ଏକ୍ସିସ୍ ବ୍ୟାଙ୍କ ବେଲପାହାଡ଼ ଶାଖାରୁ ଡକାୟତି

Get real time updates directly on you device, subscribe now.

ବେଲପାହାଡ଼, (ବି.ବି.ନୁ୍ୟଜ୍): ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଏକ୍ସିସ୍ ବ୍ୟାଙ୍କ ଶାଖାରୁ ଆଜି ଡକାୟତି ହୋଇଛି । ଅପରାହ୍ନରେ ଡକାୟତମାନେ ବନ୍ଧୁକ ଦେଖାଇ ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି । ଡକାୟତ ଗ୍ୟାଙ୍ଗରେ ୫ଜଣ ସଦସ୍ୟ ଥିବା ଜଣାପଡ଼ିଛି । ଲୁଟ୍ ସମୟରେ ଡକାୟତମାନେ ମୁହଁରେ କଳା କପଡ଼ା ବାନ୍ଧିଥିବା ସହ ହିନ୍ଦୀରେ କଥାବାର୍ତ୍ତା ହେଉଥିଲେ ବୋଲି ଗ୍ରାହକମାନେ କହିଛନ୍ତି । ହିନ୍ଦୀରେ କଥାବାର୍ତ୍ତା ହେଉଥିବାରୁ ସେମାନେ ପଡେ଼ାଶୀ ଛତିଶଗଡ଼ କିମ୍ବା ଝାଡ଼ଖଣ୍ଡର ବୋଲି ଅନୁମାନ କରାଯାଉଛି । ପୁଲିସ୍ ବିଭିନ୍ନ ସ୍ଥାନର ସିସି ଟିଭି ଫୁଟେଜ୍ ଯାଞ୍ଚ କରି ଅଧିକ ତଦନ୍ତ ଜାରି ରଖିଛି । ଏଥିସହ ଝାରସୁଗୁଡ଼ାରୁ ଛତିଶଗଡ଼, ସୁନ୍ଦରଗଡ଼, ଦେବଗଡ଼ ଓ ସମ୍ବଲପୁର ଯାଉଥିବା ବିଭିନ୍ନ ରାସ୍ତାରେ ନାକାବନ୍ଦି କରାଯାଇ ଯାନବାହାନ ଯାଞ୍ଚ କରାଯାଉଛି । ଫେରାର ହେବା ପୂର୍ବରୁ ଲୁଟେରାମାନେ ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରା ଓ ଡିଭିଆର୍ ଭାଙ୍ଗି ଦେଇଛନ୍ତି ।
ସୂଚନାନୁସାରେ ଗୁମାଡେରାସ୍ଥିତ ଏକ୍ସିସ୍ ବ୍ୟାଙ୍କକୁ ଆଜି ଅପରାହ୍ନ ପ୍ରାୟ ୧ଟା ୩୦ରୁ ୧ଟା ୪୫ ମଧ୍ୟରେ ଗୋଟିଏ ନମ୍ବର ବିହୀନ ଧଳା ସ୍କୋର୍ପିଓ ଗାଡ଼ିରେ ୫ଜଣ ଡକାୟତ ପହଞ୍ଚôଥିଲେ । ଜଣେ ବ୍ୟାଙ୍କ ବାହାରେ ରହିଥିବା ବେଳେ ଚାରିଜଣ ଭିତରକୁ ପଶିଥିଲେ । ବାହାରେ ଥିବା ବ୍ୟକ୍ତି ବ୍ୟାଙ୍କର ସଟର୍ ବନ୍ଦ କରି ଦେଇଥିଲା । ଆଉ ଗ୍ରାହକଙ୍କୁ ବ୍ୟାଙ୍କ ବନ୍ଦ ଥିବା କହୁଥିଲା । ଅନ୍ୟମାନେ ଭିତରକୁ ପଶିବା ଆଗରୁ ବାହାର ମ୍ୟାନ୍ ସୁଇଚ୍କୁ ଅଫ୍ କରିଦେଇଥିଲେ । ଭିତରେ ଥିବା ସୁରକ୍ଷାକର୍ମୀ ହାତୀରାମ ସାହୁଙ୍କୁ ଏଟିଏମ୍ରୁ ପଇସା କାଢ଼ÿିବୁ ବୋଲି କହିଥିଲେ । ପରେ ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ବନ୍ଧୁକ ଦେଇ ପଛରୁ ମାଡ଼ ମାରିବାରୁ ସେ ବେହୋସ ହୋଇଯାଇଥିଲେ । ସେଠାରୁ ବିଏମ୍ ଚେମ୍ବର୍କୁ ଯାଇ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ବ୍ୟାଙ୍କରେ ଥିବା କର୍ମଚାରୀ ଓ ଗ୍ରାହକଙ୍କୁ ବନ୍ଧୁକ ମୁନରେ ମାଡ଼ମାରି ସମସ୍ତଙ୍କୁ ଗୋଟିଏ ସ୍ଥାନରେ ଛିଡ଼ା କରିଥିଲେ । ପରେ ସମସ୍ତଙ୍କ ମୋବାଇଲ ନେଇ ଭାଙ୍ଗି ଦେଇଥିଲେ । କ୍ୟାଶ୍ କାଉଣ୍ଟର୍ରୁ ଟଙ୍କା ଲୁଟିବା ସହ ଗ୍ରାହକଙ୍କ ନିକଟରେ ଥିବା ଟଙ୍କା ମଧ୍ୟ ଲୁଟି ନେଇଥିଲେ ।
ଖବରପାଇ ଘଟଣାସ୍ଥଳକୁ ଝାରସୁଗୁଡ଼ା ଆରକ୍ଷୀ ଅଧିକାରୀ ଅଶ୍ୱିନୀ କୁମାର ମହାନ୍ତି, ଡିଏସ୍ପି ରୋହିତ ଥେଟ, ଏସ୍ଡିପିଓ ନୃପ ଚରଣ ଡନସନା, ବେଲପାହାଡ଼ ଆଇଆଇସି ରଶ୍ମିତା ବେହେରା, ଓରିଏଣ୍ଟ ଥାନାଧିକାରୀ ସାରଙ୍ଗଧର ପାଣିଗ୍ରାହୀ, ବନ୍ଧବାହାଲ ଫାଣ୍ଡି ଅଧିକାରୀ ଅଶୋକ ଦାଶ ପହଞ୍ଚô ତଦନ୍ତ କରିଥିଲେ । ଫରେନସିକ ଦଳ ପହଞ୍ଚô ବିଭିନ୍ନ ନମୁନା ସଂଗ୍ରହ କରିଥିଲେ । ଡକାୟତମାନେ ଯୋଜନାବଦ୍ଧ ଭାବେ ଲୁଟ୍ କରିଥିବା ଜଣାପଡୁଛି । ମାତ୍ର ୧୫ରୁ ୨୦ ମିନିଟରେ ଲୁଟ୍ କରି ଡକାୟତମାନେ ଫେରାର ହେବାରେ ସକ୍ଷମ ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons