ଏଥର ବାଲିଯାତ୍ରାରେ ସାଇକେଲ୍ ସବାରି

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ପ୍ରବେଶପଥଠୁ ଢେର୍ ଦୂରରେ ଗାଡ଼ି ପାର୍କିଂ ପରେ ଚାଲିଚାଲି ହିଁ ଆଗରୁ ବାଲିଯାତ୍ରା ପଡ଼ିଆକୁ ଯିବାକୁ ପଡୁଥିଲା । ଏଥର କିନ୍ତୁ ଏହାର ବିକଳ୍ପ ବ୍ୟବସ୍ଥା କରାଯାଉଛି । ଚାଲି କରି ନୁହେଁ, ଇଛା କଲେ ସାଇକେଲ୍ରେ ପଡ଼ିଆ ପର୍ଯ୍ୟନ୍ତ ଯାଇପାରିବେ । ଏଥିପାଇଁ କିଛି ଦେୟ ଦେବାକୁ ବି ପଡ଼ିବ ନାହିଁ । ବାଲିଯାତ୍ରା ବୁଲିବାକୁ ଆସିଥିବା ଯାତ୍ରୀ ନିଜେ ସାଇକେଲ ଚଳାଇ ପଡ଼ିଆରେ ପହଞ୍ଚô ପାରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ଏକ ନିଆରା ଏବଂ ଅଭିନବ ଯୋଜନା କରିଛି । ଲୋକଙ୍କ ପାଇଁ ପ୍ରାୟ ୫ଶହ ସାଇକେଲ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପ୍ରକାଶ କରିଛନ୍ତି ।
ବାଲିଯାତ୍ରା ପଡ଼ିଆରେ କାର୍ ଓ ବାଇକ୍ ପ୍ରବେଶରେ କଟକଣା ଥିବା ହେତୁ ପଡ଼ିଆ ଚାରିପଟେ ପ୍ରତିବର୍ଷ ଏକାଧିକ ସାଇକଲ ଓ ଗାଡ଼ି ଷ୍ଟାଣ୍ଡ କରିବାକୁ ପଡେ଼ । ଲୋକେ ପାର୍କିଂ ଷ୍ଟାଣ୍ଡରେ ଫି’ ଦେଇ ଗାଡ଼ି ରଖି ଖଣ୍ଡେ ଦୂର ବାଟ ଚାଲି ଚାଲି ପଡ଼ିଆକୁ ଯାଆନ୍ତି । ଅନେକ ପଡ଼ିଆ ପର୍ଯ୍ୟନ୍ତ ଚାଲି ଚାଲି ଯିବାକୁ ନୟାନ୍ତ ହୁଅନ୍ତି । ଚାଲି ଚାଲି ପଡ଼ିଆରେ ପହଞ୍ଚô ପୁଣି ଚାଲି ଚାଲି ମେଳା ବୁଲିବାକୁ ପଡେ଼ । ଏଥିଯୋଗୁଁ ବରିÂ ନାଗରିକ, ମହିଳା, ଶିଶୁ ଓ ଭିନ୍ନକ୍ଷମମାନେ ବେଶୀ ହଇରାଣ ହୁଅନ୍ତି । ସଂପୂର୍ଣ୍ଣ ବାଲିଯାତ୍ରା ବୁଲି ବୁଲି ଦେଖିବା ସେମାନଙ୍କ ପକ୍ଷେ ସହଜ ହୁଏନି । ଚଳିତଥର ଏ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ ଷ୍ଟାଣ୍ଡ ବା ପାର୍କିଂ ସ୍ଥାନରୁ ପଡ଼ିଆଯାଏ ସାଇକେଲ ସବାରିର ବନେ୍ଦାବସ୍ତ କରାଯାଉଛି । ଜିଲ୍ଲା ପ୍ରଶାସନ ତରଫରୁ ଭୁବନେଶ୍ୱରର କ୍ୟାପିଟାଲ୍ ଅର୍ବାନ୍ ରିଜନ୍ ସଂସ୍ଥା ଠାରୁ ୫ଶହ ସାଇକେଲ୍ ଅଣାଯିବ । ଏଥିରେ ଜିପିଆର୍ଏସ୍ ବ୍ୟବସ୍ଥା ରହିବ । ଫଳରେ ସାଇକେଲ ହଜିବା ଏବଂ ଚୋରି ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ । ଓଡ଼ିଶା ଭିତରେ କୌଣସି ମେଳାରେ ଯାତ୍ରୀଙ୍କ ପାଇଁ ପ୍ରଥମଥର ଏଭଳି ସାଇକେଲ ବ୍ୟବସ୍ଥା ହେଉଥିବାରୁ ଏହାର ସୁବିଧା ଲୋକେ ଉଠାଇ ପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ଚୟନୀ ଆଶା ପ୍ରକାଶ କରିଛନ୍ତି ।
ଉଲ୍ଲେଖନୀୟ, ଲୋକଙ୍କୁ ସହଜରେ ବାଲିଯାତ୍ରା ବୁଲିବା ପାଇଁ ଏଥର ‘ମୋ କଟକ ବାଲିଯାତ୍ରା ରିକ୍ସା’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯିବ ବୋଲି ସ୍ଥିର ହୋଇଛି । ଏଥିପାଇଁ କିଛି ରିକ୍ସା ଚାଳକଙ୍କୁ ବାଲିଯାତ୍ରାରେ ରିକ୍ସା ଚଲେଇବା ପାଇଁ ତାଲିମ ପ୍ରଦାନ କରାଯିବ । ସେମାନଙ୍କୁ ସ୍ୱତନ୍ତ୍ର ପୋଷାକ ଓ ଆଇ.କାର୍ଡ ପ୍ରଦାନ କରାଯାଇ ଲୋକଙ୍କୁ ବାଲିଯାତ୍ରା ବୁଲେଇବାର ବ୍ୟବସ୍ଥା କରାଯିବ । ପଡ଼ିଆ ନିକଟରେ ସବୁବେଳେ ରିକ୍ସା ମହଜୁଦ୍ ରଖାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons