ଋଣରୁ ବର୍ତ୍ତିବାକୁ ନକଲି ନମ୍ବର ପ୍ଲେଟ୍

Get real time updates directly on you device, subscribe now.

ଭୁବନେଶ୍ୱର: ଏକ୍ସୟୁଭି କାର୍ରେ ନକଲି ‘ଆର୍ମି’ ଷ୍ଟିକର୍ ଲଗାଇ ବୁଲିବା ଘଟଣା ପଛର ରହସ୍ୟ ଜଣାପଡିÿଛି । କାର୍ ମାଲିକ ରତିକାନ୍ତ ଶତପଥୀ (୪୩) ଋଣରୁ ବର୍ତ୍ତିବାକୁ ଏମିତି ନକଲି ନମ୍ବର ପ୍ଲେଟ୍ ବ୍ୟବହାର କରୁଥିବା ନୂଆପଲ୍ଲୀ ଥାନା ପୁଲିସ କହିଛି । ପୁଲିସ ଉକ୍ତ କାର୍କୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ।
ପୁଲିସ କହିଛି, ରତିକାନ୍ତଙ୍କୁ ଧରିବା ପରେ ଜେରା କରାଯାଇଥିଲା । ସେ ଏକ ମାଇକ୍ରୋ ଫାଇନାନ୍ସ ଅଧିକାରୀ ବୋଲି ଜଣାପଡ଼ିଛି । ଜବତ କଳା ରଙ୍ଗର କାର୍ଟିକୁ ୧୫ ଲକ୍ଷ ଟଙ୍କା ଋଣରେ କିଣିଥିଲେ । ପରେ ମାସିକ ସୁଧ (ଇଏମ୍ଆଇ) ଦେଇ ନ ପାରିବାରୁ ଏମିତି ନକଲି ନମ୍ବର ପ୍ଲେଟ୍ (ଓଡି୦୨ୱାଇ-୦୦୨୩) ଲଗାଇବାକୁ ଯୋଜନା କରିଥିଲେ । ଫଳରେ ସେ ଫାଇନାନ୍ସ ଆଦାୟ କର୍ମଚାରୀଙ୍କ ନଜରରୁ ବର୍ତ୍ତିପାରିବେ ବୋଲି ଭାବିଥିଲେ ।
କିନ୍ତୁ ଉକ୍ତ କାର୍ ନମ୍ବରର ଅସଲି ମାଲିକ ଧନଞ୍ଜୟ ହୋତାଙ୍କ ନିକଟକୁ ଏହି ନକଲି ନମ୍ବର ଆଧାରରେ ୩ଟି ଇ-ଚାଲାଣ ଆସିବାରୁ ତାଙ୍କର ସନେ୍ଦହ ହୋଇଥିଲା । ଧନଞ୍ଜୟଙ୍କ ଏକ ଧଳା ରଙ୍ଗର ଏକ୍ସୟୁଭି କାର୍ ଅଛି । ସେ ଏନେଇ ନିଜ ଆଡୁ ଖୋଳତାଡ କରିବା ଆରମ୍ଭ କଲେ । ଗତକାଲି ଉକ୍ତ ନକଲି କଳା ରଙ୍ଗର କାର୍କୁ ଜୟଦେବ ବିହାରରେ ଦେଖି ପିଛା କରିଥିଲେ । ରତିକାନ୍ତଙ୍କୁ କାବୁ କରି ପୁଲିସ ନିକଟରେ ଅଭିଯୋଗ କରିଥିଲେ । ସେପଟେ କାରରେ ଆର୍ମି ଲେଖି ଯୋଗୁଁ ରତିକାନ୍ତ ଲକ୍ଡାଉନ୍ ଓ ସଟ୍ଡାଉନ୍ରେ ଅନାୟସରେ ସହରରେ ମନଇଚ୍ଛା ବୁଲୁଥିଲେ ।
ଅପରପକ୍ଷରେ ପୁଲିସ ସନେ୍ଦହ କରିଛି, ଉକ୍ତ କାରରେ ଲକ୍ଡାଉନ୍ ବେଳେ ବେଆଇନ କାରବାର ହୋଇଥାଇପାରେ । ଏହାବାଦ୍ ରତିକାନ୍ତ ନିଜକୁ ଭାରତୀୟ ସେନାର କ୍ୟାପଟେନ୍ ବୋଲି ପରିଚୟ ଦେଇ କିଛି ଲୋକଙ୍କୁ ଠକିଥିବା ସନେ୍ଦହ ଉପୁଜିଛି । ଏନେଇ ଅଧିକ ଖୋଳତାଡ଼ ଚାଲିଥିବା ପୁଲିସ୍ କହିଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons