ଏକ୍ ରାଷ୍ଟ୍ର ଏକ୍ ରାସନ୍ କାର୍ଡ ଯୋଜନା ଲାଗୁ

Get real time updates directly on you device, subscribe now.

ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ଏକ୍ ରାଷ୍ଟ୍ର ଏକ୍ ରାସନ୍ କାର୍ଡ ଯୋଜନା’ରେ ସାମିଲ ହୋଇଛନ୍ତି ଆଉ ୩ ରାଜ୍ୟ । ଏହି ରାଜ୍ୟତ୍ରୟ ହେଲେ ଓଡ଼ିଶା, ସିକ୍କିମ୍ ଏବଂ ମିଜୋରାମ୍ । ଏଥିସହ ମୋଟ ୨୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି । ଅନ୍ୟ ରାଜ୍ୟରେ ଚାକିରି କରୁଥିବା ରାସନ୍କାର୍ଡକାରୀ ଏହି ସ୍କିମ୍ର ଫାଇଦା ନେଇପାରିବେ । ଏହି ଯୋଜନା ଦ୍ୱାରା ରାସନ୍କାର୍ଡଧାରୀ ଦେଶର ଯେକୌଣସି ପ୍ରାନ୍ତରେ ସରକାରୀ ରାସନ୍ ଦୋକାନରୁ କମ୍ ମୂଲ୍ୟରେ ଖାଦ୍ୟଶସ୍ୟ କିଣିପାରିବେ ।
ଏହି ସ୍କିମ୍ ଦ୍ୱାରା ଏବେ ୬୭ କୋଟି ଲୋକଙ୍କୁ ଫାଇଦା ମିଳିବ । ତେବେ ଅଗଷ୍ଟ ୧ରୁ ଏହି ଯୋଜନାରେ ଆଉ ୩ଟି ରାଜ୍ୟ ଯୋଡି ହୋଇଯିବେ । ଏହି ରାଜ୍ୟ ତ୍ରୟ ହେଲେ ଉତ୍ତରାଖଣ୍ଡ, ନାଗାଲାଣ୍ଡ ଏବଂ ମଣିପୁର । ଏହି ରାଜ୍ୟଗୁଡିକ ଯୋଡିହେବା ପରେ ସମୁଦାୟ ୨୩ ରାଜ୍ୟ ଏହି ଯୋଜନା ଅନ୍ତର୍ଭୁକ୍ତ ହେବେ । ବିହାର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ରାଜ୍ୟ ପୂର୍ବରୁ ହିଁ ଯୋଜନାରେ ଯୋଡି ହୋଇଯାଇଛନ୍ତି ।
କେନ୍ଦ୍ର ସରକାର ୨୦୨୧ ମାର୍ଚ୍ଚ ସୁଦ୍ଧା ଏହି ଯୋଜନାକୁ ସମଗ୍ର ଦେଶରେ ଲାଗୁ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସରକାରଙ୍କ ଦ୍ୱାରା ଘୋଷିତ ୨୧ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ପ୍ୟାକେଜ୍ର ଘୋଷଣା କରିବା ଅବସରରେ ଏହା କହିଥିଲେ । ଅଗଷ୍ଟ ୧ପରେ ଆଉ ୧୩ଟି ରାଜ୍ୟ ରହିବେ ଯେଉଁଠାରେ ଯୋଜନା ଲାଗୁ ହେବ । ଉକ୍ତ ରାଜ୍ୟଗୁଡିକ ହେଲେ ପଶ୍ଚିମବଙ୍ଗ, ଦିଲ୍ଲୀ, ତାମିଲନାଡୁ, ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ, ଜାମ୍ମୁ କାଶ୍ମୀର, ଲଦାଖ, ଚଣ୍ଡିଗଡ଼, ପୁଡୁଚେରୀ, ଆଣ୍ଡାମାନ୍ ନିକୋବର, ଳାକ୍ଷାଦୀପ ଏବଂ ଛତିଶଗଡ଼ । ଖାଦ୍ୟ ମନ୍ତ୍ରାଳୟ ଅନୁସାରେ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଏହି ରାଜ୍ୟଗୁଡିକୁ ଜରୁରୀ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।
ଯୋଜନାର ଆରମ୍ଭ ଗତବର୍ଷ ଅଗଷ୍ଟ ୯ରେ ହୋଇଥିଲା । ପ୍ରଥମେ ୪ଟି ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା । ଏହି ରାଜ୍ୟଗୁଡିକ ଥିଲେ ମହାରାଷ୍ଟ୍ର, ଗୁଜରାଟ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା । ଉକ୍ତ ସମୟରେ ଯୋଜନାକୁ ରାସନ୍ କାର୍ଡ ପୋର୍ଟେବିଲିଟିରେ ନାମିତ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons