ଏଚ୍ଇଜି ସିଏମ୍ଡିଙ୍କ ଦରମା ମୁକେଶଙ୍କ ୮ ଗୁଣ

Get real time updates directly on you device, subscribe now.

ମୁମ୍ବାଇ:ଏଚ୍ଇଜି ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ(ସିଏମ୍ଡି) ରବି ଝୁନ୍ଝୁନ୍ୱାଲା ୨୦୧୮-୧୯ ଆର୍ଥିକବର୍ଷରେ ୧୨୧.୩୭ କୋଟି ଟଙ୍କା ଦରମା ନେଇଛନ୍ତି । ଅନ୍ୟପକ୍ଷରେ, ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍(ଆର୍ଆଇଏଲ୍) ଅଧ୍ୟକ୍ଷ ମୁକେଶ ଅମ୍ବାନି ଏହି ସମୟରେ ଦରମା ଆକାରରେ ୧୫ କୋଟି ଟଙ୍କା ଗ୍ରହଣ କରିଛନ୍ତି । ଏଭଳି କ୍ଷେତ୍ରରେ ଝୁନ୍ଝୁନ୍ୱାଲାଙ୍କ ଦରମା ମୁକେଶଙ୍କଠାରୁ ପାଖାପାଖି ୮ ଗୁଣ ଅଧିକ ରହିଛି ।
କ୍ରମାଗତ ୧୧ ବର୍ଷ ଧରି ମୁକେଶଙ୍କ ଦରମା ୧୫ କୋଟିରେ ସ୍ଥିର ରହିଥିବାବେଳେ ଝୁନ୍ଝୁନ୍ୱାଲାଙ୍କ ଦରମାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ୨୦୧୭-୧୮ ତୁଳନାରେ ଝୁନ୍ଝୁନ୍ୱାଲାଙ୍କ ଦରମା ୩ ଗୁଣ ବଢ଼ିଛି । ଏଚ୍ଇଜି ଲିମିଟେଡ୍ର ନିୟମ ଅନୁସାରେ, ମୋଟ ଲାଭର ୨.୫ଧ ପର୍ଯ୍ୟନ୍ତ କମିସନ ଦିଆଯାଇଥାଏ । ଏହି କାରଣରୁ ଝୁନ୍ଝୁନ୍ୱାଲାଙ୍କ ଦରମାରେ ପାଖାପାଖି ୧୧୯ କୋଟି କମିସନ ଆକାରରେ ରହିଛି । ୨୦୧୭-୧୮ରେ ତାଙ୍କ ବାର୍ଷିକ ଦରମା ମାତ୍ର ୪୩.୩୩ କୋଟି ଟଙ୍କା ଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons