ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତରେ ଊର୍ଜା ନ୍ୟାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି । ଆବୁଧାବିରେ ଅନ୍ତର୍ଜାତୀୟ ଶକ୍ତି ଫୋରମ୍ର ଅଷ୍ଟମ ଏସୀୟ ଶକ୍ତି ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି । ଏହି ବୈଠକରେ ଶ୍ରୀ ପ୍ରଧାନ ନିଜ ଅଭିଭାଷଣରେ ଏସିଆ ତଥା ବିଶ୍ୱର ବିକାଶ ପାଇଁ ଊର୍ଜା ସୁରକ୍ଷା ଏବଂ ପ୍ରଯୁକ୍ତିର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ସେ ୟୁଏଇ ଓ ଭିଏତନାମର ମନ୍ତ୍ରୀ, ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ପ୍ରମୁଖ ଅଧିକାରୀ, ଓପେକ୍ର ସାଧାରଣ ସଚିବ ଏବଂ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଭେଟି ଭାରତ ଓ ୟୁଏଇ ସହ ଆର୍ଥିକ ଏବଂ ଅନ୍ୟାନ୍ୟ ସହଯୋଗ ଉପରେ ଆଲୋଚନା କରିଥିଲେ ।
ଶ୍ରୀ ପ୍ରଧାନ କହିଛନ୍ତି ଆଗାମୀ ଦୁଇ ଦଶନ୍ଧିରେ ବିଶ୍ୱ ଆର୍ଥିକ ବିକାଶର କେନ୍ଦ୍ର ଏସିଆ ହେବ ଏବଂ ଭାରତ ଓ ଚୀନ ଏହାର ୮୦ଧଅଂଶୀଦାର ହେବେ । ୨୦୪୦ ସୁଦ୍ଧା ଅକ୍ଷୟ ଶକ୍ତି ଯୋଗାଣ ଦୁଇ ତୃତୀୟାଂଶ ବୃଦ୍ଧି ପାଇବ ଏବଂ ଏହା କୋଇଲାକୁ ଆଗେଇ ଯାଇ ଭବିଷ୍ୟତରେ ଊର୍ଜା ମିଶ୍ରଣର ୩୦%ରେ ପହଞ୍ଚିବ । ତାଙ୍କ କହିବାନୁଯାୟୀ ଦୁର୍ବଳ ଏବଂ ଅସନ୍ତୁଳିତ ଊର୍ଜା କାରଣରୁ ଏସିଆରେ ୪୦୦ ମିଲିୟନରୁ ଅଧିକ ଲୋକ ବିଜୁଳିରୁ ବଞ୍ଚିତ ଅଛନ୍ତି । ଏଥିପାଇଁ ସୁରକ୍ଷିତ, ଶସ୍ତା ଏବଂ ସୁଲଭ ଊର୍ଜା ପ୍ରଦାନ କରିବା ସବୁ ଦେଶର ସରକାରଙ୍କ ପାଇଁ ପ୍ରାଥମିକତା ରହିଛି । ଭାରତର ଊର୍ଜା ଦୃଷ୍ଟିକୋଣ ପ୍ରଧାନମନ୍ତ୍ରୀ ମୋଦିଙ୍କର ୪ଟି ସ୍ତମ୍ଭ ଯଥା ଊର୍ଜା ଉପଲବ୍ଧ, ଊର୍ଜା ସୁରକ୍ଷା, ଊର୍ଜା ଦକ୍ଷତା ଏବଂ ଊର୍ଜା ସ୍ଥିରତା ଉପରେ ଆଧାରିତ । ବିଗତ ୫ ବର୍ଷରେ ଭାରତ ସମସ୍ତଙ୍କ ପାଖରେ ଊର୍ଜା ପହଞ୍ଚାଇବା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଛି ।
ଏହି ଅବସରରେ ୟୁଏଇର ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଏଚ୍ଇ ସୁଏଲ ମହମ୍ମଦ ଅଲ୍ ମଜ୍ରୌଇଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀ ପ୍ରଧାନ । ଭାରତ-ୟୁଏଇ ମଧ୍ୟରେ ବ୍ୟାପକ ଋଣନୀତିକ ସହଯୋଗକୁ ଦୃଢ଼ କରିବା ପାଇଁ ଉଭୟ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଓଡ଼ିଶାର ଚଣ୍ଡିଖୋଲ ଏବଂ କଣ୍ଣ ର୍ାଟକର ପାଦୁର ଠାରେ ହେବାକୁ ଥିବା ଭାରତର ଋଣନୀତିକ ପେଟ୍ରୋଲିୟମ ଭ୍ଣ୍ଡାର କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ୟୁଏଇ ପୁନର୍ବାର ଅଂଶଗ୍ରହଣ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି । ଏହି ଆଲୋଚନା କାଳରେ ଶ୍ରୀ ପ୍ରଧାନ ତୈଳ ଉପôାଦନ ଓ ରପ୍ତାନିକୁ ସ୍ଥିର ରଖିବାକୁ ଓପେକ୍ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଏସୀୟ ଶକ୍ତି ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକ ଅବସରରେ ଶ୍ରୀ ପ୍ରଧାନ ଓପେକ୍ର ମହାସଚିବ ଏଚଇ ମହମ୍ମଦ ସାନୁସି ବାର୍କିଫୋଙ୍କ ସହ ସାକ୍ଷାତ କରିଥିଲେ ।
ଓପେକ୍ର ମହାସଚିବ ବାର୍କିଫୋ ଭାରତ ଏବଂ ଓପେକ୍ ମଧ୍ୟରେ ଆଗାମୀ ଉଚ୍ଚସ୍ତରୀୟ ବୈଠକ ଚଳିତବର୍ଷର ଶେଷ ଆଡକୁ ଆୟୋଜନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଓପେକ୍ ଭାରତ ପାଇଁ ଏକ ମହତ୍ତ୍ୱପୂଣ୍ଣ ର୍ ଊର୍ଜା ସହଯୋଗୀ ଅଟେ । ଭାରତ ଏବଂ ଓପେକ୍ ମଧ୍ୟରେ ସହଯୋଗ ବୃଦ୍ଧି ଓ ଊର୍ଜା ସୁରକ୍ଷା ଏବଂ ଊର୍ଜା ସମସ୍ୟାର ସମାଧାନ ପାଇଁ ଉଭୟ ମିଳିତ ଭାବେ କାମ କରିବା ନେଇ ସମ୍ମତି ଜଣାଇଥିଲେ ।
ଶ୍ରୀ ପ୍ରଧାନ ଭିଏତନାମର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଏଚଇ ଟ୍ରାନ୍ ଟ୍ୱାନ୍ ଆନହାଙ୍କ ସହ ଗୋଲଟେବୁଲ ବୈଠକ ଅବସରରେ ଭେଟିବା ସହ ଭାରତ ଏବଂ ଭିଏତନାମ ମଧ୍ୟରେ ହାଇଡ୍ରୋକାର୍ବନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଆଲୋଚନା କରିଥିଲେ । ଉଲ୍ଲେଖନୀୟ ଯେ ଭିଏତ୍ନାମର ମନ୍ତ୍ରୀ ଭାରତୀୟ କମ୍ପାନିଗୁଡିକୁ ଏଲଏନଜି, ରିଫାଇନରି ଏବଂ ପେଟ୍ରୋକେମିକାଲ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ନିମନ୍ତ୍ରିତ କରିଥିଲେ । ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ଇଡି ଫତେହ ବିରୋଲଙ୍କୁ ଭେଟି ବିଶ୍ୱ ବଜାରରେ ତୈଳ ଏବଂ ଗ୍ୟାସର ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା ସହ ଶ୍ରୀ ପ୍ରଧାନ ଏହି କ୍ଷେତ୍ରର ସମୀକ୍ଷା କରିଥିଲେ ।
Comments are closed, but trackbacks and pingbacks are open.