ନୂଆପଡ଼ା: ଋଣ କରିଦେବ କହି ଲକ୍ଷ ଲକ୍ଷ ଟଙ୍କା ଠିକିନେଲା ଠକ। ସବ୍ସିଡି ଋଣ କରିଦେବାର ଭରସା ଦେଇ ନିରୀହ ଲୋକମାନଙ୍କୁ ଠକୁଥିଲା। ଋଣ କରାଇବାକୁ ଖର୍ଚ୍ଚା ନେଇ ଆଉ ଧରାଛୁଆଁ ଦେଉ ନଥିଲା। ଅଭିଯୋଗ ପାଇ ସିନାପାଲି ଓ କୋମନା ପୋଲିସ ଉଭୟ ମିଳିତ ଭାବେ ଅଭିଯାନ କରି ଠକକୁ ଗିରଫ କରିଛନ୍ତି। ଗିରଫ ଠକ ବଲାଙ୍ଗିର ଜିଲ୍ଲା ତୁରେକେଲା ଗ୍ରାମର ନକୁଳ ବେନିଆ ଓରଫ ନରେନ୍ଦ୍ର ନାଏକ ଓରଫ ଧରୁଆ ବାବୁ । ଅଭିଯୁକ୍ତ ପାଖରୁ ୧୩ ଲକ୍ଷ ୫୩ ହଜାର ୯ ଶହ ଟଙ୍କା ପୋଲିସ୍ ଜବତ କରିଛି।ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନୂଆପଡା ଏସପି ।
ଦଲାଲ ନକୁଳ ଋଣ କରାଇ ଦେବ କହି ଏମିତି ବହୁ ଲୋକଙ୍କୁ ଚୂନ ମାରିଛି। ଏପରି କି ନକୁଳ ଲକ୍ଷ ଲକ୍ଷ ଟଙ୍କା ନିରୀହ ଲୋକଙ୍କଠାରୁ ଠିକି ନେଉଥିଲା। ନିକୁଳର କଳାକାରନାମା ସଂପର୍କରେ ଜାଣିବା ପରେ ଲୋକେ ଥାନାରେ ଅଭିଯୋଗ କରିଥିଲେ। ନକୁଳ ନିଜକୁ କେତେବେଳେ ବ୍ୟାଙ୍କ ଅଫିସର ତ ଆଉ କେତେବେଳେ ସପ୍ଲାଇ ଇନ୍ସପେକ୍ଟ ପୁଣି ଜିଲ୍ଲାପାଳଙ୍କ କ୍ଲର୍କ କହି ସମସ୍ତଙ୍କୁ ନିଜର ପରିଚୟ ଦେଉଥିଲା। ବିଭିନ୍ନ କମ୍ପାନୀର ସିମ୍ ବଦଳାଇ ଲୋକଙ୍କୁ ୨୫ ଲକ୍ଷ ରୁ ୧ କୋଟି ପର୍ୟ୍ୟନ୍ତ ଋଣ କରି ଦେବା ନେଇ ଭୁଆଁ ବୁଲାଉଥିଲା ନକୁଳା।
Comments are closed, but trackbacks and pingbacks are open.