ଭଞ୍ଜନଗର,(ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ କାଉଣ୍ଟର ଭାଙ୍ଗି ଗତ ରାତିରେ ଦୁର୍ବୃତ୍ତ ଲୁଟ୍ ଉଦ୍ୟମ କରିଛନ୍ତି । ସିସି କ୍ୟାମେରା ଠାରୁ ଆରମ୍ଭ କରି ମେସିନ୍ ଭାଙ୍ଗି ଖୋଳତାଡ଼ କରିଦେଇଥିଲେ ମଧ୍ୟ ଟଙ୍କା ନେଇପାରି ନାହାନ୍ତି । ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ ସାହୁ ଓ ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଛାନଭିନ୍ କରିଛନ୍ତି । ଛତ୍ରପୁର ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ ଚଳାଇଛି ।
ସକାଳୁ ଏଟିଏମ୍ ଭଙ୍ଗାରୁଜା ହୋଇଥିବା ଅଞ୍ଚଳବାସୀ ଦେଖିବାପରେ କେତେକ ଗ୍ରାହକ ଷ୍ଟେଟ୍ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ବ୍ୟାଙ୍କ ମ୍ୟାନେଜର ଏସ୍.ସୁରେଶ ପୃଷ୍ଟି ଏଟିଏମ୍ କାଉଣ୍ଟରରେ ପହଞ୍ଚିଥିଲେ । ଦୁର୍ବୃତ୍ତମାନେ ଏଟିଏମ୍ର ଉପର ଅଂଶକୁ ଭାଙ୍ଗି ଦେଇଛନ୍ତି । ମାତ୍ର କ୍ୟାସ୍ ବr ସଂପୂର୍ଣ୍ଣ ସୁରକ୍ଷିତ ରହିଥିବା ଜଣାପଡ଼ିଛି ।
କୁଲାଡ ମୁଖ୍ୟ ରାସ୍ତାରେ ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ ରହିଛି । ଉକ୍ତ ଏଟିଏମ୍ ସଟର ପଡ଼ିଥିଲା । ରାତି ହୋଇଯାଇଥିବାରୁ କୌଣସି ସିକୁ୍ୟରିଟି ଗାଡର଼୍ ମଧ୍ୟ ନଥିଲେ । ଦୁର୍ବୃତ୍ତମାନେ ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ କରିଛନ୍ତି । ମାତ୍ର ଲୁଟ୍ କରି ପାରି ନାହାନ୍ତି । ଘଟଣା ଜଣାପଡ଼ିବା ପରେ ଗ୍ରାହକଙ୍କ ମଧ୍ୟରେ ଛନକା ପଶିଛି । ନିକଟରେ ଆଉ କାହାର ସିସି କ୍ୟାମେରା ନଥିବାରୁ ପୁଲିସ ଅଧିକ ସୂଚନା ପାଇପାରି ନାହିଁ । ଅପରପକ୍ଷରେ ତଦନ୍ତକୁ ବ୍ୟାପକ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ ସାହୁ କହିଛନ୍ତି । ଦୁର୍ବୃତ୍ତମାନେ ବଜାର ଉପରେ କିଛି ସମୟ ଧରି ଏଭଳି କାଣ୍ଡ ଭିଆଇଛନ୍ତି । ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହୋଇଛି ।
Comments are closed, but trackbacks and pingbacks are open.