ଏଣିକି ନିୟମ ଭାଙ୍ଗିଲେ ଗିରଫ ହେବେ

Get real time updates directly on you device, subscribe now.

ଭୁବନେଶ୍ୱର: ଏଣିକି ନିୟମ ଭାଙ୍ଗିଲେ ଗିରଫ ହେବେ। ଓଡ଼ିଶା ଫେରୁଥିବା ପ୍ରବାସୀ ଅମାନିଆଙ୍କ ପାଇଁ ଏଭଳି କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ରାଜ୍ୟ ସରକାର।
କ୍ୱାରେଣ୍ଟିନ ନିୟମ ନମାନିଲେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ।
ବାହାରୁ ଆସୁଥିବା ପ୍ରବାସୀ ବିଶୃଙ୍ଖଳିତ ହେଲେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
କ୍ୱାରେଣ୍ଟିନ ନିୟମ ନ ମାନିଲେ ସଂପୃକ୍ତ ବ୍ୟକ୍ତିଙ୍କୁ ଦୂର ଜିଲ୍ଲାରେ ଥିବା କ୍ୱାରେଣ୍ଟିନ ସେଣ୍ଟରରେ ରଖାଯିବ। ଏହାସହ କ୍ୱାରେଣ୍ଟିନ ଅବଧି ବୃଦ୍ଧି କରାଯିବ।
ସଂପୃକ୍ତ ଅମାନିଆଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବ ନାହିଁ। ଏଥିସହ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଏହାଛଡ଼ା ବସ୍‌ରେ ଆସିବା ପୂର୍ବରୁ ପ୍ରବାସୀ ମାନେ ତଥ୍ୟ ଦେବେ।
ତଥ୍ୟ ନ ଦେଇ ଆସିଲେ ଆଇନ ଅନୁସାରେ କାର୍ୟ୍ୟାନୁଷ୍ଠାନ ହେବ। ପାସ୍ ନନେଇ ଆସିଲେ ରାଜ୍ୟରେ ପ୍ରବେଶ ଅନୁମତି ମିଳିବ ନାହିଁ। ଭିଡ଼ ଥିବା ବସ୍‌ରେ ଆସିଲେ ରାଜ୍ୟକୁ ପ୍ରବେଶ ମିଳିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons