ଏବର୍ଷ ବି ବୋଲବମ୍ ଯାତ୍ରା ରୋକ

Get real time updates directly on you device, subscribe now.

ଭୁବନେଶ୍ୱର: ଏ ବର୍ଷ ବି ଶୁଭିବନି… ବୋଲବମ୍…ହରହର ବମ୍ । ନା ରାସ୍ତାରେ କାଉଡ଼ିଆ ଦିଶିବେ ନା ଶ୍ରାବଣ ସୋମବାରରେ କାଉଡ଼ିଆମାନେ ଶିବ ମନ୍ଦିରରେ ଜଳାଭିଷେକ କରିପାରିବେ । କରୋନା ସଂକ୍ରମଣ ଆଶଙ୍କାରେ ଏ ବର୍ଷ ବି ଶ୍ରାବଣରେ ହେବନି ବୋଲବମ୍ ଯାତ୍ରା । ଏହା ଉପରେ ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର । ଏ ନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିଦେ୍ର୍ଧଶନାମା ଜାରି କରିଛନ୍ତି ।
ରାଜ୍ୟରେ କରୋନା ବିପଦ ଏବେ ବି ଟଳିନି । ଆଗକୁ ତୃତୀୟ ଲହରୀ ଆଶଙ୍କା ରହିଛି । ଏଭଳି ସ୍ଥିତିରେ କୌଣସି ପ୍ରକାର ସମାଗମ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଶ୍ରାବଣ ମାସର ପ୍ରତି ସୋମବାର କାଉଡ଼ିଆମାନେ ଶିବ ମନ୍ଦିରରେ ଜଳାଭିଷେକ କରିଥାନ୍ତି । ଏହା ପୂର୍ବରୁ ଶନିବାର କିମ୍ବା ରବିବାର ବିଭିନ୍ନ ଘାଟରୁ ଜଳ ଉଠାଇ ବୋଲବମ ଯାତ୍ରାରେ ଚାଲି ଚାଲି ଯାଇ ସୋମବାର ସକାଳୁ ଶିବ ମନ୍ଦିରରେ ଜଳାଭିଷେକ କରନ୍ତି । ଗତବର୍ଷ କରୋନା ଯୋଗୁ ବୋଲବମ ଯାତ୍ରାକୁ ସରକାର ବନ୍ଦ କରିଥିଲେ । ଏଥର ମଧ୍ୟ ଏହାକୁ ବନ୍ଦ କରିବାକୁ ନିଦେ୍ର୍ଧଶ ଜାରି ହୋଇଛି । କୌଣସି ନଦୀ କିମ୍ବା ଧାର୍ମିକ ପୀଠରୁ ଶ୍ରଦ୍ଧାଳୁମାନେ ଜଳ ଉଠାଇବେ ନାହିଁ । କୌଣସି ମନ୍ଦିରରେ ଜଳାଭିଷେକ ହେବ ନାହିଁ । କାଉଡ଼ିଆଙ୍କ ବୋଲବମ ଯାତ୍ରା ଉପରେ ସମ୍ପୂର୍ଣ୍ଣ ରୋକ୍ ଲାଗିଛି । ଜୁଲାଇ ୨୪ରୁ ଶ୍ରାବଣ ମାସ ଆରମ୍ଭ ହେଉଥିବାବେଳେ ୨୬ ତାରିଖ ପ୍ରଥମ ସୋମବାର । ଏଥର ବୋଲବମ ଯାତ୍ରା ଉପରେ ରୋକ୍ ଲାଗିଥିବାବେଳେ ଏହାକୁ କଡ଼ାକଡ଼ି ଭାବେ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଧଶ ଦିଆଯାଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons