ଏଥର ବିଦ୍ୟାଭାରତୀଙ୍କ ପାଳି

Get real time updates directly on you device, subscribe now.

ପାରଳାଖେମୁଣ୍ଡି,(ବି.ବି.ନୁ୍ୟଜ): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତୁ୍ୟ ମାମଲାର ତଦନ୍ତ କରୁଥିବା କ୍ରାଇମ୍ବ୍ରାଞ୍ଚ ଟିମ୍ ଶନିବାର ଘଟଣାର ଅନ୍ୟତମ ଅଭିଯୁକ୍ତ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରିଛି । ଡିଏଫ୍ଓ ଅନେକ ପ୍ରଶ୍ନର ଉତ୍ତର ଦେଇନାହାନ୍ତି । ଆବଶ୍ୟକ ହେଲେ ତାଙ୍କୁ ପୁଣି ଥରେ ଜେରା କରାଯିବ ଏବଂ ଲାଏ ଡିଟେrନ୍ ଟେଷ୍ଟ୍ ମଧ୍ୟ କରାଯିବ ବୋଲି କହିଛନ୍ତି କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ଜ୍ଞାନରଞ୍ଜନ ମିଶ୍ର ।
ଅପରପକ୍ଷରେ ଜେରା ପରେ ବାହାରକୁ ଆସିବା ସମୟରେ ଗଣମାଧ୍ୟମ ସମ୍ମୁଖରେ ମୋ ଇଚ୍ଛା, ମୁଁ କିଛି କହିବି ନାହିଁ ବୋଲି ନାଲି ଆଖି ଦେଖାଇଛନ୍ତି ଡିଏଫ୍ଓ । ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଡିଏଫ୍ଙ୍କୁ ଜେରା ପରେ ପରେ ବିଦ୍ୟାଭାରତୀଙ୍କୁ ମଧ୍ୟ ଜେରା ପାଇଁ କ୍ରାଇମ୍ ବ୍ରାଞ୍ଚ୍ ଟିମ୍ ଡାକିପାରେ ବୋଲି ଚର୍ଚ୍ଚା ଜୋର୍ ଧରିଲାଣି ।
ଘଟଣା ପଛର ସତ ଲୋକଲୋଚନକୁ ଆଣିବା ପାଇଁ କ୍ରାଇମ୍ବ୍ରାଞ୍ଚ ପୂରା ଦମ୍ ଲଗାଇଛି । ତଦନ୍ତର ୮ମ ଦିନରେ ପାରଳାଖେମୁଣ୍ଡି ଡିଏଫ୍ଓଙ୍କୁ ଜେରା କରିଥିଲା ଯାଞ୍ଚ୍ ଦଳ । ଗତ ୭ ଦିନରେ ୧୩ ଜଣ ଜେରାର ସମ୍ମୁଖୀନ ହୋଇଥିବା ବେଳେ ୧୪ତମ ବ୍ୟକ୍ତି ଭାବେ ଡିଏଫ୍ଓଙ୍କୁ ଜେରା କରାଯାଇଥିଲା । ସକାଳ ସାଢେ଼ ୯ଟାରୁ ସାଢେ଼ ୧୨ଟା ପର୍ଯ୍ୟନ୍ତ ତାଙ୍କୁ ଗୁଡେ଼ଇ ତୁଡେ଼ଇ ପ୍ରଶ୍ନ କରିଥିଲେ ତଦନ୍ତକାରୀ ଅଧିକାରୀ । ଫେରିବା ସମୟରେ ଡିଏଫ୍ଓଙ୍କଠାରୁ ଗଣମାଧ୍ୟମ ପ୍ରତିନିଧିମାନେ ଜେରା ବାବଦରେ ଜାଣିବାକୁ ଚାହିଁଥିଲେ । କିନ୍ତୁ ସେ ସାମ୍ବାଦିକମାନଙ୍କୁ ନାଲି ଆଖି ଦେଖାଇବା ସହ ବଡ଼ ପାଟିରେ ମୋ ଇଚ୍ଛା, ମୁଁ କିଛି କହିବି ନାହିଁ, ନ କହିବା ମୋ ଅଧିକାର ବୋଲି କହିଥିଲେ । ଗଣମାଧ୍ୟମ ପ୍ରତିନିଧିମାନେ ବାରମ୍ବାର ପ୍ରଶ୍ନ କରିବାରୁ ପୁଣି ପୁଲିସ ଗେଷ୍ଟ୍ ହାଉସ୍ ମଧ୍ୟକୁ ଫେରିଯାଇଥିଲେ ଡିଏଫ୍ଓ । କିଛି ସମୟ ପରେ ପୁଲିସ ସୁରକ୍ଷା ବଳୟରେ ତାଙ୍କୁ ଗାଡ଼ିରେ ବସାଇଥିଲା । ଏତେ ବଡ଼ ଘଟଣାରେ ଅଭିଯୁକ୍ତ ଡିଏଫ୍ଓ ଶନିବାର ଜେରା ସମ୍ପର୍କରେ ପଦୁଟିଏ କହିବା ବଦଳରେ ନାଲି ଆଖି ଦେଖାଇ ବଡ଼ ପାଟିରେ କହିବି ନାହିଁ ବୋଲି କହିବା ସାଧାରଣରେ ସନେ୍ଦହକୁ ଆହୁରି ବଢ଼ାଇଛି । ଏସିଏଫ୍ଙ୍କ ରହସ୍ୟଜନକ ମୃତୁ୍ୟ ଘଟଣାକୁ ଇତି ମଧ୍ୟରେ ୪୦ ଦିନ ବିତି ସାରିଛି । ଏହି ଘଟଣାରେ ଅନେକ ବଡ଼ହସ୍ତୀଙ୍କ କଥା ବର୍ତ୍ତମାନ ସାମ୍ନାକୁ ଆସିଲାଣି । ତେଣୁ କ୍ରାଇମ୍ବ୍ରାଞ୍ଚ ବର୍ତ୍ତମାନ କିଭଳି ତଦନ୍ତ କରି ରହସ୍ୟ ଉପରୁ ପରଦା ହଟାଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର୍ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons