ଏସସି-ଏସଟି ପିଲାଙ୍କ ସ୍କଲାରସିପରେ କୌଣସି ପରିବର୍ତ୍ତନ ହେବନି:ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର : ଏସସି-ଏସଟି ପିଲାଙ୍କ ପୋଷ୍ଟ ମାଟ୍ରିକ ସ୍କଲାରସିପରେ କୌଣସି ପରିବର୍ତ୍ତନ ହେବନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ସୂଚନା ଦେଇଛନ୍ତି । ନବୀନ କହିଛନ୍ତି, ଏସସି-ଏସଟି ଛାତ୍ରଛାତ୍ରୀ ବର୍ତ୍ତମାନ ପ୍ରଚଳିତ ହାରରେ ସ୍କଲାରସିପ ପାଇବେ। ଏସସି-ଏସଟି ବିକାଶ ବିଭାଗ ଦ୍ୱାରା ଏ ସମ୍ପର୍କରେ ପ୍ରକାଶିତ ରେଜୋଲୁସନକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି। ତା’ଛଡା ଏ ସମ୍ପର୍କିତ ଫାଇଲକୁ ବିଶଦ ଅନୁଧ୍ୟାନ ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟକୁ ପଠାଇବା ପାଇଁ ଆଦେଶ ଦେଇଛନ୍ତି ନବୀନ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons