ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦେଶ ବାହାର ଲୋକ କିଏ ସେମାନଙ୍କୁ ଚିହ୍ନିବାର କୌଣସି ବ୍ୟବସ୍ଥା ନାହିଁ । ରାଷ୍ଟ୍ର ସୁରକ୍ଷା ପାଇଁ କେନ୍ଦ୍ର ସରକାର ଜାତୀୟ ନାଗରିକ ପଞ୍ଜିକା (ଏନ୍ଆରସି) ଲାଗୁ କରିବାକୁ ପ୍ରତିଶ୍ରୁତିବଦ୍ଧ । ଦେଶର ସଂସଦ ତାକୁ ଗ୍ରହଣ କରିଛି । ଏହା ରାଷ୍ଟ୍ରର ହିତ ଓ ସୁରକ୍ଷା ପାଇଁ ହୋଇଛି । କିନ୍ତୁ ଓଡ଼ିଶାରେ ଏନ୍ଆରସି ଲାଗୁ କରିବେନି ବୋଲି ମୁଖ୍ୟମନ୍ତ୍ରୀ ଆଜି କହିଛନ୍ତି । ଏହା ପଛର ଉଦେ୍ଧଶ୍ୟ କ’ଣ? ଓଡ଼ିଶାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢୁ ବୋଲି ସେ ଚାହୁଁଛନ୍ତି କି? ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଆଜି ଏଭଳି ପ୍ରଶ୍ନ କରିଛନ୍ତି ବିଜେପିର ବରିÂ ନେତା ଖାରବେଳ ସ୍ୱାଇଁ ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସ୍ୱାଇଁ ବିଜେଡିକୁ ଟାର୍ଗେଟ୍ କରି କହିଥିଲେ, ନାଗରିକ ସଂଶୋଧନ ବିଲ୍କୁ ବିଜେଡି ଉଭୟ ଲୋକସଭା ଓ ରାଜ୍ୟସଭାରେ ସମର୍ଥନ କରିଥିଲା । ହେଲେ ଏବେ ଏନ୍ଆର୍ସିକୁ ରାଜ୍ୟରେ ଲାଗୁ କରିବେନି ବୋଲି ମୁଖ୍ୟମନ୍ତ୍ରୀ ବିବୃତି ଦେଇଛନ୍ତି । ରାଜନୈତିକ ଫାଇଦା ପାଇଁ ମୁଖ୍ୟମନ୍ତ୍ରୀ ଏପରି କହୁଛନ୍ତି କି? ଏନ୍ଆର୍ସି ଲାଗୁ ହେଲେ ଓଡ଼ିଶାର କ’ଣ କ୍ଷତି ହେବ ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ । ଦୁନିଆରେ ଏମିତି କୌଣସି ଦେଶ ନାହିଁ ଯାହାର ନାଗରିକଙ୍କ ପଞ୍ଜିକା ନାହିଁ । ସବୁ ଦେଶ ତାର ନାଗରିକମାନଙ୍କ ତାଲିକା କରିଛି । ଦେଶର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଏନ୍ଆର୍ସିକୁ ଲାଗୁ କରନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଏନ୍ଆର୍ସିକୁ ଗ୍ରହଣ କରିବାରେ ଅସୁବିଧା କେଉଁଠି ରହିଛି ବୋଲି ସେ ପୁଣି ପ୍ରଶ୍ନ କରିଛନ୍ତି? ମୁସ୍ଲିମ୍ ସଂପ୍ରଦାୟ ଅସନ୍ତୁଷ୍ଟ ହେବେ ବୋଲି ଭାବି ମୁଖ୍ୟମନ୍ତ୍ରୀ ବୋଧେ ମନା କରୁଛନ୍ତି । ଏନ୍ଆର୍ସି ଲାଗୁ ହେଲେ ଭାରତର ମୁସଲମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ମୁସଲମାନମାନେ ଆତଙ୍କିତ ହେବାରେ କୌଣସି କାରଣ ନାହିଁ । ଭାରତର ନାଗରିକ କିଏ ତାହା ସ୍ପଷ୍ଟ ଭାବେ ଚିହ୍ନଟ ହେବା ଜରୁରି । ଦେଶ ବିଭାଜନ କୌଣସି ରାଜନୀତି କାରଣରୁ ହୋଇନି । କେବଳ ଧର୍ମକୁ ନେଇ ବିଭାଜନ ହୋଇଥିଲା । ୧୯୪୭ ମସିହା ପରେ ଭାରତରୁ ଅଲଗା ହୋଇଥିବା ଦେଶର ଲୋକେ ଶରଣାର୍ଥୀ ଭାବେ ଭାରତରେ ପ୍ରବେଶ କରିଛନ୍ତି । ୧୯୫୧ ମସିହାରେ ଭାରତରେ ନାଗରିକ ପଞ୍ଜିକା ସଂଶୋଧନ ହେଲାନି । ଦେଶର ନାଗରିକ କିଏ ସେ ପ୍ରଶ୍ନର ଉତ୍ତର କେହି ଦେଇପାରିବେନି । ଯଦି ଭାରତର ନାଗରିକଙ୍କୁ ଚିହ୍ନଟ କରାଯିବନି, ତା ହେଲେ ଜନମଙ୍ଗଳକାରୀ ଯୋଜନା ପାଇବାକୁ ହକ୍ଦାର କିଏ ହେବେ ବୋଲି ସେ ପ୍ରଶ୍ନ କରିଛନ୍ତି ।
Comments are closed, but trackbacks and pingbacks are open.