ଏକ ମାସ ପରେ ବି ପୁଲିସ୍ ହାତ ଖାଲି

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ଉମରକୋଟ ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣାକୁ ଏକ ମାସ ପରେ ବିତିଯାଇଛି । ହେଲେ ଏବେବି ପୁଲିସ୍ ହାତ ଖାଲି । ପୁଲିସ୍ ଏହି ଘଟଣାକୁ ଗୁରୁତର ସହିତ ନେଇଥିଲା । ତଦନ୍ତ ପାଇଁ ଟିମ୍ ପରେ ଟିମ୍ ଗଠନ କରିଥିଲା । ହେଲେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି । ଉମରକୋଟ ଏସ୍ଡିପିଓ ଦୀନେଶ ନାୟକଙ୍କୁ ଯୋଗାଯୋଗ କରିବାରୁ ତଦନ୍ତ ଜାରି ରହିଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ବ୍ୟବସାୟୀ ଚିକିିତ୍ସିତ ହୋଇ ଘରକୁ ଫେରିଛନ୍ତି । ଏଥର ତଦନ୍ତର ଆଗ୍ରଗତି ହେବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଉମରକୋଟର ବ୍ୟବସାୟୀ ଟି. ସଞ୍ଜୀବ ସୁବୁଦ୍ଧି ମାର୍ଚ୍ଚ ୧୨ ତାରିଖ ରାତି ପ୍ରାୟ ୧୦ଟାରେ ଦୋକାନ ବନ୍ଦ କରି ବାଇକ୍ରେ ଘରକୁ ଫେରୁଥିଲେ । ଫେରୁଥିବା ବେଳେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ମୁଖରେ ୩ଜଣ ମୁଖାଧାରୀ ସଞ୍ଜୀବଙ୍କ ଉପରେ ଗୁଳିମାଡ଼ କରିଥିଲେ । ଗୁଳି ଅଣ୍ଟାରେ ବାଜିବାରୁ ବାଇକ୍ରୁ ତଳେ ଟଳି ପଡ଼ିଥିଲେ ସଞ୍ଜୀବ । ତାଙ୍କୁ ଗୁରୁତର ଅବସ୍ଥାରେ ଉମରକୋଟରୁ ବିଶାଖାପାଟଣା ନିଆଯାଇଥିଲା ।
ଏହି ଘଟଣାକୁ ୧ ମାସ ବିତିଗଲାଣି । କିନ୍ତୁ ଅଭିଯୁକ୍ତ ମାନଙ୍କୁ ପୁଲିସ୍ ଧରିବାରେ ବିଫଳ ହୋଇଛି । ସମ୍ପୃକ୍ତ ଅଭିଯୁକ୍ତମାନେ ସନେ୍ଦହ ତାଲିକାରେ ଥିବା କୁହାଗଲେ ମଧ୍ୟ ପୁଲିସ୍ ତଦନ୍ତ ଆଗେଇ ପାରୁନି କି ଅଭିଯୁକ୍ତଙ୍କୁ ଧରାଯାଉ ନଥିବା ପରିବାର ଲୋକେ କହିଛନ୍ତି । ତେବେ ବ୍ୟବସାୟୀଙ୍କ ଉପରେ ଆକ୍ରମଣ କରିବା କାରଣ ବ୍ୟବସାୟିକ ଶତ୍ରୁତା ନା ଅନ୍ୟ କୌଣସି କାରଣ ରହିଛି ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons