ଏନଆର୍‌ସି ସହ ଏନପିଆର୍‌ର କୌଣସି ସମ୍ପର୍କ ନାହିଁ:ଅମିତ ଶାହ

Get real time updates directly on you device, subscribe now.

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଅମିତ ଶାହ ଆଜି ଏନଆରସି, ସିଏଏ ଓ ସୁଧାର ଗୃହ ଭଳି ପ୍ରସଙ୍ଗ ବାବଦରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ସେ ଏନପିଆର ସହ ଏନଆରସିର କୌଣସି ସମ୍ପର୍କ ନଥିବା ସ୍ପଷ୍ଟ କରିଛନ୍ତି।
ଶାହ କହିଛନ୍ତି ଯେ,ଏନଆରସି ପ୍ରସଙ୍ଗରେ ଏବେ କୌଣସି ବିତର୍କର ଆବଶ୍ୟକତା ନାହିଁ। ଏବେ ଏହାକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ ଏହି ପ୍ରସଙ୍ଗକୁ ସ୍ପଷ୍ଟ କରିସାରିଛନ୍ତି। ଏହାକୁ କ୍ୟାବିନେଟ୍ କିମ୍ବା ସଂସଦରେ ଉଠାଯାଇ ନାହିଁ।
ଏନପିଆର ସମୟକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଶାହ କହିଛନ୍ତି ଯେ,ଏହାକୁ ସିଏଏ ଓ ଏନଆରସି ସହ ଯୋଡିବା ଭୁଲ। ବିଜେପି ସରକାର ୨୦୧୯ରେ ଏନପିଆର ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା। ଏହାକୁ ଏବେ କାହିଁକି ଅଣାଗଲା ପ୍ରଶ୍ନର କୌଣସି ଯଥାର୍ଥତା ନାହିଁ। ଏନପିଆରରେ କାହାର ନାଗରିକତା ଯିବ ନାହିଁ। କାରଣ ଏହାର ଏନଆରସି ସହ କୌଣସି ସମ୍ପର୍କ ନାହିଁ।
ଗୃହମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏବେ ଏନଆରସି ବାବଦରେ ଚର୍ଚ୍ଚା ହୋଇନାହିଁ। ଆସଦୁଦ୍ଧୀନ ଓଓ୍ୱେସୀ ଭଳି ନେତାଙ୍କ ଭୂମିକାକୁ ନେଇ ଆଶ୍ଚର୍ୟ୍ୟ ହେବାର କିଛି ନାହିଁ। ସିଏଏକୁ ନେଇ ସେ କହିଛନ୍ତି ଯେ, ସରକାର ଏହାକୁ ରାଜ୍ୟସଭା ଓ ଲୋକସଭାରେ ପାସ୍ କରିବା ବେଳେ ନାଗରିକତା ପ୍ରଦାନ କରିବା କଥା କହିଥିଲେ।ଏଥିରେ ନାଗରିକତା ଛଡାଇ ନେବା କୁହାଯାଇ ନଥିଲା। କିନ୍ତୁ କିଛି ବ୍ୟକ୍ତି ଏହାକୁ ହିଂସାର ରୂପ ଦେଇ ଗୁଜବ ପ୍ରଚାର କରିଥିଲେ। ଯାହା ଏବେ କମ ହେବାରେ ଲାଗିଛି।
ନାଗରିକ ସଂଶୋଧନ ଆଇନ ଓ ଜାତୀୟ ନାଗରିକ ପଞ୍ଜୀକରଣକୁ ନେଇ ଦେଶ ବ୍ୟାପୀ ଆନ୍ଦାଳନ ଚାଲିଛି । ଅନେକ ରାଜ୍ୟରେ ହିଂସା ମଧ୍ୟ ଦେଖାଦେଇଛି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ , ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଆନ୍ଧ୍ରମୁଖ୍ୟମନ୍ତ୍ରୀ ଜଗନ କୁମାର ରେଡି୍ଡ ଯେଉଁମାନେ କି ପ୍ରତ୍ୟେକ୍ଷ ପରୋକ୍ଷ ଭାବେ ରହୁଛନ୍ତି । ଏନଆରସିକୁ ବିରୋଦ୍ଧ କରୁଛନ୍ତି । ଏଣୁ କେନ୍ଦ୍ରସରକାର ଯେଉଁ ଏନପିଆର (ଜାତୀୟ ଜନସଂଖ୍ୟା ପଞ୍ଜୀକରଣ) ଆରମ୍ଭ କରିବାକୁ ଯାଉଛନ୍ତି ସେଥି ନେଇ କାଳେ ବିଭ୍ରାନ୍ତ ସୃଷ୍ଟି ହେବ ତାହା ପୂର୍ବରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିଛନ୍ତି । ଏନଆରସି ସହ ଏନପିଆରର କୌଣସି ସମ୍ପର୍କ ନାହିଁ ବୋଲି ସେ ଦର୍ଶାଇଛନ୍ତି । କାଳେ ଏହାକୁ ନବୀନଙ୍କ ଭଳି ସହଯୋଗୀ ବିରୋଧ କରିବେ ସେଥିପାଇଁ ଶାହ ଏନପିଆର ଆବଶ୍ୟକତା ବିଷୟରେ ଉଲ୍ଲେଖ କରିବାକୁ ଯାଇ ଗୁଜୁରାଟରେ ରହୁଥିବା ଓଡିଆଙ୍କ ଉଦାହରଣ ଦେଇଛନ୍ତି । ଗୁଜୁରାଟରେ ଅନ୍ୟ ସମ୍ପ୍ରଦାୟର ଲୋକେ ରହୁଥିବା ବେଳେ ଶାହ ଓଡିଶାର ଉଦାହରଣ ଦେବା ଏହା ଏକ ଉଦେଶ୍ୟ ବୋଲି ସ୍ପଷ୍ଟ କୁହାଯାଉଛି ।
ଏନଆରସି,ଏନପିଆର ପ୍ରସଙ୍ଗରେ ପ୍ରତିକ୍ରିୟ ପ୍ରକାଶ କଲେ ଅମିତ ଶାହ । ଏନଆରସି ପ୍ରସଙ୍ଗରେ ଏବେ କୌଣସି ଚର୍ଚ୍ଚା କରାଯିବନି । ଏବେ ଏନଆରସି ବିଷୟରେ ଆଲେଚନା କରିବା ଦରକାର ନାହିଁ । ଏନପିଆର କାହିଁକି ହେଉଛି ବୋଲି ସ୍ପଷ୍ଟ କଲେ ଅମିତ ଶାହ । ବିଭିନ୍ନ ରାଜ୍ୟରେ ଅନ୍ୟ ରାଜ୍ୟର ବହୁ ଲୋକ ବସବାସ କରୁଛନ୍ତି । ଗୁଜୁରାଟରେ ଓଡିଶା,ଦିଲ୍ଲୀ,ୟୁପିରୁ ଆସି ବହୁଲୋକ ରହୁଛନ୍ତି । ଗୁଜୁରାଟରେ କେତେ ଓଡିଶା ଲୋକ ରହୁଛନ୍ତି ଜାଣିଲେ ତ କିଛି କରି ହେବ । ଓଡିଆ ଲୋକଙ୍କ ସଂଖ୍ୟା ଜାଣିଲେ ହିଁ ସେମାନଙ୍କ ଭାଷା ସ୍କୁଲରେ ପଢାଇ ହେବ । ଏସବୁ ଜାଣିବା ପାଇଁ ଏନପିଆର ଜରୁରୀ କି ନାହିଁ ବୋଲି ପ୍ରଶ୍ନ କଲେ ଶାହ । ଏନପିଆର ସହ ନାଗରିକତାର କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କଲେ । ନାଗରିକତା ସଂଶୋଧନ ଆଇନକୁ ନେଇ ସ୍ପଷ୍ଟ କଲେ । ସିଏଏରେ କୌଣସି ବ୍ୟକ୍ତିର ନାଗରିକତା ଯିବାର ପ୍ରଶ୍ନ ଉଠୁନି । କୌଣସି ସଂଖ୍ୟା ଲଘୁଙ୍କ ନାଗରିକତା ଯିବନି, ମୁଁ ଆଉଥରେ ସ୍ପଷ୍ଟ କରୁଛି । ନାଗରିକତା ନେବା ପାଇଁ ନୁହେଁ , ନାଗରିକତା ଦେବା ପାଇଁ ସିଏଏ ହୋଇଛି । ସିଏଏକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି । ହିଂସାକାଣ୍ଡ ଘଟାଯାଉଛି ।
ନାଗରିକ ସଂଶୋଧନ ଆଇନ ଲାଗୁହେଲା ପରେ ଯେତେବେଳେ ଓଡିଶାରେ ମୁସଲିସ ସମ୍ପ୍ରଦାୟ ମାନେ ସ୍ୱର ଉତ୍ତୋଳନ କରିବାକୁ ଆଗେଇ ଆସିଲେ ସେତେବେଳେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ନବୀନ ତାଙ୍କ ମତ ରଖିଥିଲେ । ଏଥିରେ ସେ ମୁସଲିମ ସମ୍ପ୍ରଦାୟକୁ ବିଶ୍ୱାସ ଦେଇଥିଲେ ଯେ ଓଡିଶାରେ ଏନଆରସି ଲାଗୁ ହେବାକୁ ସେ ଦେବେ ନାହିଁ ସିଏଏକୁ ସମର୍ଥନ କରୁଛନ୍ତି । ଯେହେତୁ ଏହା ବିଦେଶୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ଭାରତୀୟ ମାନଙ୍କ ପାଇଁ ନ୍‌ୁହେଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons