ଏମ୍ଏସ୍ଏମ୍ଇ ପାଇଁ ୩ଲକ୍ଷ ଟଙ୍କାର ବନ୍ଧକବିହୀନ ଋଣ ବ୍ୟବସ୍ଥା ଦେଶର ଅର୍ଥନୀତିକୁ ମଜବୁତ୍ କରିବ : ଧର୍ମେନ୍ଦ୍ର ପ୍ରଧାନ

Get real time updates directly on you device, subscribe now.

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା ଏବଂ ଆଜି ଦେଶବାସୀଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହାର ବିସ୍ତୃତ ବିବରଣୀ ପ୍ରଦାନ କରିବାକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ଆତ୍ମନିର୍ଭରଶୀଳ ହେବା ଦିଗରେ ଏହା ବଡ ପଦକ୍ଷେପ ହେବ ବୋଲି ପ୍ରଧାନ କହିଛନ୍ତି।
କରୋନା ମହାମାରୀ ସମୟରେ ଏଭଳି ପଦକ୍ଷେପ ପାଇଁ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ଅର୍ଥମନ୍ତ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ ଦେଶବାସୀଙ୍କ ଆବଶ୍ୟକତା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଏମଏସଏମଇ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଏହା ଦ୍ୱାରା ଦେଶର ଅର୍ଥନୀତି ମଜବୁତ ହେବ ।
ଏମଏସଏମଇ ପାଇଁ ୩ ଲକ୍ଷ କୋଟି ଟଙ୍କାର ବନ୍ଧକ ବିହୀନ ଋଣର ବ୍ୟବସ୍ଥା ହୋଇଛି । ଏମଏସଏମଇକୁ ବିସ୍ତାର କରିବା ପାଇଁ ୫୦ ହଜାର କୋଟି ଘୋଷଣା କରିଛନ୍ତି । ଏମଏସଏମଇ ପାଇଁ ୧୦ ହଜାର କୋଟିର ‘ଫଣ୍ଡସ୍ ଅଫ୍ ଫଣ୍ଡ’ର ବ୍ୟବସ୍ଥା କରିଛନ୍ତି । ଏହି ସବୁ ବ୍ୟବସ୍ଥା ଦେଶର ଅର୍ଥନୀତିକୁ ବଢାଇବା ସହ ଆତ୍ମନିର୍ଭର କରିବା ଦିଗରେ ବଡ ଭୂମିକା ନେବ ।
ଘରୋଇ କ୍ଷେତ୍ରରେ କାର୍ୟ୍ୟରତ କର୍ମଚାରୀ ଓ ସେମାନଙ୍କ ନିଯୁକ୍ତିଦାତାଙ୍କ ପାଇଁ ୨୫୦୦ କୋଟିର ଇପିଏଫ ସହଯୋଗ ଦିଆଯାଇଛି । ଏହା ଦ୍ୱାରା ପ୍ରାୟ ୩.୬୭ ଲକ୍ଷ ପ୍ରତିଷ୍ଠାନ ଏବଂ ୭୨.୨୨ ଲକ୍ଷ କର୍ମଚାରୀ ଲାଭବାନ ହେବେ । ଏହାବ୍ୟତିତ ବିଶେଷଭାବରେ ବଡ ବଡ ପଦକ୍ଷେପ ଯଥା ବ୍ୟବସାୟକୁ ବଢାଇବା ପାଇଁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଦାୟିତ୍ୱପୂର୍ଣ୍ଣ ସରକାରର ଉଦାହରଣ ସୃଷ୍ଟି କରିଛନ୍ତି । ଏହି ଐତିହାସିକ ପଦକ୍ଷେପ କରୋନା ପରବର୍ତୀ ଭାରତର ବିକାଶକୁ ପ୍ରତ୍ସାହନ ଦେବ ଏବଂ ଏକ ଶକ୍ତିଶାଳୀ, ସ୍ଥିର ତଥା ପ୍ରଗତିଶୀଳ ଭାରତ ଗଠନ କରିବାରେ ସହାୟକ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons