ଭୁବନେଶ୍ୱର, (ବି.ବି.ବୁ୍ୟରୋ): ବାତ୍ୟା ‘ଫୋନି’ ପରେ ଚାଲିଥିବା ପୁନରୁଦ୍ଧାର ପାଇଁ ସହାୟତାର ହାତ ବଢାଇଛି ଏମ୍ସ ନୂଆଦିଲ୍ଲୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୂଆଦିଲ୍ଲୀ ଓଡ଼ିଶା ଭବନରେ ଭେଟି ଏମ୍ସର ନିଦେ୍ର୍ଧଶକ ପ୍ରଫେସର ଡାକ୍ତର ରଣଦୀପ ଗୁଲେରିଆ ୯୩ ଲକ୍ଷ ୮୯ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଏମ୍ସ ନୂଆଦିଲ୍ଲୀର ଫ୍ୟାକଲ୍ଟି ଓ ଅନ୍ୟ ଷ୍ଟାଫ୍ ସେମାନଙ୍କ ଗୋଟିଏ ଦିନର ଦରମା ଦାନ କରିଛନ୍ତି । ରାଜ୍ୟର ଦୁଃଖଦ ସମୟରେ ଏମ୍ସ ଡାକ୍ତର ଓ ଷ୍ଟାଫ୍ଙ୍କ ଏହି ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ୍ ଜଣାଇଛନ୍ତି । ଜଗା-କାଳିଆଙ୍କ ସଫଳ ଅସ୍ତେ୍ରାପଚାର କରିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Comments are closed, but trackbacks and pingbacks are open.