କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନ୍ଏସି ୫ ନଂ ୱାଡର଼୍ ଗୋଡ଼ିସାହିରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀର ମୃତୁ୍ୟ ଖବର ଶୁଣି ସ୍ୱାମୀ ହୃଦ୍ଘାତରେ ଆଖି ବୁଜିଛନ୍ତି । ଦେଢ଼ଘଣ୍ଟା ବ୍ୟବଧାନରେ ଉଭୟଙ୍କ ମୃତୁ୍ୟ ହୋଇଥିବା ବେଳେ ଗ୍ରାମ ଶ୍ମଶାନରେ ବୃଦ୍ଧ ଦମ୍ପତିଙ୍କ ଜୁଇ ଏକାଠି ଜଳିଛି । ଏହି ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।
ସୂଚନା ଅନୁଯାୟୀ, ଗୋଡ଼ିସାହିର ବୁଲା ଖଟୁଆ(୭୨)ଙ୍କ ସ୍ତ୍ରୀ ତରା (୬୫) କିଛିଦିନ ପୂର୍ବେ ଅସୁସ୍ଥ ହୋଇ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେଠାରେ ଚିକିତ୍ସିତ ହେବା ପରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ଡାକ୍ତର ତାଙ୍କୁ ଡିସ୍ଚାର୍ଜ କରିଦେଇଥିଲେ । ଦୁଇ ଦିନ ହେଲା ସେ ଘରକୁ ଫେରିଥିବା ବେଳେ ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ହଠାତ୍ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଏହି ଖବର ଶୁଣିବା ପରେ ସ୍ୱାମୀ ବୁଲା ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ଗୋଟିଏ ପଟେ ତରାଙ୍କ ମୃତଦେହ ଘରେ ପଡ଼ି ରହିଥିବା ବେଳେ ବୁଲାଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାୟ ସାଢେ଼ ୪ଟା ବେଳେ ତାଙ୍କର ମୃତୁ୍ୟ ହୋଇଥିଲା । ହୃଦ୍ଘାତ ଯୋଗୁଁ ବୁଲାଙ୍କ ମୃତୁ୍ୟ ହୋଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି । ମରଶରୀରକୁ ଏକ ସଙ୍ଗରେ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ଶ୍ମଶାନରେ ସକ୍ରାର କରାଯାଇଥିଲା ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.