ଏପ୍ରିଲ୍ ୫ ରେ କଂଗ୍ରେସର ବନ୍ଦ ଡାକରା

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ସ୍ୱାଭିମାନ ଅଞ୍ଚଳ ଓ ବଣ୍ଡାଘାଟିରେ ପାଇଖାନା ନିର୍ମାଣ ନାଁରେ କୋଟିକୋଟି ଟଙ୍କା ଠକେଇ ହୋଇଛି । ଅନ୍ୟାନ୍ୟ ଉନ୍ନୟନ କାମରେ ବି ଅନୁରୂପ ଦୁର୍ନୀତି ହୋଇଛି । ଏଭଳି ଅଭିଯୋଗ ଆଣି ଜିଲ୍ଲା କଂଗ୍ରେସ ଏହାର ତଦନ୍ତ ଦାବି କରିଛି । ଦୁର୍ନୀତିରେ ଲିପ୍ତ ସମସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁÂାନ ଦାବି ମଧ୍ୟ କରିଛି । ଏହାକୁ ନେଇ ଆସନ୍ତା ଏପ୍ରିଲ୍ ୫ ରେ ସ୍ୱାଭିମାନ ଅଞ୍ଚଳ ବନ୍ଦ କରିବାକୁ ଦଳ ଡାକରା ଦେଇଛି ।
ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା କଂଗ୍ରେସ ଭବନଠାରେ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଉପସ୍ଥିତ ଥିଲେ । ଶ୍ରୀ ମାଝି କହିଛନ୍ତି, ଗତ ଦୁଇଦିନ ହେଲା ଦଳର ଏକ ପ୍ରତିନିଧି ଦଳ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ, ମୁଦୁଲିପଡା, ଅଣ୍ଡ୍ରାହାଲ ପଞ୍ଚାୟତର ବଣ୍ଡାଘାଟି ପରିଦର୍ଶନ କରିଛନ୍ତି । ଏହିସବୁ ଅଞ୍ଚଳରେ ଚାଲିଥିବା ଉନ୍ନୟନ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଜଣାପଡିଛି । ସ୍ୱଚ୍ଛ ଭାରତ ଅଭିଯାନରେ ନିର୍ମାଣ ହେଉଥିବା ପାଇଖାନାରେ ମଧ୍ୟ ଅନୁରୂପ ଅନିୟମିତତା ହୋଇଛି । ଶ୍ରୀ ମାଝି ଏହା ମଧ୍ୟ କହିଛନ୍ତି, ଏହି ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଏକ ଆବାସିକ ବିଦ୍ୟାଳୟ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଥିଲେ । ଦାବି ମୁତାବକ ଦୁଇ ବର୍ଷତଳେ ଏସ୍ଆର କମ୍ପାନି ୧ କୋଟି ୩୦ ଲକ୍ଷ ଟଙ୍କା ଜିଲ୍ଲା ପ୍ରଶାସନ ନିକଟରେ ପୈଠ କରିଥିଲା । ୟା ଭିତରେ ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ବିଦ୍ୟାଳୟ ନିର୍ମାଣ ହୋଇପାରିନି । ଫଳରେ ସ୍ୱାଭିମାନ ଅଞ୍ଚଳବାସୀ ସେମାନଙ୍କ ପିଲାଙ୍କୁ ଆନ୍ଧ୍ରକୁ ପଠାଇ ତେଲୁଗୁ ଭାଷା ଶିଖାଇବାକୁ ବାଧ୍ୟ ହେଉଛନ୍ତି । ଭବିଷ୍ୟତରେ କୋଟିଆ ଭଳି ଏହି ଗାଁର ଅବସ୍ଥା ହେବ । ଏପରିସ୍ଥଳେ, ଜିଲ୍ଲାପାଳଙ୍କ କାର୍ଯ୍ୟକୁ ନେଇ ମଧ୍ୟ ଶ୍ରୀ ମାଝି ପ୍ରଶ୍ନ କରିଛନ୍ତି । ଜିଲ୍ଲାପାଳ ଓଡିଶାର ନା ଆନ୍ଧ୍ରର କାମ କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି । ସ୍ୱାଭିମାନ ଅଞ୍ଚଳରେ ପାଇଖାନା ଦୁର୍ନୀତି କଥା ପଦାକୁ ଆସିବା ପରେ କେବଳ କନିÂ ଯନ୍ତ୍ରୀ ଓ ବିଡିଓଙ୍କୁ ନିଲମ୍ବନ କରାଯାଇଛି । କିନ୍ତୁ ଲୋକଙ୍କ ପାଇଁ ଆବଶ୍ୟକ ଥିବା ପାଇଖାନା ନିର୍ମାଣ କରାଯାଇନି । ସେହିପରି, ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏବେ ବି ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟଜଳ ବ୍ୟବସ୍ଥା ଲୋକଙ୍କ ପାଇଁ ସ୍ୱପ୍ନ ହୋଇ ରହିଛି । ଆସନ୍ତା ୧୫ ଦିନ ଭିତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ନୀତିର ତଦନ୍ତ କରାଯାଇ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଦଳ ଦାବି କରିଛି । ନଚେତ୍ ଆସନ୍ତା ଏପ୍ରିଲ ୫ ରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଆନେ୍ଦାଳନ କରାଯିବା ସହ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ କରାଯିବ ବୋଲି ସମ୍ମିଳନୀରେ ଦଳ ନିଷ୍ପତ୍ତି ନେଇଛି । ପ୍ରତି ପାଇଖାନା ପିଛା ୭ ହଜାର ଲେଖାଏଁ ଟଙ୍କା ପିସି ନିଆଯାଇଥିବା ଦଳ କହିଛି । କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପାତ୍ର, ନେତା ରାମପ୍ରସାଦ ପ;ନାୟକ, ମାଲା ମାଢି, ଜି.ଶ୍ରୀନିବାସ ରାଓ, ପେଣ୍ଡ୍ରା ପଣ୍ଡା, ପର୍ଶୁରାମ ଭକ୍ତ, ପ୍ରାନ ମଣ୍ଡଳ, ଛବି ଦାଶ, ଲକ୍ଷ୍ମୀ ନାରାୟଣ ମହାରଣା, ରିବା ରାଜେଶ, ପଦ୍ମ ପାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons