ଏଲ୍ଜି ମଲ୍ଲିକା-ଏ-କିଚେନ୍ର ଅଷ୍ଟମ ସଂସ୍କରଣ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ):ଏଲ୍ଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ପକ୍ଷରୁ ଆରମ୍ଭ ହୋଇଛି ମଲ୍ଲିକା-ଏ-କିଚେନ ରୋଷେଇ ପ୍ରତିଯୋଗିତାର ଅଷ୍ଟମ ସଂସ୍କରଣ । ୬୫ଟି ସହରରୁ ପାଖାପାଖି ୮୦୦୦ ପ୍ରତିଯୋଗୀ ଏଥର ଭାଗ ନେବାର ଲକ୍ଷ୍ୟ ରଖାଯାଇଛି । ସୁସ୍ଥକର ଖାଦ୍ୟ ଉପରେ ଭାରତୀୟ ଗୃହିଣୀଙ୍କୁ ସଚେତନ କରିବା ଏବଂ ସେମାନଙ୍କ ପ୍ରତିଭାକୁ ସାମ୍ନାକୁ ଆଣିବା ଏହାର ଲକ୍ଷ୍ୟ । ମାଇକ୍ରୋୱେଭ୍ରେ ରୋଷେଇର ଉପକାରିତାକୁ ନେଇ ଗ୍ରାହକଙ୍କୁ ସଚେତନ କରିବା ଏହାର ଉଦ୍ଦେଶ୍ୟ ।
୩ ମାସ ଧରି ଏହି ତ୍ରିସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ, ଯେଉଁଥିରେ ୧୮ ଏବଂ ତଦ୍ଦୁଦ୍ଧ୍ୱର୍ ବୟସ୍କ ମହିଳା ଅଂଶଗ୍ରହଣ କରିଥାନ୍ତି । ସ୍ଥାନୀୟ ରାଉଣ୍ଡରେ ପ୍ରତିଯୋଗୀମାନେ ଲିଖିତ ପ୍ରଣାଳୀ ସହ ପୂର୍ବରୁ ମାଇକ୍ରୋୱେଭ୍ରେ ରନ୍ଧା ହୋଇଥିବା ଖାଦ୍ୟ ଆଣିବେ । ଏଥିରେ ବିଜୟୀ ପ୍ରତିଯୋଗୀ ଏକ ଏଲ୍ଜି ସୋଲୋ ମାଇକ୍ରୋୱେଭ୍ ଓଭେନ୍ ଜିତିବେ ଏବଂ ଜୁଲାଇ ୧୫ରୁ ଆରମ୍ଭ ହେବାକୁ ଥିବା ଜୋନାଲ ରାଉଣ୍ଡରେ ଅଂଶଗ୍ରହଣ କରିବେ । ପ୍ରତି ଜୋନାଲ ରାଉଣ୍ଡରୁ ୩ ଜଣ ବିଜେତାଙ୍କୁ ବଛାଯିବ । ଏମାନେ ଗ୍ରାଣ୍ଡ ଫିନାଲେକୁ ଟିକେଟ ପାଇବେ । ୨୦୧୯ ଅଗଷ୍ଟ ୧୦ରେ ଗ୍ରାଣ୍ଡ ଫିନାଲେ ହେବ, ଯେଉଁଥିରେ ମୋଟ ୧୨ ଜଣ ଆଞ୍ଚଳିକ ବିଜେତା ଅଂଶଗ୍ରହଣ କରିବେ । ଏହି ପରିପ୍ରେକ୍ଷୀରେ ଏଲ୍ଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ଉପ-ସଭାପତି(ହୋମ୍ ଆପ୍ଲାଏନ୍ସେସ୍ ଏବଂ ଏୟାର୍ କଣ୍ଡିସନର) ବିଜୟ ବାବୁ କହିଛନ୍ତି, ସୁସ୍ଥକର ଖାଦ୍ୟ ପ୍ରସ୍ତୁତିରେ ମାଇକ୍ରୋୱେଭ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହାକୁ ନେଇ ସଚେତନତା ସୃଷ୍ଟି କରିବା ପ୍ରତିଯୋଗିତାର ଲକ୍ଷ୍ୟ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons