ଏନ୍ଆରସି ଚୂଡାନ୍ତ ତାଲିକା ପ୍ରକାଶ:ବାଦ୍ ପଡ଼ିଲେ ୧୯ ଲକ୍ଷରୁ ଅଧିକ ନାଗରିକ

Get real time updates directly on you device, subscribe now.

ଗୁଆହାଟି: ଆସାମରେ ବହୁ ପ୍ରତୀକ୍ଷିତ ଏନ୍ଆରସି (ଜାତୀୟ ନାଗରିକ ପଞ୍ଜିକରଣ) ଚୂଡାନ୍ତ ତାଲିକା ଆଜି ପ୍ରକାଶ ପାଇଛି । ଏଥିରେ ୧୯ ଲକ୍ଷ ୬ ହଜାର ୬୫୭ ଜଣ ନାଗରିକ ବାଦ୍ ପଡିଛନ୍ତି । ଏନ୍ଆରସି ରାଜ୍ୟ ସଂଯୋଜକଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି କି ମୋଟ ୩ କୋଟି ୩୦ଲକ୍ଷ ୨୭ ହଜାର ୬୬୧ ଜଣ ନାଗରିକ ଏନ୍ଆରସିରେ ସାମିଲ ହେବା ଲାଗି ୬୮ ଲକ୍ଷ ୩୭ ହଜାର ୬୬୦ଟି ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୩ କୋଟି ୧୧ ଲକ୍ଷ ୨୧ ହଜାର ୪ ଜଣଙ୍କୁ ବୈଧ ତାଲିକାରେ ସାମିଲ କରାଯାଇଛି ।
ଆଜି ପୂର୍ବାହ୍ନ ୧୦ଟାରେ ଏନ୍ଆରସି ତାଲିକା ପ୍ରକାଶ ପାଇବା ପରେ ତାଲିକାରେ ନିଜର କିମ୍ବା ପରିବାର ଲୋକଙ୍କ ନାମ ରହିଛି କି ନାହିଁ ତାହା ଜାଣିବା ପାଇଁ ବାରପେଟା ଓ କାମରୂପ ସମେତ ବିଭିନ୍ନ ଜିଲ୍ଲାରେ ଥିବା ସେବା କେନ୍ଦ୍ରରେ ପ୍ରବଳ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ତାଲିକା ପ୍ରକାଶ ପାଇବା ପରେ ସେବାକେନ୍ଦ୍ରକୁ ଏହାର କପି ମଧ୍ୟ ଯୋଗାଇ ଦିଆଯାଇଥିଲା । ଯାହାଫଳରେ ଇଣ୍ଟରନେଟରେ ଏନ୍ଆରସି ୱେବସାଇଟ୍ରୁ ଲୋକମାନେ ନିଜ ନାମ ସ୍ଥାନ ପାଇଛି କି ନାହିଁ ତାହା ଜାଣିପାରିବେ । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶରେ ୨୦୧୩ରୁ ଏନ୍ଆରସି ଚୂଡାନ୍ତ ତାଲିକା ପ୍ରକାଶ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିପାଇଁ ୨୦୧୫ ମେ’ରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଆବେଦନ ଗ୍ରହଣ କରାଯାଇଥିଲା । ପ୍ରାୟ ୫୨ ହଜାର ରାଜ୍ୟ ସରକାରୀ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ଥିଲେ । ପ୍ରତ୍ୟେକ ନାଗରିକଙ୍କ ତଥ୍ୟକୁ ଭଲ ଭାବେ ତନ୍ନତନ୍ନ କରି ଯାଞ୍ଚ କରାଯିବା ପରେ ଏହି ତାଲିକା ପ୍ରକାଶ ପାଇଛି ।
ଏନ୍ଆରସି ସଂଯୋଜକ ପ୍ରତୀକ ହାଜେଲାଙ୍କ କହିବାନୁଯାୟୀ ଯେଉଁମାନଙ୍କର ନାମ ସ୍ଥାନ ପାଇନାହିଁ ସେମାନେ ତାଲିକା ପ୍ରକାଶର ୧୨୦ ଦିନ ଭିତରେ ବିଦେଶୀ ଟ୍ରିବୁ୍ୟନାଲରେ ଆବେଦନ କରିପାରିବେ । ସେମାନଙ୍କ ଆବେଦନର ଶୁଣାଣି କରିବା ପାଇଁ ପ୍ରାୟ ୧ ହଜାର ବିଦେଶୀ ଟି୍ରବୁ୍ୟନାଲ ପ୍ରତିÂା କରାଯିବ । ବର୍ତ୍ତମାନ ୧୦୦ ଟି୍ରବୁ୍ୟନାଲ କାର୍ଯ୍ୟକ୍ଷମ ଥିବା ବେଳେ ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆଉ ୨୦୦ ପ୍ରତିÂା କରାଯିବ । ଆଇନଗତ ପ୍ରକ୍ରିୟା ଶେଷ ନ ହେବା ପର୍ଯ୍ୟନ୍ତ କୌଣସି ନାଗରିକଙ୍କୁ ଜେଲ୍ରେ ଅଟକ ରଖାଯିବ ନାହିଁ । ସରକାର ଧାର୍ଯ୍ୟ କରିଥିବା ସମୟସୀମା ଅନୁସାରେ ୧୯୭୧ ମାର୍ଚ୍ଚ ୨୫ ପରେ ଯେଉଁ ବାଂଲାଦେଶୀମାନେ ଆସାମରେ ଆସି ବେଆଇନ ଭାବେ ବସବାସ କରୁଛନ୍ତି ସେମାନଙ୍କୁ ବିଦେଶୀ ନାଗରିକ ବୋଲି ଗଣନା କରାଯିବ ।
ପ୍ରଥମ ଏନ୍ଆରସି ଡ୍ରାଫ୍ଟ ତାଲିକା ୨୦୧୮ ଜୁଲାଇ ୩୦ରେ ପ୍ରକାଶ ପାଇଥିଲା । ସେଥିରେ ୨ କୋଟି ୮୯ ଲକ୍ଷ ୮୩ ହଜାର ୬୭୭ ଜଣ ଭାରତର ବୈଧ ନାଗରିକ ଭାବେ ସ୍ଥାନ ପାଇଥିଲେ । ତାଲିକାରୁ ୪୧ଲକ୍ଷରୁ ଅଧିକ ଲୋକ ବାଦ୍ ପଡିଥିଲେ । ବାଦ ପଡିଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୩୬ ଲକ୍ଷ ୨୬ ହଜାର ୬୩୦ ଜଣ ତାଲିକାରେ ସାମିଲ ହେବାକୁ ଆବେଦନ କରିଥିଲେ । ଅନ୍ୟପକ୍ଷରେ ଡ୍ରାଫ୍ଟ ତାଲିକାରେ ସ୍ଥାନ ପାଇଥିବା ୧ ଲକ୍ଷ ୮୭ ହଜାର ୬୩୩ ବ୍ୟକ୍ତିଙ୍କ ବିରୋଧରେ ଆବେଦନ ମଧ୍ୟ ମିଳିଥିଲା । ଏସବୁକୁ ଅନୁଧ୍ୟାନ କରାଯିବା ପରେ ଚଳିତବର୍ଷ ଜୁନ ୨୬ରେ ଅତିରିକ୍ତ ଡ୍ରାଫ୍ଟ ତାଲିକା ପ୍ରକାଶ ପାଇଥିଲା । ଯେଉଁଥିରୁ ୧ଲକ୍ଷ ୨ ହଜାର ୪୬୨ ଲୋକଙ୍କୁ ବାଦ୍ ଦିଆଯାଇଥିଲା । ବିଂଶ ଶତାବ୍ଦୀର ପ୍ରାରମ୍ଭରୁ ଆସାମକୁ ବେଆଇନ ବାଂଲାଦେଶୀଙ୍କ ଆଗମନ ଜାରି ରହିଥିଲା । ତେଣୁ ସେମାନଙ୍କୁ ତଡିବା ଲାଗି ୧୯୫୧ରେ ପ୍ରଥମେ ଏନ୍ଆରସି ପ୍ରସ୍ତୁତ କରାଯାଇଥିଲା । ପରେ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶରେ ଅପଡେଟ୍ କରାଯାଇଛି । ଆସାମ ଏକମାତ୍ର ରାଜ୍ୟ ଯେଉଁଠାରେ ଏନ୍ଆରସି କାର୍ଯ୍ୟକାରୀ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons