ଏଟିଏମ୍ କାଟି ଲୁଟିନେଲେ ୨୬.୫୬ ଲକ୍ଷ

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ନୁ୍ୟଜ): ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ବଜାରରେ ଥିବା ଏସ୍ବିଆଇ ଏଟିଏମ୍ରୁ ସୋମବାର ବିଳମ୍ବିତ ରାତିରେ ଲୁଟ୍ ହୋଇଛି । ଦୁର୍ବୃତ୍ତମାନେ ଗ୍ୟାସ୍ କଟର୍ରେ କ୍ୟାସ୍ ଚାମ୍ବର୍ କାଟି ୨୬ ଲକ୍ଷ ୫୬ ହଜାର ଟଙ୍କା ଲୁଟି ନେଇଛନ୍ତି । ଯୋଜନାବଦ୍ଧ ଭାବେ ଏଟିଏମ୍ ଲୁଟ୍ ହୋଇଛି । ଲୁଟ୍ ପୂର୍ବରୁ ଏଟିଏମ୍ର ସିସିଟିଭିକୁ ଅଚଳ କରିଦିଆଯାଇଥିଲା । ଆଜି ସକାଳେ ଏ ସମ୍ପର୍କରେ ଜଣାପଡ଼ିବା ପରେ ସାଇଣ୍ଟିଫିକ୍ ଟିମ୍, ଡଗ୍ସ୍କ୍ୱାଡ୍ ସହ ପୁଲିସ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚô ଛାନ୍ଭିନ୍ ଚଳାଇଥିଲା । ଉତ୍ତର କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ନରସିଂହ ଭୋଳ, ଢେଙ୍କାନାଳ ଏସ୍ପି ଦାୟିତ୍ୱରେ ଥିବା ଅନୁଗୁଳ ଏସ୍ପି ଜଗମୋହନ ମୀନା ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ମଧ୍ୟ କରିଛନ୍ତି ।
୫୫ ନଂ ଜାତୀୟ ରାଜପଥ ପାଶ୍ୱର୍ରେ ନିମବାହାଳି ବଜାର । ଛକଠାରୁ ମାତ୍ର ଶହେ ମିଟର ଦୂରରେ ରହିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ନିମବାହାଳି ଶାଖାର ଏଟିଏମ୍ । ଏଟିଏମ୍ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରହିଥାଏ । ରାତିରେ ବଜାରରେ ମୋଟଙ୍ଗା ଥାନାର ଦୁଇ ଜଣ ହୋମଗାର୍ଡ ଡୁ୍ୟଟି କରିଥାନ୍ତି । ମଙ୍ଗଳବାର ରାତିରେ କିନ୍ତୁ ସେମାନେ ଥାନାରେ ଡୁ୍ୟଟିରେ ଥିଲେ । ଏଟିଏମ୍ କିମ୍ବା ବଜାରରେ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଦୁର୍ବୃତ୍ତମାନେ ସେମାନଙ୍କର ଅପରେସନ୍ ଆରମ୍ଭ କରିଥିଲେ । ରାତି ୧ ଟା ୪୩ ମିନିଟ୍ ସମୟରେ ଜଣେ ମୁଖା ପିନ୍ଧା ଯୁବକ ଏଟିଏମ୍ ଭିତରେ ପ୍ରବେଶ କରୁଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି । ଏହା ପରେ ସେ ସିସିଟିଭିର ତାର ଟାଣି ଛିଣ୍ଡାଇ ଦେଇଥିଲା । ସିସିଟିଭି ଅଚଳ ହେବା ପରେ ଦୁର୍ବୃତ୍ତମାନେ ଗ୍ୟାସ୍ କଟର୍ରେ ଏଟିଏମ୍ର କ୍ୟାସ୍ ଚାମ୍ବର କାଟି କ୍ୟାସ୍ ଟ୍ରେଗୁଡ଼ିକୁ କାଢ଼ି ନେଇଥିଲେ । ଟଙ୍କା ସବୁ ନେଇଯିବା ପରେ ଏଟିଏମ୍ ପଛପାଶ୍ୱର୍ରେ କ୍ୟାସ୍ ଟ୍ରେଗୁଡ଼ିକୁ ଫିଙ୍ଗି ଦେଇଥିଲେ । ଏଟିଏମ୍ ପାଶ୍ୱର୍ରେ ଏକ ଅକ୍ସିଜେନ୍ ସିଲିଣ୍ଡର୍ ମଧ୍ୟ ଦୁର୍ବୃତ୍ତ ଛାଡ଼ି ପଳାଇଛନ୍ତି ।
ଆଜି ସକାଳେ ଗ୍ରାହକ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଏଟିଏମ୍ କଟାଯାଇଥିବା ଜାଣିବାକୁ ପାଇଥିଲେ । ଏ ସମ୍ପର୍କରେ ସେମାନେ ପୁଲିସକୁ ଖବର ଦେଇଥିଲେ । ମୋଟଙ୍ଗା ଥାନା ଅଧିକାରିଣୀ ସରୋଜିନୀ ସାମାଡ଼ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚô ପରିସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ଢେଙ୍କାନାଳ ଏସ୍ଡ଼ିପିଓ ଶ୍ରୀହର୍ଷ ମିଶ୍ର, କଣ୍ଟାବଣିଆ ଥାନା ଅଧିକାରୀ ନିରଞ୍ଜନ ସେଠୀ, ବାଲିମୀ ଥାନା ଅଧିକାରୀ ବ୍ରହ୍ମାନନ୍ଦ ପାତ୍ର, ତୁମୁସିଂହା ଥାନା ଅଧିକାରୀ ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ, ଜିଲ୍ଲା ପୁଲିସ ମୁଖ୍ୟାଳୟର ଇନ୍ସପେକ୍ଟର ବିଷ୍ଣୁ ନାଏକ, ସସ୍ମିତା ଦେବତାଙ୍କ ସମେତ ସାଇଣ୍ଟିଫିକ୍ ଟିମ୍, ଡଗ୍ସ୍କ୍ୱାଡ଼୍ ପହଞ୍ଚô ତଦନ୍ତରେ ସହଯୋଗ କରିଥିଲେ । ଏଟିଏମ୍ ଲୁଟ୍ ହେବା ଖବର ପାଇ ଏସ୍ବିଆଇ ନିମବାହାଳି ଶାଖା ମ୍ୟାନେଜର ଆଶୁତୋଷ ମହାନ୍ତି, ଏଟିଏମ୍ ଚ୍ୟାନେଲ୍ ମ୍ୟାନେଜର ଫାଲଗୁନି ପଟ୍ଟନାୟକ ମଧ୍ୟ ଘଟଣାସ୍ଥଳକୁ ଆସିଥିଲେ । ଯାଞ୍ଚ ପରେ ଏଟିଏମ୍ରୁ ୨୬ ଲକ୍ଷ ୫୬ ହଜାର ଟଙ୍କା ଲୁଟ୍ ହୋଇଥିବା ଉଭୟ ପୁଲିସ୍କୁ ସୂଚନା ଦେଇଥିଲେ । ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ଓ ଏସ୍ପି ବ୍ୟାଙ୍କ୍ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରିଥିଲେ ।
ତେବେ ଏଟିଏମ୍ ନିକଟରୁ ଜବତ ହୋଇଥିବା ଅକ୍ସିଜେନ୍ ଗ୍ୟାସ୍ ସିଲିଣ୍ଡର୍ଟି ଗତ ରାତିରେ ଦୁର୍ବୃତ୍ତମାନେ ମେରାମଣ୍ଡଳୀ ବାଇପାସ୍ ସ୍ଥିତ ଏକ ଓଲଡିଂ ଦୋକାନରୁ ଚୋରି କରିଥିବା ଜଣାଯାଇଛି । କେବିନ୍ର ତାଲା ଭାଙ୍ଗି ଦୋକାନରୁ ଅକ୍ସିଜେନ୍ ଗ୍ୟାସ୍ ସିଲିଣ୍ଡର ଓ ମିଟର୍ ବକ୍ସକୁ କେହି ଦୁର୍ବୃତ୍ତ ଚୋରାଇ ନେଇଥିବା ଓଲଡ଼ିଂ ଦୋକାନୀ ଅନୁଗୁଳ ଥାନା ଶରଧାପୁର ଗ୍ରାମର ଅନିଲ ସାହୁ ସକାଳେ ମୋଟଙ୍ଗା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଠାରୁ ସୂଚନା ପାଇଁ ଅନିଲ୍ ଲୁଟ୍ ହୋଇଥିବା ଏଟିଏମ୍ ନିକଟକୁ ଆସି ସେଠାରେ ଥିବା ଗ୍ୟାସ୍ ସିଲିଣ୍ଡର୍ଟି ତାଙ୍କର ବୋଲି ଚିହ୍ନଟ କରିଛନ୍ତି ।
ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ସନ୍ଧ୍ୟାସୁଦ୍ଧା ଲୁଟେରାଙ୍କ ସମ୍ପର୍କରେ ପୁଲିସ୍ ଟେର୍ ପାଇପାରିନାହିଁ । ଘଟଣାର ତଦନ୍ତ ଚାଲିଛି । ଖୁବ୍ଶ୍ରୀଘ୍ର ଲୁଟେରାଙ୍କୁ ଧରାଯିବ ବୋଲି ଥାନା ଅଧିକାରୀ ଶ୍ରୀମତୀ ସାମାଡ଼ ପ୍ରକାଶ କରିଛନ୍ତି । ତେବେ ବଜାରରେ ହୋମ୍ଗାଡର଼୍ ଡୁ୍ୟଟି କରୁନଥିବା ଦିନ ଏଟିଏମ୍ରୁ ଲୁଟ୍ ହେବାକୁ ନେଇ ନାନା କଥା ଆଲୋଚନା ହେଉଛି । ଯେପରି ଢଙ୍ଗରେ ଏଟିଏମ୍କୁ କଟା ଯାଇଛି, ଜଣେ ସାଧାରଣ ଲୁଟେରା ଏପରି କରିବା ଆଦୌ ସମ୍ଭବ ନୁହେଁ । ସ୍ଥାନୀୟ ଅଞ୍ଚଳର କିଛି ଲୁଟେରାଙ୍କ ସହ ଅଭିଜ୍ଞ ତଥା ପେଶାଦାର ଲୁଟେରା ଏଥିରେ ସାମିଲ୍ ଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons