ଏବେ ବି ଅଭିନେତ୍ରୀ ପରିଣୀତି ଚୋପ୍ରା ବ୍ୟାଡମିଣ୍ଟନ୍ ଶିଖୁଛନ୍ତି

Get real time updates directly on you device, subscribe now.

ଏପର୍ଯ୍ୟନ୍ତ ‘ସାଇନା’ ସୁଟିଂ ଆରମ୍ଭ କରିନାହାନ୍ତି ଅଭିନେତ୍ରୀ ପରିଣୀତି ଚୋପ୍ରା । ଏବେ ବି ସେ ବ୍ୟାଡମିଣ୍ଟନ୍ ଶିଖୁଛନ୍ତି । ଅନ୍ସ୍କ୍ରିନ୍ ସାଇନା ନେହୱାଲଙ୍କ ରୋଲ୍ ପ୍ଲେ କରିବା ସହଜ କଥା ନୁହେଁ । ସେଥିପାଇଁ ରିତିମତ ତାଲିମ ଦରକାର । ତେଣୁ ସୁଟିଂ ପାଇଁ ଜମାରୁ ତରବର ନୁହନ୍ତି ପରିଣୀତି । ଆସନ୍ତା ଅକ୍ଟୋବରରେ ଫିଲ୍ମ ସୁଟିଂ ଆରମ୍ଭ ହେବ । ଅମୋଲ ଗୁପ୍ତେଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେବାକୁ ଥିବା ସାଇନା ନେହୱାଲ ବାୟୋପିକ୍ରେ ଶ୍ରଦ୍ଧା କପୁରଙ୍କୁ ପଛରେ ପକାଇଥିଲେ ପରିଣୀତି । ଆଉ ଏକ ଫିଲ୍ମ ‘ଜବରିୟା ଯୋଡ଼ି’ରେ ତାଙ୍କୁ ଦେଖିବାକୁ ମିଳିବ ସିଦ୍ଧାର୍ଥ ମଲହୋତ୍ରାଙ୍କ ଅପୋଜିଟ୍ରେ । ସୁଟିଂ ସରିଯାଇଛି । ଆସନ୍ତା ଅଗଷ୍ଟ ୨ରେ ଏଇଟି ସିନେମାଘରକୁ ଆସିବ । ପ୍ରଶାନ୍ତ ସିଂହଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଜୋର ଜବଦସ୍ତି ହେଉଥିବା ବିବାହ ଉପରେ ଆଧାରିତ । ଖାସ୍କରି ବିହାରରେ ଏହି ପରମ୍ପରା ପ୍ରଚଳିତ । ଏପର୍ଯ୍ୟନ୍ତ ଯେତେ ବଲିଉଡ୍ ଫିଲ୍ମରେ ପରିଣୀତି କାମ କରିଛନ୍ତି, ସବୁଥିରେ ତାଙ୍କର ଭିନ୍ନ ଅବତାର ରହିଛି । ଏଥର ମଧ୍ୟ ଭିନ୍ନ ଏକ ଲୁକ୍ରେ ସେ ପରଦାକୁ ଓହ୍ଲାଇବେ । ବେଶ କିଛି ଦିନରୁ ବଲିଉଡ୍ରେ ପରିଣୀତିଙ୍କୁ ଦେଖିବାକୁ ମିଳିନାହିଁ । ଅପ୍କମିଙ୍ଗ ଦୁଇଟି ଫିଲ୍ମ ଜରିଆରେ ସେ ଖବରରେ ରହିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons