ଏପ୍ରିଲରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, କିନ୍ତୁ ଚାଲୁ ରହିବ ଅନଲାଇନ ସେବା

Get real time updates directly on you device, subscribe now.

ନୂଆଦିଲ୍ଲୀ: ଗତ କିଛିଦିନ ଧରି କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ବ୍ୟାଙ୍କ୍ ସେମାନଙ୍କ କାର୍ୟ୍ୟପ୍ରଣାଳୀରେ ପରିବର୍ତ୍ତନ କରିଛନ୍ତି । ବ୍ୟାଙ୍କ ଖୋଲିବା ଓ ବନ୍ଦ ହେବାର ସମୟରେ ପରିବର୍ତ୍ତନ ହେବା ଗ୍ରାହକଙ୍କୁ ବ୍ରାଞ୍ଚ୍ ନଆସିବା ପାଇଁ ଅପିଲ କରାଯାଉଛି । ଫଳରେ ଅନେକ ଲୋକ ନିଜ ବ୍ୟାଙ୍କ କାମ ଘରେ ହିଁ କରୁଛନ୍ତି । କିନ୍ତୁ ଚଳିତ ଏପ୍ରିଲ ମାସରେ ଏପରି ଅନେକ ଦିନ ରହିଛି ଯେଉଁଦିନ ବ୍ୟାଙ୍କ ବନ୍ଦ ରହିବ । ଆସନ୍ତୁ ଜାଣିବ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ ।
ଏପ୍ରିଲ ୧ ବାର୍ଷିକ କ୍ଲୋଜିଂ ଓ ୨ ତାରିଖ ରାମ ନବମୀ କାରଣରୁ ବ୍ୟାଙ୍କ ବନ୍ଦ ଥିଲା । ଏହା ବ୍ୟତୀତ ୬,୧୦, ୧୩ ଓ ୧୪ ତାରିଖରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ । କାରଣ ୬ ତାରିଖରେ ମହବୀର ଜୟନ୍ତୀ, ୧୦ରେ ଗୁଡ୍ ଫ୍ରାଇଡେ, ୧୩ରେ ବୈଶାଖୀ ଓ ୧୪ରେ ବି. ଆର ଆମ୍ବେଦକରଙ୍କ ଜୟନ୍ତୀ ପଡୁଛି । ଏହା ବ୍ୟତୀତ ୧୫ ଏପ୍ରିଲରେ ବିହୁ, ୨୦ରେ ଗରିୟା ପୂଜା ଓ ୨୫ରେ ପର୍ଶୁରାମ ପୂଜା ପାଇଁ କିଛି ରାଜ୍ୟରେ ବ୍ୟାଙ୍କ ବନ୍ଦ ହେବାର ଆଶଙ୍କା ରହିଛି ।
ଆହୁରି ମଧ୍ୟ, ୫, ୧୨, ୧୯ ଓ ୨୬ ତାରିଖ ହେଉଛି ରବିବାର । ସେହିପରି ୧୧ ଓ ୨୫ ତାରିଖ ହେଉଛି ଦ୍ୱିତୀୟ ଓ ଚତୁର୍ଥ ଶନିବାର । ତେଣୁ ବ୍ୟାଙ୍କ କାର୍ୟ୍ୟ ସେଦିନ ବନ୍ଦ ରହିଥାଏ ।କିନ୍ତୁ ଏହି ସମୟରେ ଡିଜିଟା ଟ୍ରାଞ୍ଜାକ୍ସନ ଚାଲୁ ରହିବ । ଆପଣ ଘରେ ବସି ବିଭିନ୍ନ ବ୍ୟାଙ୍କ୍ କାମ କରିପାରିବେ । ତେବେ ଆପଣଙ୍କର ଯଦି ବ୍ରାଞ୍ଚରେ କିଛି କାମ ରହିଛି ଅତିଶୀଘ୍ର ସାରିବାକୁ ଚେଷ୍ଟା କରନ୍ତୁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons