ଏମ୍ଏନ୍ଜିଏଲ୍ର ୧୦୦ତମ ସିଏନ୍ଜି ଷ୍ଟେସନ ରାଷ୍ଟ୍ର ଉଦେ୍ଧଶ୍ୟରେ ଉତ୍ସର୍ଗ କଲେ ଧର୍ମେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ ଦେଶରେ ୧୦ ହଜାର ସିଏନ୍ଜି ଷ୍ଟେସନ ପ୍ରତିÂା ଏବଂ ୫ କୋଟି ପିଏନ୍ଜି ସଂଯୋଗ ପାଇଁ ଭାରତ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି ବୋଲି ମଙ୍ଗଳବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସି ଜରିଆରେ ମହାରାଷ୍ଟ୍ର ପ୍ରାକୃତିକ ଗ୍ୟାସ କମ୍ପାନୀ (ଏମ୍ଏନ୍ଜିଏଲ୍)ର ୫ଟି ଗ୍ୟାସ ଷ୍ଟେସନ ରାଷ୍ଟ୍ର ଉଦେ୍ଧଶ୍ୟରେ ଉତ୍ସର୍ଗ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଉଲ୍ଲେଖନୀୟ, ଏହି ୫ଟି ଗ୍ୟାସ ଷ୍ଟେସନର ଲୋକାର୍ପଣ ହେବା ଫଳରେ ଏମ୍ଏନ୍ଜିଏଲ୍ କମ୍ପାନୀର ସିଏନ୍ଜି ନେଟ୍ୱାର୍କ ୧୦୦ରେ ପହଞ୍ଚିଛି ।
ଏହି ଅବସରରେ ଶ୍ରୀ ପ୍ରଧାନ ଉପରୋକ୍ତ ଲକ୍ଷ୍ୟକୁ ହାସଲ ପାଇଁ ସମସ୍ତ ସିଟି ଗ୍ୟାସ ବିତରଣ (ସିଜିଡି) ସଂସ୍ଥା ଏବଂ ତୈଳ ବିପଣନ କମ୍ପାନୀମାନେ ଅଧିକ ପରିଶ୍ରମ କରିବାକୁ ଆହ୍ୱାନ କରିଛନ୍ତି । ସେହିପରି ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ନାସିକର ପାଥରାଡ଼ିଠାରେ ଏଲ୍ଏନ୍ଜି/ସିଏନ୍ଜିର କାର୍ଯ୍ୟର ଶୁଭାରମ୍ଭ କରିବା ସହ ନାସିକ୍ଠାରେ ବସ୍ରେ ସିଏନ୍ଜି ଯୋଗାଣ, ପୁଣେଠାରେ ମୋବାଇଲ ରିଫୁ୍ୟଲିଂ ୟୁନିଟ (ଏମ୍ଆର୍ୟୁ) ମାଧ୍ୟମରେ ସିଏନ୍ଜି ଯୋଗାଣର କାମ ଦିଆଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସେ କହିଛନ୍ତି ଅଧିକ ସ୍ଥାୟୀ ଉର୍ଜା ବ୍ୟବହାର ପାଇଁ ୨୦୩୦ ସୁଦ୍ଧା ପ୍ରାଥମିକ ଉର୍ଜ୍ଜା ମିଶ୍ରଣରେ ପ୍ରାକୃତିକ ଗ୍ୟାସର ସେୟାର ୧୫ଧ ଲକ୍ଷ୍ୟ ହାସଲ କରିବାକୁ ଭାରତ ପ୍ରତିବଦ୍ଧ । ଏହା ସମ୍ଭବ ହେଲେ ପରିବେଶ ପ୍ରଦୂଷଣ ହ୍ରାସ ହେବ । ପ୍ରାକୃତିକ ଗ୍ୟାସର ଅଧିକ ବ୍ୟବହାର ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବ । ଫଳରେ ଉର୍ଜ୍ଜା କ୍ଷେତ୍ରରେ ଦେଶର ଆମଦାନୀ ତଥା ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ଘଟିବ । ପ୍ରାକୃତିକ ଗ୍ୟାସ ବ୍ୟବହାର ପାଇଁ ସିଜିଡି କ୍ଷେତ୍ର ଏକ ପ୍ରମୁଖ ଶିଳ୍ପ ଭାବରେ ଉଭା ହୋଇଛି । ଘରୋଇ, ପରିବହନ, ବାଣିଜି୍ୟକ ଏବଂ ଶିଳ୍ପ କ୍ଷେତ୍ରରେ ସିଜିଡି ନେଟୱାର୍କର ଅଧିକ ବ୍ୟବହାର ବୃଦ୍ଧି ହେତୁ ଚାହିଦା ଆଗାମୀ ଦିନରେ ବଢ଼ିବାକୁ ଯାଉଛି । ଆମର ଉର୍ଜ୍ଜା ବ୍ୟବହାରର ରୋଡମ୍ୟାପ୍ ଆତ୍ମନିର୍ଭର ହେବ ଏବଂ ବଡ଼ ଆକାରରେ ରୋଜଗାର ସୃଷ୍ଟି କରିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons