ଏମ୍କେସିଜି ପ୍ଲାଜ୍ମା ବ୍ୟାଙ୍କ୍ ଉଦ୍ଘାଟିତ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ରାଜ୍ୟର ଚତୁର୍ଥ ୟୁନିଟ୍ ଭାବେ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ହସ୍ପିଟାଲ୍ ରକ୍ତ ଭଣ୍ଡାରରେ ବୁଧବାର ଅପରାହ୍ଣରେ ଉଦ୍ଘାଟିତ ହୋଇଛି ପ୍ଲାଜ୍ମା ବ୍ୟାଙ୍କ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ଜରିଆରେ ଏହାକୁ ଉଦ୍ଘାଟନ କରିଥିଲେ । ଏମ୍କେସିଜିରେ ପ୍ରଥମ କରି ପ୍ଲାଜ୍ମା ଦାନ କରିଥିବା ଶେରଗଡ ବ୍ଲକ୍ ଆଡପଡା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶୁଭ୍ରାଂଶୁ ମୋହନ ସାହୁଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ଏଣିକି ଗଞ୍ଜାମ ଜିଲ୍ଲା ସମେତ ଦକ୍ଷିଣ ଓଡିଶାର ଗୁରୁତର କରୋନା ପଜିଟିଭ୍ ରୋଗୀଙ୍କ ଚିକିତ୍ସା ଅଧିକ ସୁବିଧାଜନକ ହୋଇପାରିବ ।
ଜୁଲାଇ ୨୧ ତାରିଖରେ ଗଞ୍ଜାମ ଜିଲ୍ଲା ଶୀତଳାପଲ୍ଲୀସ୍ଥିତ କୋଭିଡ୍ ହସ୍ପିଟାଲ୍ରେ ଆରମ୍ଭ ହୋଇଥିଲା ପ୍ଲାଜ୍ମା ଥେରାପି । ଦିନକ ପୂର୍ବରୁ କଟକ ଏସ୍ସିବି ମେଡିକାଲ କଲେଜ ହସ୍ପିଟାଲ୍ ଟ୍ରାନ୍ସଫୁ୍ୟଜନ୍ ମେଡିସିନ୍ ବିଭାଗରୁ ୬ ୟୁନିଟ୍ କୋନ୍ଭାଲେସେଣ୍ଟ୍ ପ୍ଲାଜ୍ମା ଅଣାଯାଇଥିଲା । ସପ୍ତାହକ ପରେ ଅର୍ଥାତ୍ ୨୮ ତାରିଖରେ ଏହି ପଦ୍ଧତିରେ ଚିକିତ୍ସିତ ୨ ମହିଳା ଓ ଜଣେ ପୁରୁଷ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଥିଲେ । ଏହା ମଧ୍ୟରେ ଜୁଲାଇ ୨୩ରେ ବ୍ରହ୍ମପୁରରେ ପ୍ଲାଜ୍ମା ବ୍ୟାଙ୍କ୍ ଶୀଘ୍ର ଆରମ୍ଭ କରାଯିବାର ଘୋଷଣା କରାଯାଇଥିଲା । ସେହି ଅନୁସାରେ ବୁଧବାର ଏମ୍କେସିଜି ରକ୍ତ ଭଣ୍ଡାରରେ ଉଦ୍ଘାଟିତ ହୋଇଛି ପ୍ଲାଜ୍ମା ବ୍ୟାଙ୍କ୍ । ଗଞ୍ଜାମରେ ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ସବୁଠାରୁ ଅଧିକ (୮୬୨୧) ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କଲେଣି । ସେହିପରି ୪୦୦ ଜଣ ସ୍ୱେଚ୍ଛାକୃତ ଭାବେ ପ୍ଲାଜ୍ମା ଦାନ କରିବାକୁ ସମ୍ମତି ଦେଇ ପଞ୍ଜୀକରଣ କରାଇଲେଣି ।
ପ୍ରଥମ ବ୍ୟକ୍ତି ଭାବେ ଏମ୍କେସିଜିରେ ପ୍ଲାଜ୍ମା ଦାନ କରିବା ଅବସରରେ ଡାକ୍ତର ଶୁଭ୍ରାଂଶୁ ମୋହନ ସାହୁ କହିଛନ୍ତି ଯେ- ମୁଁ କରୋନା ପଜିଟିଭ୍ ହୋଇଥିଲି । ମାସକ ତଳୁ ସୁସ୍ଥ ହୋଇଥିଲି । ଯେହେତୁ ମୁଁ ସ୍ଥିତିକୁ ଭଲଭାବେ ଜାଣିଛି ଓ ମହାମାରୀ ସମୟରେ ଏହା ହିଁ ସବୁଠାରୁ ଭଲ ପଦ୍ଧତି ତେଣୁ ମୁଁ ଏଥିପାଇଁ ଆଗ୍ରହ ବ୍ୟକ୍ତ କରିଥିଲି । ଏହି ଉଦ୍ଘାଟନୀ ଅବସରରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଦକ୍ଷିଣାଞ୍ଚଳ ଆର୍ଡିସି ଟି.ଏ.ଆଓ, ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଧଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଚକ୍ରବର୍ତ୍ତୀ ସିଂହ ରାଠୋର୍, ଏମ୍କେସିଜି ଡିନ୍ ପ୍ରଫେସର୍ ଡା. ଦୀପ୍ତିମୟୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons