ଏକକ ଜିଏସ୍ଟି ଅସମ୍ଭବ: ଜେଟ୍ଲି

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର (ଜିଏସ୍ଟି)ରେ ଏକକ ଟିକସ ଲାଗୁ କରିବା ଅସମ୍ଭବ । ରାଜସ୍ୱ ଆୟ ବୃଦ୍ଧି ପାଇବା ପରେ ଜିଏସ୍ଟିରେ ଅତିକମ୍ରେ ଦୁଇଟି ସ୍ଲାବ୍ ରହିପାରିବ । ସରକାରଙ୍କ ଏକମାତ୍ର ବିକଳ୍ପ ଭାବେ ୧୨% ଓ ୧୮% ଟିକସ ସ୍ଲାବ୍କୁ ମିଶ୍ରଣ କରାଯାଇ ଗୋଟିଏ ସ୍ଲାବରେ ପରିଣତ କରାଯାଇ ପାରିବ । କିନ୍ତୁ ଏକକ ଟିକସ ପାଇଁ ଯେଉଁ ଦାବି ଉଠୁଛି ତାହା ସମ୍ଭବ ହେବନାହିଁ । ଜିଏସ୍ଟିର ଦୁଇବର୍ଷ ପୂର୍ତ୍ତି ଅବସରରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ନିଜର ବ୍ଲଗ୍ ପୋଷ୍ଟ ‘ଟୁ ଇୟର୍ସ ଆଫ୍ଟର୍ ଜିଏସ୍ଟି’ରେ ଏହା ଉଲ୍ଲେଖ କରିଛନ୍ତି ।
ଜେଟ୍ଲି କହିଛନ୍ତି, ଜିଏସ୍ଟି ଲାଗୁ ହେବା ଯୋଗୁ ଟିକସ ବ୍ୟବସ୍ଥା ସରଳ ହେବା ସହ ଏହା ଖାଉଟି ଅନୁକୂଳ ହୋଇପାରିଛି । ଜିଏସ୍ଟି ପୂର୍ବରୁ ବିଭିନ୍ନ ସାମଗ୍ରୀରେ ଧନୀ ଓ ଗରିବ ଲୋକମାନେ ସମାନ ଟିକସ ଦେଉଥିଲେ । କିନ୍ତୁ ଏବେ ଏହା ଭିନ୍ନ ରହିଛି । ଏକାଧିକ ସ୍ଲାବ୍ ବ୍ୟବସ୍ଥା ଯୋଗୁ ମୁଦ୍ରାସ୍ଫୀତି ଉପରେ ଅଙ୍କୁଶ ଲଗାଯାଇ ପାରିଛି । ଏଥିସହ ଆମ୍ ଆଦ୍ମି ଉତ୍ପାଦ ଉପରେ ଅତ୍ୟଧିକ ଟିକସ ଲାଗୁ କରାଯାଉ ନାହିଁ । ହୱାଇ ଚପଲ ଏବଂ ମର୍ସିଡିଜ୍ କାର ଉପରେ ସମାନ ଟିକସ ଲାଗୁ ହେବା ଉଚିତ ନୁହେଁ ବୋଲି ଜେଟ୍ଲି କହିଛନ୍ତି ।
ଜେଟ୍ଲି କହିଛନ୍ତି, ଜିଏସ୍ଟି ଯୋଗୁ ଟିକସ ରାଜସ୍ୱ ବୃଦ୍ଧି ପାଉଛି । ୨୦ଟି ରାଜ୍ୟ ସେମାନଙ୍କ ଟିକସ ରାଜସ୍ୱ ଆୟରେ ହାରାହାରି ୧୪% ବୃଦ୍ଧି ଘଟିଥିବା ରିପୋର୍ଟ ଦେବା ସହ କେନ୍ଦ୍ର ସରକାରଙ୍କ ଠାରୁ କୌଣସି କ୍ଷତିପୂରଣ ଚାହୁଁନାହାନ୍ତି ବୋଲି କହିଛନ୍ତି ।
ଆମେ ଜିଏସ୍ଟି ଲାଗୁ ପାଇଁ ପ୍ରସ୍ତୁତ ହେଉଥିଲା ବେଳେ ଏହା ରାଜନୈତିକ ଦୃଷ୍ଟିକୋଣରୁ ନିରାପଦ ନୁହେଁ ବୋଲି ଅନେକ ଲୋକ ଆମକୁ ସତର୍କ କରିଥିଲେ । ଜିଏସ୍ଟି ଯୋଗୁ ଅନେକ ଦେଶର ସରକାର ଭାଙ୍ଗିଯାଇଛି ବୋଲି ମଧ୍ୟ ଆମକୁ କୁହାଯାଇଥିଲା । କିନ୍ତୁ ଆମେ ଶୁଣିନଥିଲୁ । ଟିକସ ବ୍ୟବସ୍ଥାରେ ସୁଧାର ଆଣିବାକୁ ବଦ୍ଧପରିକର ହୋଇଥିଲୁ । ପ୍ରାଥମିକ ଭାବେ ସୁରଟରେ କିଛି ସମସ୍ୟା ଉପୁଜିଥିଲା । କିନ୍ତୁ ତାହା ସମ୍ପୂର୍ଣ୍ଣ ଠିକ୍ ହୋଇଯାଇଛି । ଭବିଷ୍ୟତରେ ଆହୁରି ସଂସ୍କାର ଆସିବ ବୋଲି ଆଶା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons