ଏକା ଥରକେ ୮ଟି ଟ୍ରକ୍ରେ ହେଉଥିଲା ଚାଲାଣ, ଧରିଲା ପୋଲିସ

Get real time updates directly on you device, subscribe now.

ନୟାଗଡ଼,(ବି.ବି.ନୁ୍ୟଜ୍): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ବଡ଼ବାଣପୁରରୁ ଆଠଟି ଗୋରୁ ବୋଝେଇ ଗାଡ଼ି ଜବତ କରିଛି ପୋଲିସ । ଏହି ଗାଡ଼ିରୁ ଶହ ଶହ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ଜବତ ୮ଟି ଗାଡ଼ିର ଡ୍ରାଇଭରଙକୁ ଅଟକ ରଖି ପଚାରା ଉଚରା କରୁଛି ପୋଲିସ । ଗତକାଲି ବିଳମ୍ବିତ ରାତିରେ ଆଠଟି ଗାଡ଼ିରେ ଗୋରୁ ଚାଲାଣ ହେଉଥିବା କଣ୍ଟିଲୋ ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ବଡ଼ବାଣପୁର ଛକରେ ପୋଲିସ ଗାଡ଼ି ଗୁଡିକ ଅଟକାଇଥିଲା । ସେଥିରୁ ଶହ ଶହ ଗୋରୁଙ୍କୁ ଉଦ୍ଧାର କରିଥିଲା । ଏହା ପଛରେ ବଡ଼ ଧରଣର ରାକେଟର ହାତ ଥିବା ପୋଲିସ ସନେ୍ଦହ କରୁଥିବା ବେଳେ ଏହାର ଅଧିକ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons