢା ଦେଖନ୍ତି । ସୋମ୍ୟରଂଜନ ତେଲକୋଇରେ ଥିବା ବନଫୁଲ୍ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଷ୍ଟାଣ୍ଡାର୍ଡ ୧ରେ ପଢେ । ଗତକାଲି(ସୋମବାର) ସୋମ୍ୟ ରଂଜନ ବିଦ୍ୟାଳୟରେ ଏକ ଇଂରାଜୀ ଶବ୍ଦର ସ୍ପେଲିଂ ଭୁଲ୍ କରିଦେଇ ଥିବାରୁ ବାପା ଅଶ୍ୱିନୀ କୁମାର ପୁଅକୁ ବାଡିରେ ନିର୍ଦ୍ଧୁମ୍ ପିଟିଥିଲେ । ପିଟି ପିଟି ଆଣ୍ଠୁ ଗଣ୍ଠିକୁ ଜଖମ କରିଦେଇଥିଲେ । ସୋମବାର ସକାଳେ ମଧ୍ୟ ଘଟଣାକୁ ଦୋହରାଇ ପୁଅକୁ ମାଡ ମାରିବା ସହିତ ଦେହରୁ ଡ୍ରେସ୍ ଖୋଲି ଉଲଗ୍ନ କରି ପିଠିରେ ଗଧ ଗଧ ଲେଖି ଯା ଭିକ ମାଗିବୁ କହି ଘରୁ ବାହାର କରିଦେଇଥିଲେ । ଘରର ଫାଟକ ବନ୍ଦ କରି ଦେବାରୁ ଶିଶୁ ପୁତ୍ରଟି କାନ୍ଦି କାନ୍ଦି ଉଲଗ୍ନ ଅବସ୍ଥାରେ ବଜାର ଅଞ୍ଚଳ ଆଡେ ଚାଲି ଚାଲି ଆସିଥିଲା । ଏପରିକି ଲୋକେ ଘଟଣା ବିଷୟରେ ଶିଶୁର ପିତା ମାତାଙ୍କୁ ଖବର ଦେଇଥିଲେ ନିÂୁର ପିତା ମାତା ଶିଶୁକୁ ନେବା ପାଇଁ ଆସି ନଥିଲେ । ଓଲଟା ପ୍ରାଣୀ ଚିକିତ୍ସା କେନ୍ଦ୍ରର କର୍ମଚାରୀଙ୍କୁ ଶିଶୁକୁ ଆଣିବାକୁ ପଠାଇଥିଲେ । ସେତେ ବେଳକୁ ଶିଶୁଟି ଘର ଠାରୁ ଚାଲି ଚାଲି ଆସି ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚôଥିଲା । ଶିଶୁର ଦେହସାରା ମାଡ ଚିହ୍ନ ଓ ପିଠିରେ ଗଧ ଲେଖା ହୋଇଥିବା ଦେଖି ବାଟରେ ଯାଉଥିବା ଲୋକ ମଧ୍ୟ ଅଟକି ଯାଉଥିଲେ । ଶିଶୁଟିକୁ ଯିଏ ବି ଅଟକାଉଥିଲା ଚୁପ୍ ରହି କେବଳ କାନ୍ଦୁଥିଲା । ଶିଶୁଟି କାହାର ବୋଲି ଦେଖଣାହାରୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିଲା । ଶେଷରେ ସ୍ଥାନୀୟ ଲୋକେ ଶିଶୁକୁ ତେଲକୋଇ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଅଟକାଇ ସ୍ଥାନୀୟ ଥାନାକୁ ଘଟଣା ବିଷୟରେ ଜଣାଇଥିଲେ । ଖବର ପାଇ ତେଲକୋଇ ପୁଲିସ ଘଟଣାସ୍ଥଳରେ ପହଞ୍ଚôବା ବେଳକୁ ଶିଶୁଟିର ବାପା କାର ଯୋଗେ ଘଟଣାସ୍ଥଳରେ ପହଞ୍ଚôଥିଲେ । ପୁଲିସ୍ ସଙ୍ଗେ ସଙ୍ଗେ ଶିଶୁକୁ ଉଦ୍ଧାର କରି ଅଟୋ ଯୋଗେ ଥାନାକୁ ଆଣିବା ସହିତ ବାପା ଅଶ୍ୱିନୀ ପାତ୍ରଙ୍କୁ ମଧ୍ୟ ଥାନାକୁ ଆଣିଥିଲା । କିଛି ସମୟ ପରେ ଖବର ପାଇ ଶିଶୁର ମା’ ଦିପ୍ତିମୟୀ ବଢେଇ ମଧ୍ୟ ଥାନାରେ ପହଞ୍ଚôଥିଲେ । ଶିଶୁର ଶରୀର ଅବସ୍ଥା ଗୁରୁତର ଥିବାରୁ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା । ଶିଶୁର ଶରୀରରେ ଚେଙ୍କ ଦାଗ ମଧ୍ୟ ଦେଖିବାକୁ ମିଳିଥିଲା ।
Comments are closed, but trackbacks and pingbacks are open.