ଏରୁଣ୍ଡି ବନ୍ଧ ଡେଇଁବାକୁ ଚେଷ୍ଟା କରିବାରୁ ମିଳିଲା ଗଳାଧକ୍କା

Get real time updates directly on you device, subscribe now.

ବୁଗୁଡ଼ା,(ବି.ବି.ନୁ୍ୟଜ୍): ମନରେ ଅସୁମାରୀ ସ୍ୱପ୍ନ ନେଇ ଯେଉଁ ଘରେ ଦିନେ ପାଦ ଥାପିଥିଲେ, ଯାହାଙ୍କୁ ନିଜର ଭାବିଥିଲେ, ସେମାନେ ପର କରିଦେବେ ବୋଲି କେବେ ଭାବି ନ ଥିଲେ । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲେ, ସେ ବି ଖୁବ୍ ଶୀଘ୍ର ହାତ ଛାଡ଼ିଦେଲେ । ଏପରିକି ଆଉ ଜଣଙ୍କ ହାତ ଧରି ସ୍ୱାମୀ ସୁନେଲି ସ୍ୱପ୍ନ ଦେଖୁଥିବା ବେଳେ ପ୍ରଥମ ସ୍ତ୍ରୀ ଏବେ ସାତ ପର । ଏପରିକି ଘରର ଏରୁଣ୍ଡି ବନ୍ଧ ଡେଇଁବାକୁ ଚେଷ୍ଟା କଲେ ମିଳୁଛି ଗଳା ଧକ୍କା । ବିଚ୍ ରାସ୍ତାରେ ନିଜ ସ୍ତ୍ରୀକୁ ସ୍ୱାମୀ ମାରଧର କରୁଥିବା ବେଳେ ଲୋକେ ସାଜିଛନ୍ତି ଦେଖଣାହାରୀ । ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ତାକରଡ଼ା ଗ୍ରାମରେ । ସୂଚନା ଅନୁଯାୟୀ, ମହିଳା ଜଣଙ୍କ ୨୦୧୨ ରେ ବୁଗୁଡ଼ା ଥାନା ଅନ୍ତର୍ଗତ ତାକରଡ଼ା ଗ୍ରାମରେ ରବି ନାୟକଙ୍କୁ ବିବାହ କରିଥିଲେ । ପ୍ରଥମେ ପ୍ରଥମେ କିଛି ଦିନ ସବୁକିଛି ଠିକ୍ଠାକ୍ ଚାଲିଥିବା ବେଳେ ଏହାପରେ ଆରମ୍ଭ ହୋଇଗଲା ନିର୍ଯାତନା । ବିଭିନ୍ନ କାରଣରୁ ସ୍ୱାମୀ ନିର୍ଯାତନା ଦେବାରୁ ମହିଳା ଜଣକ ନିଜର ଛୋଟ ପୁଅକୁ ଧରି ବାପ ଘର ଜଗନ୍ନାଥ ପ୍ରସାଦ ଥାନା ରାଉତି ପଞ୍ଚାୟତ ପାଟଣା ପଳାଇଥିଲେ । ବର୍ତ୍ତମାନ ତାଙ୍କର ୬ ବର୍ଷର ପୁଅଟିଏ ମଧ୍ୟ ଅଛି । ସେଠାରେ ବାପା ତାଙ୍କର ଓ ପୁଅର ସମସ୍ତ ଦାୟିତ୍ୱ ନେଉଥିଲେ । ହେଲେ ଭାଗ୍ୟ ସହିଲାନି । ୧୫ ଦିନ ପୂର୍ବେ ବାପାଙ୍କର କୂଅରେ ପଡି ମୃତୁ୍ୟ ହୋଇଛି । ଅନ୍ୟପଟେ ସ୍ୱାମୀ ରବି ନାୟକ ୧୨ ଦିନ ତଳେ ଦ୍ୱିତୀୟ ବିବାହ କରିଥିବା ଖବର ପାଇ ମହିଳାଙ୍କ ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡ଼ିଲା । ଏହାପରେ ମହିଳା ଜଣକ ନିଜ ଛୋଟ ପୁଅକୁ ଧରି ଶାଶୁ ଘରକୁ ଯିବାରୁ ଘର ଭିତରେ ପଶାଇ ଦେଲେନି ସ୍ୱାମୀ । ଏରୁଣ୍ଡି ବନ୍ଧ ଡେଇଁବାକୁ ଚେଷ୍ଟା କରିବାରୁ ମିଳିଲା ଗଲା ଧକ୍କା । ଏପରିକି ଗାଁ ଦାଣ୍ଡରେ କେତେବେଳେ ହାତରେ ତ କେତେବେଳେ ଟେକା ପଥର ପକାଇ ସ୍ତ୍ରୀଙ୍କୁ ଦେଲେ ନିର୍ଯାତନା । ସେଠାରୁ ଫେରି ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ରବିଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons